ଅତଡ଼ା ଖସୁଛି, ଲୋକେ ଛାନିଆ

ପୁରୁଣା ଭୁବନେଶ୍ୱର,୨୪।୬(ଡି.ଏନ୍‌.ଏ.): ଏକାମ୍ର ଯୋଜନା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଲିଙ୍ଗରାଜ ନ୍ୟୁ ମାର୍କେଟ କମ୍ପ୍ଲେକ୍ସଠାରୁ ବିନ୍ଦୁସାଗର ଉତ୍ତର ଦ୍ୱାର ରାସ୍ତାକୁ ସଂଯୋଗ କରୁଥିବା ନୂଆ ରାସ୍ତା କାର୍ଯ୍ୟ ଏଯାବତ ସମ୍ପୂର୍ଣ୍ଣ ହୋଇପାରି ନାହିଁି। ଡ୍ରୋଜର ଦ୍ୱାରା ଏହି ରାସ୍ତା ପ୍ରାୟ ୨୫ଫୁଟ ଖୋଳାଯାଇଛି। ସମ୍ପ୍ରତି ଲଗାଣ ବର୍ଷା ଯୋଗୁ ଉଭୟ ପଟୁ ମାଟି ଅତଡ଼ା ଖସୁଛି। ଏଭଳି ବର୍ଷାରେ ଆଗକୁ ମଧ୍ୟ ଅତଡ଼ା ଖସିବାର ଆଶଙ୍କା ରହିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏନେଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, ପ୍ରକଳ୍ପ ବିଳମ୍ବ ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସରକାର ପଦକ୍ଷେପ ନେବା ଉଚିତ। ଅନ୍ୟପକ୍ଷରେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ବ୍ୟାହତ

ମୌସୁମୀ ପ୍ରଭାବରେ ଲାଗିରହିଥିବା ଲଗାଣ ବର୍ଷାରେ ବାଲିଅନ୍ତା ଅଞ୍ଚଳର ବହୁ ରାସ୍ତା ବେହାଲ ହୋଇପଡ଼ିଛି। ବିଶେଷ କରି ବାଲିଅନ୍ତା ପୁରୀ ମୁଖ୍ୟ କେନାଲରୁ ଜଗନ୍ନାଥପୁର ଭାୟା ଅଟଳାକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ବର୍ଷାପାଣି ନିଷ୍କାସିତ ନ ହୋଇ ରାସ୍ତା ଉପରେ ଜମି ରହିବା ଯୋଗୁ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ପାଣି ନିଷ୍କାସନ ପାଇଁ ଡ୍ରେନର ସୁବିଧା ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ପୂର୍ବରୁ ବର୍ଷାଜଳ ବିଲ ଦେଇ ସୋଠରେ ପଡୁଥିଲା। ବର୍ତ୍ତମାନ ସବୁ ଚାଷ ଜମିରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି। ପାଣି ନିଷ୍କାସନ ପାଇଁ ପୂର୍ବରୁ ଥିବା ସୋଠର ଚିହ୍ନ ବର୍ଣ୍ଣ ନାହିଁ। ସୋଠ ଜବରଦଖଲ କରିବା ଯୋଗୁ ପାଣି ନିଷ୍କାସିତ ନ ହୋଇ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଏହି ଅଞ୍ଚଳରେ ଏକ ବିରାଟ ଜନବସତି ହୋଇଥିଲେ ମଧ୍ୟ ବର୍ଷାପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ। ଏହି ଅଞ୍ଚଳଟି ପଞ୍ଚାୟତ ଏରିଆରେ ଅନ୍ତର୍ଗତ ଓ ରାସ୍ତାଟି ଆର୍‌ଡି ବିଭାଗ ଅଧୀନରେ ରହିଛି। ଏଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?