ଡକାୟତି ଯୋଜନା, ୭ ଗିରଫ

ଚୌଦ୍ୱାର,୮ା୪(ଡି.ଏନ.ଏ.): ଡକାୟତି ଯୋଜନାବେଳେ ଚୌଦ୍ୱାର ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଦରଘାବଜାର ଥାନା ଅଧୀନ ବେପାରିସାହିର ଫିରୋଜ ଖାନ୍‌, ଏସ୍‌.କେ. ଆଜରୁଦ୍ଦିନ୍‌, କାଜିପାଟଣାର ଲାଲ ମିଜାଜ ବେଗ୍‌, ଦରଘାବଜାର ଅଞ୍ଚଳର ଆର. ବି. ଶ୍ୟାମ୍‌, ଟାଙ୍ଗୀ ଥାନା ସାଇଁଟୋ ଗ୍ରାମର ଇମ୍ରାନ୍‌ ଖାନ୍‌, ନାରପଡ଼ାର ଏସ୍‌.କେ. ଫରିଦ୍‌, ଏବଂ ଜଟଣୀ ଥାନା ଚିନ୍ତାମଣୀ ନଗରର ଇମ୍‌ତାଜ ଖାନ୍‌। ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ୫ଟି ଗୁଳି,ଦୁଇଟି ଖଣ୍ଡା, ଲଙ୍କାଗୁଣ୍ଡ ପ୍ୟାକେଟ୍‌, ୪ଟି ବାଇକ୍‌, ଏକ ବୋଲେରୋ ଓ ୯ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଚୌଦ୍ୱାର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ମଙ୍ଗଳପୁର-ବାଣୀପଦା ରାସ୍ତାର ନିକାଞ୍ଚନ ସ୍ଥାନରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିଲେ। ଖବରପାଇ ଚୌଦ୍ୱାର ଥାନା ଏସ୍‌ଆଇ ପାର୍ଥପ୍ରତିମ ବେଉରା ପୋଲିସ୍‌ ଟିମ୍‌ ସହିତ ସେଠାରେ ଚଢାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ. ୧୫୧/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ଆଶଙ୍କା ବଢ଼ାଉଛି ମୁକୁଳା ବୋର୍‌ଓ୍ବେଲ

ବଅଁରପାଳ,୨୩ା୬(ଡି.ଏନ.ଏ.): ମୁକୁଳା ପଡ଼ିଥିବା ବୋର୍‌ଓ୍ବେଲ କିପରି ଶିଶୁଙ୍କ ପାଇଁ ବିପଦ ସାଜିପାରେ ତାହାର ଉଦାହରଣ ଦେଶରେ ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ଛତିଶଗଡ଼ରେ ଏପରି ଏକ...

ଲୋକଙ୍କ ଅଭିଯୋଗ ଶୁଣୁନି ଯୋଗାଣ ବିଭାଗ : ଗଞ୍ଜାମରେ ୮୨୦ ମାମଲା ପେଣ୍ଡିଂ

ଛତ୍ରପୁର,୧୬।୧(ଡି.ଏନ୍‌.ଏ): ଯୋଗାଣ ସମ୍ବନ୍ଧୀୟ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଜାଣିବା ଏବଂ ଏହାର ସମାଧାନ କରିବା ଲାଗି ରାଜ୍ୟ ସରକାର ଜିଆରଏସ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି...

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ: ଜଣେ ଅଟକ

ବାଲେଶ୍ୱର ଅଫିସ, ୨୧।୧୧: ବାଲେଶ୍ୱର ସହରସ୍ଥିତ ଅଡ଼ର ବଜାରରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଛି...

ବିପଦ ସଙ୍କେତ ଉପରେ ଜଳକା

ରୂପସା/ବସ୍ତା, ୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବସ୍ତା ବ୍ଲକ ଅଧୀନ ମଥାନୀଠାରେ ବିପଦ ସଂକେତ ୫.୫୦...

ଖତ ଖାଉଛି ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ

ପାରଳାଖେମୁଣ୍ଡି,୨୪।୨(ଡି.ଏନ୍‌.ଏ.):  ଗଜପତି ଜିଲା ମୋହନା ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୋଦାମ ଗୃହରେ ଦିବ୍ୟାଙ୍ଗମାନଙ୍କ ପାଇଁ ଆସୁଥିବା ସହାୟକ ଉପକରଣ ଖତ ଖାଇବାରେ ଲାଗିଛି।...

ନକଲି ପାଉଡର ବ୍ୟବସାୟୀଙ୍କୁ ଧରି ପୋଲିସ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୪।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗ୍ରାମ ଗବାଟବାଡ଼ି ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଲୋକଙ୍କୁ ଲୁଗାସଫା ପାଉଡର ବିକ୍ରି କରୁଥିଲେ।...

ବନ୍ୟାଜଳରେ ଭାସିଯାଇ ନିଖୋଜ ଥିଲେ ହେମନ୍ତ: ଉଦ୍ଧାର ହେଲା ମୃତଦେହ

ଧାମନଗର,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଦା ପଞ୍ଚାୟତ ଦକ୍ଷିଣ କୋରୁଆ ଗ୍ରାମର ହେମନ୍ତ ଜେନା ଶୁକ୍ରବାର ସନ୍ଧ୍ୟାରେ ବନ୍ୟାଜଳରେ ଭାସି ଯାଇ ନିଖୋଜ ଥିଲେ।...

କଟକଣା ସତ୍ତ୍ୱେ କାର୍ଯ୍ୟକ୍ରମ

ବନ୍ତ,୧୪।୩(ଡି.ଏନ.ଏ.): ସମଗ୍ର ବିଶ୍ୱରେ ଏବେ କରୋନା ଭୟ ଲାଗି ରହିଥିବାବେଳେ ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ...

Advertisement
Archives

Model This Week