ରାସ୍ତା ଦବିଗଲା, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି

ଗୋପ,୨୮।୧୦(ଡି.ଏନ୍‌.ଏ.):ଗୋପ ବ୍ଲକ କାର୍ଯ୍ୟାଳୟ ପରିସର ଦେଇ ଯାଇଥିବା ଏକ ରାସ୍ତା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାଟି କିଛି ମାସ ତଳେ ଚତୁର୍ଦ୍ଦଶ ଅର୍ଥ କମିଶନ ଟଙ୍କାରେ ନିର୍ମାଣ କରାଯାଇଥିବା ବେଳେ ଏବେ ତାହା ଦବି ଖାଲ ହୋଇଯାଇଛି। ପ୍ରକାଶ ଯେ, କିଛି ମାସ ତଳେ ଗୋପ ବ୍ଲକ ପରିସର ମଧ୍ୟରେ ବର୍ଷା ପାଣି ଜମି ରହିଥିବାରୁ ପୁରୀ ଜିଲାପାଳ ସମର୍ଥ ବର୍ମା ଗସ୍ତବେଳେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ବ୍ଲକ ପରିସରରେ ଫେବର ବ୍ଲକ ଇଟା ପକାଯାଇ ଉକ୍ତ ରାସ୍ତା କାର୍ଯ୍ୟ କରାଯାଇଥିଲା। କିନ୍ତୁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏହି ରାସ୍ତାଟି ଅଳ୍ପ ଦିନରେ ଦବିଯାଇଛି। ଏହି ରାସ୍ତା କାର୍ଯ୍ୟ ନେଇ ଜଣେ ବ୍ୟକ୍ତି ସୂଚନା ଅଧିକାର ବଳରେ ମାଗିବା ପରେ ରାସ୍ତା ନିର୍ମାଣ ସମୟରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି।
ରାସ୍ତା ନିର୍ମାଣ ପାଇଁ ସାଢ଼େ ୬ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆସିଥିବା ବେଳେ ଏହାକୁ ଖର୍ଚ୍ଚ କରିବାକୁ ହେଲେ ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ ହେବାର ନିୟମ ରହିଛି। ହେଲେ ତାହା ନ କରାଯାଇ ଉକ୍ତ ଅର୍ଥ ଟଙ୍କାର ଫାଇଲ ଖୋଲାଯାଇ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ ଏହି ରାସ୍ତା କାର୍ଯ୍ୟ ହୋଇଥିଲା। ରାସ୍ତା ନିର୍ମାଣ ଆରମ୍ଭରୁ ବାଲି ପକାଯାଇ ଫେବର ବ୍ଲକ ଇଟା ପକାଇବାର ନିୟମ ଥିବାବେଳେ ଠିକାଦାର ମାଟି ସମାନ କରି ସିମେଣ୍ଟ ଇଟା ପକାଇ ଦେଇଥିଲେ। ଫଳରେ ନିର୍ମାଣର କିଛିଦିନ ପରେ ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ରାସ୍ତା ଦବିଯାଇଛି। ଫଳରେ ବ୍ଲକକୁ ଆସୁଥିବା ଲୋକମାନେ ଏହି ଗର୍ତ୍ତରେ ପଡ଼ିବାର ସମ୍ଭାବନା ରହିଛି। ଅପରପକ୍ଷେ ଗୋପରେ ବ୍ଲକ ବିଲ୍ଡିଂ ମରାମତି, ରଙ୍ଗ କାର୍ଯ୍ୟ ସହିତ ଅନ୍ୟାନ୍ୟ ଠିକାଦାରି କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି। ଯେଉଁ କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା ତାଙ୍କର ବଦଳି ହୋଇଯିବାରୁ ଅଧିକ ସନ୍ଦେହ ସୃଷ୍ଟି କରିଛି। ତେଣୁ ସମ୍ପୃକ୍ତ ସୂଚନା ଅଧିକାର କର୍ମୀ ଭିଜିଲାନ୍ସର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଏ ନେଇ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ରାସ୍ତା ଦୁର୍ନୀତି ସମ୍ପର୍କରେ ମୋ ନିକଟରେ କିଛି ସୂଚନା ନାହିଁ। ଅନ୍ୟପକ୍ଷରେ କେହି ସିମେଣ୍ଟ ଇଟା ଚୋରି କରି ନେବାକୁ ଉଦ୍ୟମ କରୁଥିବା ସମସ୍ତଙ୍କୁ ଚକିତ କରିଛି। ଉକ୍ତ ଘଟଣାର ତଦନ୍ତ ଜିଲାପାଳ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri