ରାତିରେ ରାସ୍ତା କାମ

ଭାପୁର,୨୮।୮(ଭରତ କୁମାର ବେହେରା): ଗତ କିଛି ବର୍ଷ ହେବ ଦୁର୍ନୀତିକୁ ନେଇ ଭାପୁର ବ୍ଲକ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଏବେ ନିମ୍ନମାନର କାମ ପୁଣିଥରେ ସାମ୍‌ନାକୁ ଆସିଛି ା ପୂର୍ବରୁ ଏକାଧିକ ରାସ୍ତା, ଗୋଟିଏ ରାସ୍ତାକୁ ୨୧ଥର ବିଲ୍‌ କରିବା,କୂଅ, ପୋଖରୀକୁ ନେଇ ମିଛ ବିଲ୍‌ ହେଇଥିବା ଘଟଣା ମନରୁ ନ ଲିଭୁଣୁ ଏବେ ନିମ୍ନମାନର କାମ ନୂଆ ଟ୍ରେଣ୍ଡ ପାଲଟିଛି।
ସୂଚନା ଅନୁଯାୟୀ, ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ପଞ୍ଚାୟତ ବୋରଗାଁଠାରୁ ଭାୟା ବାଘୁଆପଲ୍ଲୀ ରାସ୍ତାରେ ନିମ୍ନମାନର କାମ ଯୋଗୁ ଜନଅସନ୍ତୋଷ ପ୍ରକାଶ ପାଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ କାମ ନିମ୍ନମାନର ହେଉଛି। ପ୍ରାୟ ୫ କିମି ରାସ୍ତା ନିର୍ମାଣକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବା ବେଳେ କାମ ଶେଷ ହୋଇ ନ ପାରିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପାରିବାପଣିଆକୁ ପଦାରେ ପକାଇଛି। ଏହି କାମ ୨୦୨୧ରୁ ଆରମ୍ଭ ହୋଇ ୨୦୨୨ରେ ସାରିବା ପାଇଁ ଫଳକରେ ଉଲ୍ଲେଖ ଅଛି। ହେଲେ ଅବଧି ସରିଥିଲେ ମଧ୍ୟ ରାସ୍ତା କାମ ସରିନାହିଁ। ଶୁକ୍ରବାର ରାତିରେ ଭଗବାନପୁର ଗ୍ରାମରେ ପ୍ରାୟ ୨୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର କଲଭର୍ଟ ନିର୍ମାଣ ଚାଲିଥିବା ବେଳେ ତାହା ହଠାତ୍‌ ଭୁଶୁଡି ପଡିଥିଲା। ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କାମ କରୁଥିବା ସାନପଦର ଅଞ୍ଚଳର ଠିକାଦାର ଶିବ ପ୍ରସାଦ ଖଣ୍ଡା ଘଟଣାସ୍ଥଳରୁ କୁଆଡ଼େ ଚାଲି ଯାଇଥିଲେ ା ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କେଶ ଚନ୍ଦ୍ର ସୁବୁଦ୍ଧିଙ୍କୁ ପଚାରିବାରେ ତାଙ୍କର ଓ ଏସ୍‌ଡିଓଙ୍କ ଅଗୋଚରେ ରାତିରେ କାମ ହୋଇଥିବା ସଫେଇ ଦେଇଥିଲେ । ଠିକାଦାର କାହାକୁ କିଛି ନ ଜଣାଇ ରାତି ସାଢ଼େ ସାତଟା ସମୟରେ କଲଭର୍ଟ କାମ ମିସ୍ତ୍ରିକୁ ନେଇ କରୁଥିଲେ। ସେ ନିମ୍ନମାନର କାମ ହେଉ ନ ଥିବା ସଫେଇ ଦେଇଥିବା ବେଳେ ଗ୍ରାମବାସୀଙ୍କଠାରୁ କିନ୍ତୁ ଭିନ୍ନ ତଥ୍ୟ ମିଳିଛି। ଗତ ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତା କାମ ସରୁ ନ ଥିବା ବେଳେ କନିଷ୍ଠ ଯନ୍ତ୍ରୀ କିନ୍ତୁ ବେପରୁଆ ମନ୍ତବ୍ୟ ଦେବା ଶୋଭା ପାଉ ନ ଥିବା କହିଛନ୍ତି ସ୍ଥାନୀୟ ଜନପ୍ରତିନିଧି। ସରକାରୀ ନିୟମ ତଥା ଏଷ୍ଟିମେଟ ବାହାରେ କାମ ହେଉଥିବା ଯୋଗୁ ବିଭିନ୍ନ ଅଘଟଣ ଘଟୁଛି ା ଏଥିପାଇଁ କନିଷ୍ଠ ଯନ୍ତ୍ରୀ ଦାୟୀ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପକ୍ଷେ ଶୁକ୍ରବାର ଘଟଣା ପରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ା ଘଟଣା ସମ୍ପର୍କରେ ମାପିଚୁପି ମନ୍ତବ୍ୟ ଦେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଘଟଣାସ୍ଥଳରେ ଏସ୍‌ଡିଓ ଜୟନ୍ତୀ ପଣ୍ଡା ପହଞ୍ଚି ତଦାରଖ କରିଛନ୍ତି । ଏସ୍‌ଡିଓ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ହୃଷୀକେଶ ବରାଳ, ଗ୍ରାମ ଉନ୍ନୟନ କନିଷ୍ଠ ଯନ୍ତ୍ରୀ କେଶ ଚନ୍ଦ୍ର ସୁବୁଦ୍ଧିଙ୍କ ଉପସ୍ଥିତିରେ ଶନିବାର ଭାଙ୍ଗି ଯାଇଥିବା କଲଭର୍ଟକୁ ସମ୍ପୂୂର୍ଣ୍ଣ ଭାଙ୍ଗି ସଫା କରାଯାଇଛି। କଲଭର୍ଟ ଭୁଶୁଡ଼ି ପଡ଼ିବା କାରଣ ଉପରେ ଅନୁଧ୍ୟାନ କରି ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri