Posted inଜାତୀୟ

ଅନ୍ତିମ ବିଦାୟ ପାଇଁ ତିଆରି ହେଲା ରାସ୍ତା

ଆଗ୍ରା, ୧୨ା୧୨: ସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ୍ବିଙ୍ଗ କମାଣ୍ଡର ପୃଥ୍ବୀ ସିଂଙ୍କୁ ଶେଷ ବିଦାୟ ଦେବା ପାଇଁ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଙ୍କ ଘରକୁ ଯାଇଥିବା ରାସ୍ତାର ପୁନଃନିର୍ମାଣ କରାଯାଇଛି। ମାତ୍ର ଅଢ଼େଇ ଘଣ୍ଟାରେ ଏହି ରାସ୍ତା କାମ ସରିଥିଲା। ପଡ଼ୋଶୀଙ୍କ କହିବା ଅନୁଯାୟୀ, ୧୦ ବର୍ଷ ହେଲା ଉକ୍ତ ରାସ୍ତା ଶୋଚନୀୟ ଅବସ୍ଥାରେ ଥିଲା। କିନ୍ତୁ ଶୁକ୍ରବାର ରାତିରେ ଏହାର ମରାମତି କରାଯାଇଛି। ତାଙ୍କ ଘରକୁ ଯାଇଥିବା ଗଳି ରାସ୍ତା ଶେଷ ହୋଇଥିବାବେଳେ ଆଗକୁ କଂକ୍ରିଟ୍‌ ରୋଡ୍‌ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ୱିଙ୍ଗ୍‌ କମାଣ୍ଡର ସିଂଙ୍କ ମରଶରୀରର ଘରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ୯ ବର୍ଷର ପୁଅ ଅବିରାଜ ତାଙ୍କୁ ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହେବ ଦୁର୍ଗାପୂଜା, ରାମଲିଳା

ନୂଆଦିଲ୍ଲୀ,୧୨ ।୧୦: ବେଶ୍ କିଛି ସମୟର ସଂଶୟ ପରେ ଶେଷରେ ଏହାର ସମାଧାନ ବାହାରିଛି । ରାଜଧାନୀ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ୍‌ଏ) ସେଠାରେ ଦଶହରା...

ଆଧାରକାର୍ଡରେ ନା ଦେଖି ଆଡ୍‌ମିଶନ କରିବାକୁ ମନା କଲା ସ୍କୁଲ

ବୁଦାଉନ(ୟୁପି),୪।୪: ଆଧାରକାର୍ଡରେ ନାମ ଦେଖି ଜଣେ କୁନି ଝିଅକୁ ଆଡ୍‌ମିଶନ ଦେବାକୁ ମନା କରି ଦେଇଛି ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲ। ତେବେ ଆଧାରକାର୍ଡରେ ନାମ...

ତୃତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ

କୋଲକତା,୪।୧: ପୂର୍ବତନ ଭାଜପା ଏମ୍‌ପି ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ କରି ଏହି ସୂଚନା...

ନକଲି ସାନିଟାଇଜର ବିକ୍ରି ଅଭିଯୋଗରେ ୩ ଅଟକ

ପୁଣେ,୧୫।୩: କରୋନା ଭାଇରସ ଏବେ ତା’ର କାୟା ବିସ୍ତାର କରୁଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି।...

‘ଅଗ୍ନିପଥ’ ସ୍କିମ୍‌ର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଭାରତୀୟ ସେନାର ଅଗ୍ନିପଥ ସ୍କିମ୍‌ର ଶୁଭାରମ୍ଭ କରିଛନ୍ତି । ୩ ସେନାମୁଖ୍ୟଙ୍କ ଉପସ୍ଥିତିରେ ମନ୍ତ୍ରୀ ରାଜନାଥ ଏହି...

ସର୍ବାଧିକ ସର୍ଚ୍ଚ ପ୍ରଶ୍ନ ‘ସେଲ୍ଫ କେୟାର’

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଚିକିତ୍ସା ପାଇଁ ଔଷଧ ନ ଥିବାରୁ ଡାକ୍ତର, ବିଶେଷଜ୍ଞମାନେ ନିଜ ନିଜ ଶରୀରର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି।...

ସ୍ବଦେଶ ଫେରିଲେ ୧୪୫ ଭାରତୀୟ: ହାତଗୋଡ଼ ବାନ୍ଧି ପଠାଇଲା ଆମେରିକା

ନୂଆଦିଲ୍ଲୀ,୨୨-୧୧:ଅନେକ ବର୍ଷ ଧରି ବେଆଇନ ଭାବେ ଆମେରିକାରେ ରହୁଥିବା ୧୪୫ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସ୍ବଦେଶକୁ ପଠାଇଦେଇଛି। ପ୍ରତ୍ୟର୍ପଣ ପରେ ସେମାନେ ଗୁରୁବାର ସକାଳେ ନୂଆଦିଲ୍ଲୀର...

ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଭାରତ ଉପରେ ଆକ୍ରମଣ କରିପାରେ ଚାଇନା: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ…

ନୂଆଦିଲ୍ଲୀ/ଓ୍ବାଶିଟନ,୬।୩ : ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ସାହିତ ହୋଇ ଚାଇନା ଭାରତ ଉପରେ ଆକ୍ରମଣ...

Advertisement
Archives

Model This Week