ଧାନ କିଣା ସମସ୍ୟାକୁ ନେଇ ରାସ୍ତାରୋକୋ

ବାରିପଦା ଅଫିସ,୨୯ା୧୨- ଧାନର ଅଭାବୀ ବିକ୍ରୀ ଓ ମଣ୍ଡିରେ ଧାନକିଣା ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲା ୧୮ ନଂ. ଜାତୀୟ ରାଜପଥର କୁଳିଅଣା ଛକଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଫଳରେ ଉକ୍ତ ରାସ୍ତାରେ ୨ଘଣ୍ଟା ଧରି ଯାନବାହନ ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସୂଚନା ଅନୁଯାୟୀ, ସଂଗଠନ ପକ୍ଷରୁ ଚାଷୀଙ୍କ ସମସ୍ୟାକୁ ନେଇ ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଗ୍ରାମାଞ୍ଚଳରେ ଧାନ କୁଇଣ୍ଟାଲ ପିଛା ହଜାରେ/୧୨ଶହ ଟଙ୍କାରେ ବିକ୍ରୀ ବନ୍ଦ କରିବା, ଧାନମଣ୍ଡିରେ କୁଇଣ୍ଟାଲ ପିଛା ୫ରୁ ୧୦କିଲୋ ଧାନ କାଟଣି ବନ୍ଦ କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ, ଚାଷୀଙ୍କୁ ଅଖା ଟଙ୍କା ଫେରସ୍ତ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜଙ୍ଗଲ ଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟର ଆକଳନ କରି ସଠିକ ଟଙ୍କା ପ୍ରଦାନ କରିବା ଆଦି ଦାବିଗୁଡ଼ିକ ସମ୍ପର୍କରେ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ ା ୭ଦିନ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରଶାସନିକ ସ୍ତରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନ ଥିବାରୁ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ସଂଗଠନର ଚିନୁ ଦାସଙ୍କ ନେତୃତ୍ୱରେ ପ୍ରାଣବନ୍ଧୁ ପଲେଇ, ହରିଚନ୍ଦନ ଦାସ, ମଙ୍ଗଲ ଚନ୍ଦ୍ର ସିଂ, ଗୋବିନ୍ଦ ମାରାଣ୍ଡି, କାଶରାୟ ଟୁଡୁ, କୁନା ମାରାଣ୍ଡି, ପ୍ରହ୍ଲାଦ ନାଏକ, ରବୀନ୍ଦ୍ର କୋର, ଦେବେନ୍ଦ୍ର ନାଏକ, ଲକ୍ଷ୍ମଣ ନାଏକ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରମୁଣ୍ଡା ବ୍ଲକର ୩୧୩୫ ପ୍ରବାସୀଙ୍କ ନାମ ପଞ୍ଜୀକରଣ

ଠାକୁରମୁଣ୍ଡା,୪।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ବିଭିନ୍ନ ରାଜ୍ୟକୁ ଯାଇ କାମ କରୁଥିବା ବ୍ୟକ୍ତି ତଥା ତାଙ୍କ ପରିବାର ସଦସ୍ୟ ନିଜର ନାମ ପଞ୍ଜୀକରଣ...

ରାସ୍ତା କାମ ନ ହେଲେ ଭୋଟ ଦେବୁନି

ବୈଶିଙ୍ଗା,୨୭ା୧(ଡି.ଏନ.ଏ.)- ରାସ୍ତା କାମ କର ନ ହେଲେ ଭୋଟ ଦେବୁନି। ଏଭଳି ସଫା ସଫା କହୁଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ ପଞ୍ଚାୟତର...

ଅଦିନିଆ ବର୍ଷା ଉଜାଡ଼ିଲା ଫସଲ

ବାଙ୍ଗିରିପୋଷି,୨୨।୧୧(ଡି.ଏନ.ଏ.)- ଅଦିନିଆ ବର୍ଷାରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଫସଲ ଉଜୁଡ଼ି ଯାଇଛି। ଶୁକ୍ରବାର ଅପରାହ୍ନରେ ଓ ଶନିବାର ସକାଳେ ବର୍ଷା ଲାଗି ରହିଥିଲା।...

ସମସ୍ୟାରେ କୁଆମରା ମ.ଇ. ବିଦ୍ୟାଳୟ

କୁଆମରା,୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ କୁଆମରା ମ.ଇ ବିଦ୍ୟାଳୟ ପ୍ରଶାସନିକ ଅବହେଳାର ଶିକାର ହୋଇଛି। ରାଜରାଜୁଡା ଅମଳରୁ ୧୮୯୨ ମସିହାରେ ପ୍ରତିଷ୍ଠିତ...

ଜାତୀୟ ଏକତା ଦିବସ : ଦେଶର ଏକତା, ଅଖଣ୍ଡତା ଅକ୍ଷୁଣ୍ଣ ରଖିବାକୁ ଶପଥ

ବାରିପଦା ଅଫିସ,୩୧।୧୦: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ପ୍ରଜ୍ଞା ପାରମିତା...

ଓଲଟିଲା ଯାତ୍ରୀବାହୀ ବସ୍‌

ରାଇରଙ୍ଗପୁର,୨୮ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ରବିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ ଜଣ...

ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍‌

ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

ଗର୍ଭବତୀ ସ୍ତ୍ରୀଙ୍କୁ ଗୋଇଠା ମାରି ହତ୍ୟା

ଉଦଳା,୨୨।୩ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଣ୍ଡାଚିରା ଗ୍ରାମରେ ପାରିବାରିକ କଳହରୁ ଗର୍ଭବତୀ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ...

Advertisement
Archives

Model This Week