ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା, କାର୍‌ କାଚ ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା, ଟାଉନ ଥାନାରେ…

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ବଢ଼ି ଚାଲିଛି ଲୁଟ୍‌ପାଟ୍‌। ଜିଲା ସଦର ମହକୁମା ଏଥିରୁ ବାଦ୍‌ ପଡ଼ି ନାହିଁ। ବୁଧବାର ଦିନ ଦ୍ୱିପ୍ରହରରେ ବରଗଡ଼ ସହର ଗାନ୍ଧିଛକ ନିକଟ ଏକ ହୋଟେଲ ସମ୍ମୁଖରେ ରଖାଯାଇଥିବା ଏକ କାର୍‌(ଓଡ଼ି୧୭ଏବି ୬୨୫୫)ର କାଚ ଭାଙ୍ଗି ୨୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଏତଲା ପାଇବା ପରେ ସ୍ଥାନୀୟ ଟାଉନ ଥାନା ପୋଲିସ ଛାନଭିନ୍‌ ଚଲାଇଛି। ତେବେ ଖବର ଲେଖାହେବା ସୁଦ୍ଧା(ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ) ପୋଲିସ ଲୁଟେରାଙ୍କୁ ଠାବ କରିପାରି ନାହିଁ।

ସୂଚନା ଅନୁଯାୟୀ, ବରଗଡ଼ ପୌର ପରିଷଦ ଅଧୀନ ତଳିପଡ଼ା ନିବାସୀ ସୁବୋଧ କୁମାର ଦାଶ ମଙ୍ଗଳବାର ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରୁ ୧୫ଲକ୍ଷ ଏବଂ ହସପିଟାଲ ରୋଡ୍‌ ପାର୍ଶ୍ୱରେ ରହିଥିବା ଷ୍ଟେଟ ବ୍ୟାଙ୍କର ଅନ୍ୟ ଏକ ବ୍ରାଞ୍ଚରୁ ୫ଲକ୍ଷ ଟଙ୍କା କାଢ଼ିଥିଲେ। ସମୁଦାୟ ୨୦ଲକ୍ଷ ଟଙ୍କାକୁ କାର୍‌ ଭିତରେ ରଖି ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ସ୍ଥାନୀୟ ଗାନ୍ଧିଛକ ନିକଟ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ।

ତେବେ ସେ ହୋଟେଲ ଭିତରେ ଥିବାବେଳେ ତାଙ୍କ କାର୍‌ର ଡ୍ରାଇଭର ବସୁଥିବା ପାର୍ଶ୍ୱରେ କାଚ ଭଙ୍ଗା ଯାଇଥିବା ନେଇ ସ୍ଥାନୀୟ କିଛି ଲୋକ ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ସେ କାର୍‌କୁ ଆସି ଦେଖିବା ବେଳକୁ କାଚ୍‌ ଭାଙ୍ଗି ଲୁଟେରାମାନେ କାର୍‌ ଭିତରେ ରହିଥିବା ସବୁତକ ଟଙ୍କା ଲୁଟି ନେଇଥିବା ସେ ଜାଣିବାକୁ ପାଇଥିଲେ। ସେ ଏନେଇ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri