ଦିନ ଦ୍ୱିପହରରେ ମାତିଛନ୍ତି ଲୁଟେରା, କାର୍‌ କାଚ ଭାଙ୍ଗି ଲୁଟିନେଲେ ୨୦ ଲକ୍ଷ ଟଙ୍କା, ଟାଉନ ଥାନାରେ…

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ବଢ଼ି ଚାଲିଛି ଲୁଟ୍‌ପାଟ୍‌। ଜିଲା ସଦର ମହକୁମା ଏଥିରୁ ବାଦ୍‌ ପଡ଼ି ନାହିଁ। ବୁଧବାର ଦିନ ଦ୍ୱିପ୍ରହରରେ ବରଗଡ଼ ସହର ଗାନ୍ଧିଛକ ନିକଟ ଏକ ହୋଟେଲ ସମ୍ମୁଖରେ ରଖାଯାଇଥିବା ଏକ କାର୍‌(ଓଡ଼ି୧୭ଏବି ୬୨୫୫)ର କାଚ ଭାଙ୍ଗି ୨୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଏତଲା ପାଇବା ପରେ ସ୍ଥାନୀୟ ଟାଉନ ଥାନା ପୋଲିସ ଛାନଭିନ୍‌ ଚଲାଇଛି। ତେବେ ଖବର ଲେଖାହେବା ସୁଦ୍ଧା(ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ) ପୋଲିସ ଲୁଟେରାଙ୍କୁ ଠାବ କରିପାରି ନାହିଁ।

ସୂଚନା ଅନୁଯାୟୀ, ବରଗଡ଼ ପୌର ପରିଷଦ ଅଧୀନ ତଳିପଡ଼ା ନିବାସୀ ସୁବୋଧ କୁମାର ଦାଶ ମଙ୍ଗଳବାର ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରୁ ୧୫ଲକ୍ଷ ଏବଂ ହସପିଟାଲ ରୋଡ୍‌ ପାର୍ଶ୍ୱରେ ରହିଥିବା ଷ୍ଟେଟ ବ୍ୟାଙ୍କର ଅନ୍ୟ ଏକ ବ୍ରାଞ୍ଚରୁ ୫ଲକ୍ଷ ଟଙ୍କା କାଢ଼ିଥିଲେ। ସମୁଦାୟ ୨୦ଲକ୍ଷ ଟଙ୍କାକୁ କାର୍‌ ଭିତରେ ରଖି ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ସ୍ଥାନୀୟ ଗାନ୍ଧିଛକ ନିକଟ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ।

ତେବେ ସେ ହୋଟେଲ ଭିତରେ ଥିବାବେଳେ ତାଙ୍କ କାର୍‌ର ଡ୍ରାଇଭର ବସୁଥିବା ପାର୍ଶ୍ୱରେ କାଚ ଭଙ୍ଗା ଯାଇଥିବା ନେଇ ସ୍ଥାନୀୟ କିଛି ଲୋକ ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ସେ କାର୍‌କୁ ଆସି ଦେଖିବା ବେଳକୁ କାଚ୍‌ ଭାଙ୍ଗି ଲୁଟେରାମାନେ କାର୍‌ ଭିତରେ ରହିଥିବା ସବୁତକ ଟଙ୍କା ଲୁଟି ନେଇଥିବା ସେ ଜାଣିବାକୁ ପାଇଥିଲେ। ସେ ଏନେଇ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିର ୩ ବର୍ଷୀୟ ବିସ୍ମୟ ବାଳକ ମୋକ୍ଷିତ: ଜାତୀୟ ସ୍ତରରେ ସୃଷ୍ଟି କଲେ ଇତିହାସ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣେ ମାତ୍ର ୩ ବର୍ଷ ବୟସର ଶିଶୁ ପୁଅ ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରି ସାରା...

ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ: ଫେରିଲେ କନ୍ଧମାଳ ଭାଜପା ନେତା, କର୍ମୀ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ରବିବାର ଥିଲା ଶେଷ ଦିନ। ଏହି ଅବସରରେ କନ୍ଧମାଳ ଜିଲାର ବହୁ ଭାଜପା ନେତା ଓ କର୍ମୀ...

ଗୋଟିଏ ଦିନ ପରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏଏସପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦାରିଙ୍ଗବାଡ଼ି ବ୍ଲକ୍ ସଭାଗୃହ ପରିସରରେ ଅନୁଷ୍ଠିତ...

ଦାରିଙ୍ଗବାଡ଼ିକୁ ବିଳମ୍ବରେ ଆସିଲା ଶୀତ: ଖସୁଛି ପାରଦ, ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ‘ଓଡ଼ିଶାର କାଶ୍ମୀର’ ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ଶୀତ ଆସିବାରେ ବିଳମ୍ବ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ତାପମାତ୍ରା...

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

ଦିଗପହଣ୍ଡି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଟକ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ...

ଦିଗପହଣ୍ଡିରେ ଜାତୀୟ ଆଇନ ସେବା ଦିବସ ପାଳିତ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ରବିବାର ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri