Posted inଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ଖେଳିବେ ରବିନସନ

ଲଣ୍ଡନ,୨୧।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଲାଗି ବୁଧବାର ଘୋଷିତ ହୋଇଯାଇଛି ଇଂଲଣ୍ଡ ଦଳ। ଇଂଲଣ୍ଡ ଦଳକୁ ଫେରିଛନ୍ତି ଓଲି ରବିନସନ। ପ୍ରାୟ ୯ ବର୍ଷ ତଳେ ଜାତିଭେଦ ଉପରେ କରିଥିବା ଟୁଇଟ୍‌ କରାଣରୁ ପଦାର୍ପଣ ମ୍ୟାଚ୍‌ ପରେ ତାଙ୍କୁ ବାସନ୍ଦ କରାଯାଇଥିଲା।

୨୭ ବର୍ଷୀୟ ଖେଳାଳି ଗତ ଜୁନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଡର୍‌ସଠାରେ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ ବେଳେ ୨୦୧୩ରେ ସେ ଟୁଇଟ୍‌ କରିଥିବା ପୋଷ୍ଟ ଭାଇରାଲ ହୋଇଥିଲା। ଏଥି ଯୋଗୁ ତାଙ୍କୁ ୮ ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା। କିନ୍ତୁ ବାସନ୍ଦାଦେଶକୁ ୩ ମ୍ୟାଚ୍‌ ମଧ୍ୟରେ ସୀମିତ ରଖାଯିବାରୁ ଭାରତ ବିପକ୍ଷରେ ଖେଳିବା ପାଇଁ ସେ ଉପଲବ୍ଧ ହୋଇଛନ୍ତି।

ପଦାର୍ପଣ ମ୍ୟାଚ୍‌ରେ ୭ ଉଇକେଟ ନେବା ସହ ୪୨ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ ରବିନସନ। ହେଲେ ତାଙ୍କ ଅନୁପସ୍ଥିତିରେ ଗତ ୭ ବର୍ଷ ମଧ୍ୟରେ ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ପରାଜୟ ବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ସଂଘର୍ଷପୂର୍ଣ୍ଣ ବିଜୟ

ଲିଡ୍ସ,୩୦।୬(ପି.ଟି.)- ଆଇସିସି ବିଶ୍ୱକପ୍‌ର ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ୨ଟି ବଲ ବାକି ରଖି ୩ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ...

ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ, ଶିଭମଙ୍କୁ ସୁଯୋଗ

କୋଲକାତା, ୨୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ଓ ଏକଦିବସୀୟ କ୍ରିକେଟ ସିରିଜ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆହତ ସମସ୍ୟାରୁ ମୁକୁଳିଥିବା ଭୁବନେଶ୍ୱର...

୩୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତାଇଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜ ଅଧିନାୟକ କିରେନ ପୋଲାର୍ଡଙ୍କ ଅର୍ଦ୍ଧଶତକ ଏବଂ ଡୱେନ ବ୍ରାଭୋଙ୍କ ସୁପର ବୋଲିଂ ୱେଷ୍ଟଇଣ୍ଡିଜ ଦଳ ଚତୁର୍ଥ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ରେ...

କ୍ରିକେଟର ଏମିତି ଏକ ଲଜ୍ଜାଜନକ ରେକର୍ଡ: ଭାରତ କେବେ ମନେ ରଖିବାକୁ ଚାହିଁବ ନାହିଁ

କ୍ରିକେଟରେ ପ୍ରତି ମ୍ୟାଚ୍‌ରେ ଅନେକ ରେକର୍ଡ ତିଆରି ହୁଏ, ଅନେକ ରେକର୍ଡ ଭାଙ୍ଗେ ମଧ୍ୟ। କିନ୍ତୁ ଭାରତୀୟ ଦଳ ଆଜିର ଦିନ ଅର୍ଥାତ୍‌ ଜୁଲାଇ ୧୯,...

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁ ୪-୨ରେ କେରଳକୁ ହରାଇଲା

ମାରଗାଓ,୧୩।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା...

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ,...

ରାଜ୍ୟ ଓପନ ଜୁଡୋ ଚାମ୍ପିୟନଶିପ୍‌ :ଭୁବନେଶ୍ୱର, କିସ୍‌ ଚାମ୍ପିୟନ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ଓପନ ଜୁଡୋ (ସବ୍‌ଜୁନିୟର, କ୍ୟାଡେଟ, ଜୁନିୟର, ସିନିୟର) ଚାମ୍ପିୟନଶିପ୍‌ ଓ ଚୟନ ଟ୍ରାଏଲ ପାରାଦୀପର ମ୍ୟୁନିସପାଲ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।...

୨୨ ବର୍ଷର ରେକର୍ଡ ଭାଙ୍ଗିଲେ ରୋହିତ

କଟକ,୨୨।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା କଟକରେ ୬୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଅବସରରେ ଏକ ରେକର୍ଡର ଅଧିକାରୀ...

Ten Cric Info
Advertisement


Archives

Model This Week

Why Dharitri