କଳିଙ୍ଗାଘାଟିରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ: ରାଜସ୍ଥାନରୁ ଆସିବେ ବିଶେଷଜ୍ଞ ଟିମ୍‌

ଜି ଉଦୟଗିରି, ୨୬/୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଭୁସ୍ଖଳନ ଘଟିଥିବା କଳିଙ୍ଗା ଘାଟିରେ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଛି । ଶୁକ୍ରବାର ସିମେଣ୍ଟ କଂକ୍ରିଟ ପକାଯାଉଛି । ଉଭୟପଟକୁ ରାସ୍ତା ସଂଯୋଗ ହୋଇ ଠିକା ସଂସ୍ଥାର ରାସ୍ତା ତିଆରି ମେସିନ ଯିବା ଆସିବା କରୁଛି । କିନ୍ତୁ ଉପର ମୁଣ୍ଡରେ ବିଶାଳକାୟ ବଡ଼ ବଡ଼ ପଥର ଝୁଲି ରହିଛି । ସେଗୁଡ଼ିକୁ ନ ଖସାଇବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିପାରିବ ନାହିଁ । ଶନିବାର ଏକ ବିଶେଷଜ୍ଞ ଟିମ ରାଜସ୍ଥାନରୁ ଆସିବେ ସେମାନେ ସେଇ ପଥର ଗୁଡିକୁ ଖସାଇବା ବ୍ୟବସ୍ଥା କରିବେ।

ଆସନ୍ତା ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା କଳିଙ୍ଗା ଘାଟି ଦେଇ ସମସ୍ତ ଯାନବାହନ ଚଳାଚଳ ସ୍ବାଭାବିକ କରିବା ପାଇଁ ଲକ୍ଷ ରଖିଛୁ ବୋଲି ଜାତୀୟ ରାଜପଥ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା କହିଛନ୍ତି । ମୁଖ୍ୟଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ଅନ୍ୟପଟେ ଘାଟିର ଅନେକ ସ୍ଥାନରେ ବଡ଼ ବଡ଼ ପଥର ଝୁଲି ରହିଛି। ସେଗୁଡ଼ିକୁ ପେକିଙ୍ଗ ଦେଇ ନରଖିଲେ ବିପଦ ସୃଷ୍ଟି କରିବ ତେଣୁ ବିଭାଗ ସେସବୁକୁ ମଧ୍ୟଦୃଷ୍ଟିଦେବା ଆବଶ୍ୟକ।

ଗତ ୧୧ ଦିନ ହେବ ଘାଟିରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଚକାପାଦ ଦେଇ ଭଞ୍ଜନଗର ଯିବାକୁ ଅଧିକ ୫୦ କିଲୋମିଟର ପଡୁଛି । ଯାଫଳରେ ଜି ଉଦୟଗିରି ରେ ପନିପରିବା ଓ ମାଛ ଦର ବହୁତ ବୃଦ୍ଧି ଘଟିଛି । ଯାତ୍ରୀମାନେ ଅଧିକ ଭଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର ଓ ଭଞ୍ଜନଗର ଯାଉଛନ୍ତି । ଆମ୍ବୁଲାନ୍ସ ବ୍ରହ୍ମପୁର ଯିବାକୁ ଅଧିକ ସମୟ ଲାଗୁଚି । ପୁଣି ଚକାପାଦ ରାସ୍ତା ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ଅଛି । ଅତିଶୀଘ୍ର କଳିଙ୍ଗା ଘାଟି ଦେଇ ଯାନବାହାନ ଚଳାଚଳ କଲେ ଜନସାଧାରଣ ଉପକୃତ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri