ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍‌ ଗୃହକର୍ତ୍ତା ପହଞ୍ଚିଯିବାରୁ…

ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ ଗୃହକର୍ତ୍ତା ପହଞ୍ଚିଯିବାରୁ ଜଣେ ଲୁଟେରା ତାଙ୍କୁ ଆକ୍ରମଣ କରିଛନ୍ତି। ଅନ୍ନପୂର୍ଣ୍ଣା ରାଇସ୍‌ ମିଲର ହିମାଂଶୁ ଶେଖର ଦାସ (ତପନ)ଙ୍କ ଘରେ ବୁଧବାର ରାତି ୧୧ଟା ୩୦ରେ ଘରେ କେହିନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍‌ ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ, ହିମାଂଶୁ ତାଙ୍କ ଘର ତାଲା ପ୍ରକାଇ ପରିବାର ସହିତ ଏକ ଉତ୍ସବରେ ଯୋଗଦେବା ପାଇଁ ଭଦ୍ରକ ପାଇଥିଲେ। ସେଠାରୁ ୧୧ଟା ୪୫ରେ କାର୍‌ରେ ଘରକୁ ଫେରିଥିଲେ। କାର୍‌ଟି ଘର ସାମ୍ନାରେ ରଖିବା ପରେ ଦେଖିଲେ ଯେ, ଗେଟ ଓ କବାଟ ମେଲାଅଛି। ସେ ସଙ୍ଗେ ସଙ୍ଗେ ଘର ଭିତରକୁ ପଶିବା କ୍ଷଣି ଦେଖିଲେ ୪ରୁ ୫ ଜଣ ବାଉଣ୍ଡାରୀ ଡେଇଁ ପଳାଇଗଲେ ଓ ଜଣେ ଘର କବାଟ କ’ଣରେ ଛିଡାହୋଇଥିଲେ। ସମ୍ପୁକ୍ତ ଲୁଟେରାକୁ କାବୁ କଲା ବେଳେ ଦୀର୍ଘ ଅଧଘଣ୍ଟା ଧରି ସଂଘର୍ଷ ହୋଇଥିଲା। ଏଥିରେ ଲୁଟେରା ଜଣକ ଏକ ଭୁଜାଲିରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ହିମାଂଶୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବି ଛାଡ଼ି ନ ଥିଲେ। ପରେ ଜଣେ ପଡ଼ୋଶୀ ପହଞ୍ଚିବାରୁ ଉଭୟ ମିଶି ଲୁଟେରା ଜଣଙ୍କୁ କାବୁ କରିଥିଲେ। ଲୁଟେରା ମାନେ ଘର ମଧ୍ୟକୁ ପଶି ଗଡ୍‌ରେଜ ଭାଙ୍ଗି ଏକ ସୁନାଚେନ ମୁଦି, କାନଫୁଲ ଓ ୨୨ ହଜାର ଟଙ୍କା ଲୁଟି ନେଇଥିବାର ଜଣାପଡ଼ିଛି। ଲୁଟେରା ଜଣଙ୍କ ଜଗତସିଂପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣକୁ ସୋର ଓଭରବ୍ରିଜ୍‌ରୁ କାବୁ କରି ତଦନ୍ତ ଚଳାଇଛି। ଗୃହକର୍ତ୍ତା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ସାହାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୋରରେ ବାରମ୍ବାର ଲୁଟ୍‌ ନେଇ ଆତଙ୍କ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri