ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ ରହିଥିବା ପ୍ରଶାନ୍ତ ମହାପାତ୍ରଙ୍କ ତାରିଣୀ ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଚୋରି ହୋଇଛି। ଜୁଏଲର୍ସ ମାଲିକ ପ୍ରଶାନ୍ତ ଅନୁପସ୍ଥିତି ରହିଥିବାର ସୁଯୋଗ ନେଇ ଦୁର୍ବୁତ୍ତ ଲୁଟ୍‌ କରିଥିବା କୁହାଯାଉଛି। ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଦାରିଙ୍ଗବାଡି ଥାନାରେ ଜଣାଇବା ପରେ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଅର୍ଜୁନ ଶବର ଜୁଏଲର୍ସରେ ପହଞ୍ଚି ତାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଚଳାଇଛନ୍ତି। ସେହିପରି ଘରେ ମାଲିକ ଅନୁପସ୍ଥିତି ଥିବା ସମୟରେ ଦୁର୍ବୁତ୍ତ ଘର ଗ୍ରିଲର ତାଲା କାଟି ଚୋରି କରିଥିବା ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଉକ୍ତ ଥାନା ଜାଗୃତି କାର୍ଯ୍ୟାଳୟ ସମ୍ମୁଖରେ ଘରଭଡା ସୂତ୍ରରେ ରହୁଥିବା ସଦାନନ୍ଦ ସିଂଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଛି। ସେ ରାଜ୍ୟ ବାହାର ଛତିଶଗଡ଼କୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ତାଙ୍କ ଘରର ଗ୍ରିଲରେ ପଡିଥିବା ତାଲା ଓ ଗ୍ରିଲ ପରେ ରହିଥିବା କବାଟର ତାଲା କଟାଯିବା ପରେ ଘର ଭିତରେ ରହିଥିବା ଆଲମିରାକୁ ଭାଙ୍ଗି ତା ଭିତରେ ରହିଥିବା ୨ ଟି ସୁନା ହାର, ୨ଟି ମୁଦି ଓ କାନ ଫୁଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ଯାଇଥିବା ସଦାନନ୍ଦ କହିଛନ୍ତି। ସେ ଯେଉଁ ଘର ମାଲିକଙ୍କ ଘର ଭଡାସୁତ୍ରରେ ନେଇଛନ୍ତି ସେ ତାଲା କଟାଯାଇଥିବା ସମ୍ପର୍କରେ ସଦାନନ୍ଦଙ୍କୁ ଫୋନରେ ଜଣାଇଥିଲେ। ସଦାନନ୍ଦଙ୍କ କହିବା ପ୍ରକାରେ ଘର ମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଖବର ଲେଖିବା ସୁଦ୍ଧା ପୋଲିସ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିବା ସହ ତଦନ୍ତ ଚଳାଇଛି।
ପୋଲିସ ସଦାନନ୍ଦ କହିଛନ୍ତି,ସେ ପୋଲିସ ସହ ଯୋଗାଯୋଗ ରହିଥିବାବେଳେ ପୋଲିସ ଶୀଘ୍ର ଦୁର୍ବୁତ୍ତଙ୍କୁ ଧରିବାକୁ ଆକ୍ସନ ମୋଡ଼ରେ ରହିଥିବା ସଦାନନ୍ଦଙ୍କୁ ପୋଲିସ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି। ଦାରିଙ୍ଗବାଡିରେ ଗୋଟିଏ ରାତିରେ ଏକାଧିକ ଚୋରି ଏବଂ ଘର ମାଲିକ ଅନୁପସ୍ଥିତିର ସୁଯୋଗ ନେଇ ଟାର୍ଗେଟ କରି ଲୁଟ କରାଯାଇଥିବା ଚର୍ଚ୍ଚା ହେଉଛି। ଘଟଣାକୁ ନେଇ ଅଞ୍ଚକରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରିକାଳୀନ ପାଟ୍ରୋଲିଂକୁ କଡାକଡି କରାଯିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri