ନିଆଁରେ ପୋଡ଼ୁଛି ରାସ୍ତାପାର୍ଶ୍ୱ ଗଛ

ନୟାଗଡ଼ ଅଫିସ, ୭।୩ – ଶରଣକୂଳ-ଓଡଗାଁ ରାସ୍ତାପାର୍ଶ୍ୱରେ ବନବିଭାଗ ପକ୍ଷରୁ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ତାହା ପଦା ହେବାକୁ ବସିଛି । ରାସ୍ତାପାର୍ଶ୍ୱରେ ପାଳ ଓ ଆବର୍ଜନା ଗଦା ଦେଉଛି । ଲୋକମାନେ ସେଥିରେ ନିଆଁ ଲଗାଇ ଦେବାରୁ ଗଛଗୁଡ଼ିକ ପୋଡ଼ି ଯାଉଛି । ଗତ ୬ମାସ ମଧ୍ୟରେ ୭୦ରୁ ଊର୍ଦ୍ଧ୍ୱ ଗଛ ଏହି କାରଣରୁ ପୋଡ଼ିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଆଉ କେତେକ ଗଛକୁ ଗୃହପାଳିତ ପଶୁମାନେ ଖାଇ ନଷ୍ଟ କରି ଦେଉଛନ୍ତି । ଏ ସଂକ୍ରାନ୍ତରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ନ ଥିବାରୁ ରାସ୍ତାପାର୍ଶ୍ୱ ଏବେ ବୃକ୍ଷଶୂନ୍ୟ ହୋଇପଡିଛି ।
ସୂଚନା ଅନୁଯାୟୀ, ପ୍ରାୟ ୧ବର୍ଷ ତଳେ ଶରଣକୂଳ-ଓଡ଼ଗାଁ ରାସ୍ତାପାର୍ଶ୍ୱରେ ବନୀକରଣ କରାଯାଇଥିଲା । ପ୍ରାୟ ୧ ହଜାର ଚାରା ରାସ୍ତାପାର୍ଶ୍ୱରେ ରୋପଣ କରାଯାଇଥିଲା । ହେଲେ ବନବିଭାଗ ଚାରା ରୋପଣ ପରେ ଚୁପ୍‌ ହୋଇ ବସିଥିଲା। ଫଳରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବହୁ ଚାରା ଆବଶ୍ୟକ ପାଣି ଓ ଯତ୍ନ ଅଭାବରୁ ନଷ୍ଟ ହୋଇଯାଇଥିଲା। ଅବଶିଷ୍ଟ ଚାରା ଶାଖାପ୍ରଶାଖା ମେଲାଇ ବଢ଼ିବାକୁ ଲାଗିଥିଲା ା ହେଲେ ଶରଣକୂଳ-ଓଡ଼ଗଁା ରାସ୍ତାରେ ଥିବା ପାଳ ଓ ଧାନଗଦା ସେହି ଗଛଗୁଡ଼ିକ ପାଇଁ କାଳ ହୋଇଛି। ଏବେ ପାଳ ଓ ନଡାର ଚାହିଦା ନାହିଁ। ଫଳରେ ଚାଷୀଙ୍କ ସହିତ ସ୍ଥାନୀୟ ଲୋକମାନେ ପାଳକୁ ରାସ୍ତାପାର୍ଶ୍ୱରେ ଗଦା କରି ନିଅଁା ଲଗାଇ ଦେଉଛନ୍ତି । ସେହି ନିଆଁରେ ଗଛଗୁଡ଼ିକ ଜଳି ଯାଉଛି ା ସେହିପରି ରାସ୍ତାପାର୍ଶ୍ୱରେ ଲୋକମାନେ ଅଳିଆ ଆବର୍ଜନା ଜମା କରୁଛନ୍ତି । ସେହି ଆବର୍ଜନା ଶୁଖିଯିବା ପରେ ସେଥିରେ ନିଅଁା ଲଗାଇ ପୋଡ଼ିଦେବାକୁ ଉଚିତ୍‌ ମଣୁଛନ୍ତି ା ହେଲେ ଏହାଦ୍ୱାରା କେତେ ଗଛ ଜଳି ଯାଉଛି ସେଥିପ୍ରତି ସେମାନେ ସଚେତନ ନୁହନ୍ତି ା ଅପରପକ୍ଷେ ଗତ ବର୍ଷ ଲାଗିଥିବା ଗଛର ଅଟେଇଗୁଡ଼ିକ ଉପରକୁ ଟେକା ଯାଉନି । ଏଣୁ ସେହି ଗଛକୁ ଗୋରୁ ଖାଇ ନଷ୍ଟ କରୁଛନ୍ତି । ବନବିଭାଗ, ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକମାନେ ଗଛ ପୋଡ଼ି ରୋକିବା ପାଇ ଁପଦକ୍ଷେପ ନ ନେଲେ ରାସ୍ତାପାର୍ଶ୍ୱ ବୃକ୍ଷଶୂନ୍ୟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏନେଇ ପରିବେଶବିତ୍‌ ବିିଭୂ ପ୍ରସାଦ ଦାଶ କୁହନ୍ତି, ଗଛ ଲଗାଇବାକୁ ସମସ୍ତଙ୍କ ଆଗ୍ରହ ରହିଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ କରିବାକୁ କାହାରି ଆନ୍ତରିକତା ନାହିଁ । ଏଣୁ ଗଛଗୁଡିକ ନିଅଁାଲାଗି ଅଥବା ଗୃହପାଳିତ ପ୍ରାଣୀଙ୍କ ଦ୍ୱାରା ନଷ୍ଟ ହେଉଛି । ଏହାକୁ ଅଣଦେଖା କଲେ ସମସ୍ତଙ୍କ ପାଇଁ ବିପଦ ବୋଲି ସେ ସତର୍କ କରାଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଢିଙ୍କିଆରେ ବୁଥ୍‌ ହେବନି

କୁଜଙ୍ଗ,୧୧ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପାଇଁ ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗାଁରେ କୌଣସି ବୁଥ୍‌ ହେବ ନାହିିଁ। ଏହି ଗାଁର ୬ଟି ବୁଥ୍‌କୁ...

ପୋତି ହୋଇଗଲାଣି ବାଲିବନ୍ଧ ପ୍ରକଳ୍ପ

ଛେଣ୍ଡିପଦା,୯ା୮(ସ୍ବ.ପ୍ର.):ଲକ୍ଷ୍ୟ ଥିଲା ୭୦୦ ହେକ୍ଟର ଜମି ଜଳସେଚିତ ହେବ। ସେଥିପାଇଁ ୫୦ ବର୍ଷ ତଳେ ନିର୍ମାଣ କରାଯାଇଥିଲା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଉପକୃତ ହେଉଥିଲେ...

୧୪ ଗ୍ରାମ ବ୍ରାଉନ ସୁଗାର ଜବତ: ଜେଲ୍‌ ଗଲେ ପ୍ରଭାତ

ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଶରଣକୁଳ ପୋଲିସ ଶନିବାର ସନ୍ଧ୍ୟାରେ ୧୪ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ...

କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

  ଲାଠୋର, ୧୪ା୧ (ଡି.ଏନ୍‌.ଏ.)- ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା...

କରୋନା କାଳରେ କଳାବଜାର: ବଢ଼ିଲା ଆଳୁଦର, ପ୍ରଶାସନର ଚଢ଼ାଉ

ବୁଗୁଡ଼ା,୪।୫(ଡି.ଏନ୍‌.ଏ.): ମହାମାରୀ କରୋନାର ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ସରକାର ମେ’ ୫ରୁ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବୁଗୁଡ଼ାର କେତେକ ମୁନାଫାଖୋର...

ମିଟର ରିଡର କର୍ମଚାରୀଙ୍କୁ ଅବହେଳା : ୧୫ ବର୍ଷ ପରେ ବି ମିଳୁନି ସର୍ବନିମ୍ନ ମଜୁରି

ବ୍ରହ୍ମପୁର ଅଫିସ, ୨୮ା୯-ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନ କରିବାକୁ ସାଉଥ୍‌କୋ ମିଟର ରିଡର ଶ୍ରମିକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ଦାବି କରାଯାଇଛି...

୨୬ ବର୍ଷ ପରେ ସ୍ତ୍ରୀ ହତ୍ୟାକାରୀ ନିର୍ଦ୍ଦୋଷ

ଦେବଗଡ଼,୮।୧(ଡି.ଏନ.ଏ.): ଏକ ହତ୍ୟା ମାମଲାର ଦୀର୍ଘ ୨୬ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଉକ୍ତ ମାମଲାର ବିଚାର କରି ଦେବଗଡ଼ ଅତିରିକ୍ତ ଜିଲା ଓ...

ରସୁଲପୁରର ୧୪୩ ନମୁନା ନେଗେଟିଭ

ରସୁଲପୁର, ୧୦।୫ (ଡି.ଏନ୍‌.ଏ.)-ରସୁଲପୁର ବ୍ଲକ ଅଞ୍ଚଳରେ ଥିବା ୩୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ ରଖାଯାଇଛି। ଗତ ଏପ୍ରିଲ ୨୯ ଓ ୩୦...

Advertisement
Archives

Model This Week