ସଡ଼କ ସୁରକ୍ଷା ଚଳଚ୍ଚିତ୍ର ପୁରସ୍କାର ରାଶି ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ପ୍ରଥମ ରନର୍ସ ଅପ୍‌ ୪୦ ହଜାରରୁ ୮୦ ହଜାର ଓ ଦ୍ୱିତୀୟ ରନର୍ସ ଅପ୍‌ ପୁରସ୍କାର ରାଶି ୬୦ ହଜାରକୁ ବୃଦ୍ଧି ହୋଇଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ, ଶ୍ରେଷ୍ଠ ଅଭିନେତା/ ଅଭିନେତ୍ରୀ ଓ ଶ୍ରେଷ୍ଠ ସିନେମାଟୋଗ୍ରାଫରଙ୍କୁ ପୁରସ୍କାର ରାଶି ବାବଦକୁ ୨୫ହଜାର ଟଙ୍କା ଲେଖାଏ ଦିଆଯିବ। ଶନିବାର ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ଏହି ପୁରସ୍କାର ରାଶି ବୃଦ୍ଧି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟ ତଥା ଦେଶରେ ସଡ଼କ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ ହ୍ରାସ କରିବା ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହା ଜୁନ୍‌ ୧୮ ଓ ୧୯ରେ ରାଉରକେଲା ଓ ୨୪ ଓ ୨୫ରେ ପୁରୀଠାରେ ଅନୁଷ୍ଠିତ ହେବ। ତେବେ ଉତ୍ସାହ ଦେଖି, ଅଧିକ ଆବେଦନ ପାଇଁ ଉତ୍ସାହିତ କରିବାକୁ ଉଭୟ ଓଡ଼ିଆ ଏବଂ ଅଣ ଓଡ଼ିଆ ଭାଷା ବର୍ଗରେ ପୁରସ୍କାର ରାଶି ବୃଦ୍ଧି କରାଯାଇଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପ୍ରଫେଶନାଲ ଏବଂ ଅଣ ଇଣ୍ଡଷ୍ଟ୍ରି ପ୍ରଫେଶନାଲ ଭାବେ ଦୁଇ ଭାଗରେ ବିଜେତାଙ୍କୁ ଚୟନ କରାଯିବ। ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୩ ରହିଛି। ଚଳଚ୍ଚିତ୍ର ନିର୍ମାତା ଓ ଛାତ୍ରୀଛାତ୍ର ଏହି ଆବେଦନ କରିପାରିବେ। ଚଳଚ୍ଚିତ୍ରଟି ଏକ ଡକ୍ୟୁମେଣ୍ଟାରୀ, ପରୀକ୍ଷାମୂଳକ, କାହାଣୀ, କଳ୍ପନା, ଅଣ କାଳ୍ପନିକ କିମ୍ବା ଆନିମେଶନ ହୋଇପାରେ। ମୂଳ ଚଳଚ୍ଚିତ୍ରଟି ଫୁଲ୍‌ ଏଚ୍‌ଡି ଫର୍ମାଟ୍‌ (୧୯୨୦x୧୦୮୦)ରେ କିମ୍ବା ତା’ଠାରୁ ଅଧିକ ହେବା ଉଚିତ। ସର୍ବାଧିକ ୨ ମିନିଟ୍‌ ଥିବା ଏହି ଚଳଚ୍ଚିତ୍ରରେ ଫ୍ରଣ୍ଟ୍‌ ଏବଂ ଶେଷ କ୍ରେଡିଟ୍‌ ଅନ୍ତର୍ଭୁକ୍ତ ରହିବ। ସମସ୍ତ ଏଣ୍ଟ୍ରି ପାଇଁ ଇଂଲିଶରେ ସବ୍‌ ଟାଇଟଲ୍‌ ଜରୁରୀ। ଅଂଶଗ୍ରହଣକାରୀମାନେ ଗୁଗଲ ଡ୍ରାଇଭ୍‌ କିମ୍ବା ସଡ଼କ ସୁରକ୍ଷା-roadsafetyod@gov.in ଏବଂ roadsafetyshortfilms@gmail.comରେ ଆବେଦନ କରିପାରିବେ। ତେବେ ଏ ସଂକ୍ରାନ୍ତ ସମସ୍ତ ବିବରଣୀ htt://odishatransport.gov.in/ରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri