ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍‌ ଗୃହକର୍ତ୍ତା ପହଞ୍ଚିଯିବାରୁ…

ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ ଗୃହକର୍ତ୍ତା ପହଞ୍ଚିଯିବାରୁ ଜଣେ ଲୁଟେରା ତାଙ୍କୁ ଆକ୍ରମଣ କରିଛନ୍ତି। ଅନ୍ନପୂର୍ଣ୍ଣା ରାଇସ୍‌ ମିଲର ହିମାଂଶୁ ଶେଖର ଦାସ (ତପନ)ଙ୍କ ଘରେ ବୁଧବାର ରାତି ୧୧ଟା ୩୦ରେ ଘରେ କେହିନଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍‌ ହୋଇଯାଇଛି।

ଘଟଣାରୁ ପ୍ରକାଶ ଯେ, ହିମାଂଶୁ ତାଙ୍କ ଘର ତାଲା ପ୍ରକାଇ ପରିବାର ସହିତ ଏକ ଉତ୍ସବରେ ଯୋଗଦେବା ପାଇଁ ଭଦ୍ରକ ପାଇଥିଲେ। ସେଠାରୁ ୧୧ଟା ୪୫ରେ କାର୍‌ରେ ଘରକୁ ଫେରିଥିଲେ। କାର୍‌ଟି ଘର ସାମ୍ନାରେ ରଖିବା ପରେ ଦେଖିଲେ ଯେ, ଗେଟ ଓ କବାଟ ମେଲାଅଛି। ସେ ସଙ୍ଗେ ସଙ୍ଗେ ଘର ଭିତରକୁ ପଶିବା କ୍ଷଣି ଦେଖିଲେ ୪ରୁ ୫ ଜଣ ବାଉଣ୍ଡାରୀ ଡେଇଁ ପଳାଇଗଲେ ଓ ଜଣେ ଘର କବାଟ କ’ଣରେ ଛିଡାହୋଇଥିଲେ। ସମ୍ପୁକ୍ତ ଲୁଟେରାକୁ କାବୁ କଲା ବେଳେ ଦୀର୍ଘ ଅଧଘଣ୍ଟା ଧରି ସଂଘର୍ଷ ହୋଇଥିଲା। ଏଥିରେ ଲୁଟେରା ଜଣକ ଏକ ଭୁଜାଲିରେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ହିମାଂଶୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବି ଛାଡ଼ି ନ ଥିଲେ। ପରେ ଜଣେ ପଡ଼ୋଶୀ ପହଞ୍ଚିବାରୁ ଉଭୟ ମିଶି ଲୁଟେରା ଜଣଙ୍କୁ କାବୁ କରିଥିଲେ। ଲୁଟେରା ମାନେ ଘର ମଧ୍ୟକୁ ପଶି ଗଡ୍‌ରେଜ ଭାଙ୍ଗି ଏକ ସୁନାଚେନ ମୁଦି, କାନଫୁଲ ଓ ୨୨ ହଜାର ଟଙ୍କା ଲୁଟି ନେଇଥିବାର ଜଣାପଡ଼ିଛି। ଲୁଟେରା ଜଣଙ୍କ ଜଗତସିଂପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣକୁ ସୋର ଓଭରବ୍ରିଜ୍‌ରୁ କାବୁ କରି ତଦନ୍ତ ଚଳାଇଛି। ଗୃହକର୍ତ୍ତା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ସାହାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୋରରେ ବାରମ୍ବାର ଲୁଟ୍‌ ନେଇ ଆତଙ୍କ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ମୃତ

ଭୁବନେଶ୍ୱର,୧୩ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲାରେ ଏକ ଏକ...

ଛାତ ଢଳେଇ କାମ ଚାଲିଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ରାଜମିସ୍ତ୍ରୀ, ତଳେ ପଡ଼ି…

ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର...

ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତିର କପିରାଇଟ୍ କରିବେ ଓଡ଼ିଶା ସରକାର: ଗଜପତି ମହାରାଜ

ପୁରୀ,୧୩।୭: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶା ସରକାର ଏହାର କପିରାଇଟ୍ ପାଇଁ ପଦକ୍ଷେପ...

ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର...

ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…

ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ...

କଙ୍ଗାରୁ କୋର୍ଟରେ ପୁଣି ଦିଆଗଲା ବଳଦ ଦଣ୍ଡ, ଗୋଟିଏ ବଂଶରେ ବାହାହେଲେ ବୋଲି…

ଭୁବନେଶ୍ୱର,୧୩ା୭: କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳର ପେଦା ଇଟିଗି ଗାଁରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ଗାଁ ଦାଣ୍ଡରେ ‘ପାପ ଶୁଦ୍ଧି’...

ପୁଣି ଆସୁଛି ଯୋଡ଼ା ଲଘୁଚାପ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩ା୭: ବଙ୍ଗୋପସାଗରରେ ପୁଣି ଏକ ଯୋଡ଼ା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଆଗାମୀ ୨୪ ଘଣ୍ଟା...

ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri