Posted inଜାତୀୟ

ବଡ଼ ସଡ଼କ ଦୁର୍ଘଟଣା: ୪ ପୋଲିସକର୍ମୀଙ୍କ ସମେତ ଚାଲିଗଲା ୫ ଜୀବନ

ଜୟପୁର,୧୫।୨: ରାଜସ୍ଥାନର ଜୟପୁର ଜିଲାର କୋଟପୁଟଲି ଅଞ୍ଚଳରେ ସୋମବାର ବିଳମ୍ବିତରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଭାବରୁ ପୋଲିସ ଷ୍ଟେଶନ ପରିସରରେ ଥିବା ଏକ ଡିଭାଇଡର୍‌ ଉପରେ ଏକ ଫର୍ଚୁନର୍‌ କାର୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି। ଏହି କାର୍‌ ଦିଲ୍ଲୀରୁ ଗୁଜରାଟକୁ ଯାଉଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପୋଲିସ ଗୁଜରାଟର ଥିଲା। ଭାବରୁ ପୋଲିସ ଷ୍ଟେଶନ ପରିସରର ନିଞ୍ଝର ମୋଡ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୨.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁଜରାଟ ପୋଲିସର ୪ ଜଣ ପୋଲିସ ଦିଲ୍ଲୀର ଜଣେ ଅଭିଯୁକ୍ତକୁ ଧରିବା ପରେ କାର ଯୋଗେ ଗୁଜରାଟକୁ ଫେରୁଥିଲେ। ଦୁର୍ଘଟଣା ସମ୍ପର୍କରେ ଭାବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୋଲିସ ସମସ୍ତ ମୃତଦେହକୁ ସ୍ଥାନୀୟ ସରକାରୀ ଡାକ୍ତରଖାନାର ମୃତଦେହ ବ୍ୟବଚ୍ଛେଦ ଗୃହରେ ରଖିଛି। ଦୁର୍ଘଟଣାଟି କିପରି ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଡ୍ରାଇଭର ଶୋଇପଡିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି...

ମୁକୁଲ ରାୟଙ୍କ ବିରୋଧରେ ଗିରଫ ପରଓ୍ବାନା

କୋଲକାତା,୩୦ା୭(ପି.ଟି.)-ବୁରାବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କଠାରୁ ଜବତ ୧୯ ଲକ୍ଷ ଟଙ୍କା ସହ ଭାଜପା ନେତା ମୁକୁଲ ରୟ ସମ୍ପୃକ୍ତ ଥିବା ଅଭିଯୋଗରେ କୋଲକାତାର ଏକ ଅଦାଲତ...

ପ୍ରଣବଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ

ନୂଆଦିଲ୍ଲୀ, ୨୦।୮(ପି.ଟି.): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ବୁଧବାର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ...

ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡ଼ିତାଙ୍କ ମୃତ୍ୟୁ

ପାଟନା,୧୭।୧୨: ବିହାର ମୁଜଫରପୁରରେ ଜୀବନ୍ତ ଦଗ୍ଧ ହୋଇଥିବା ପୀଡିତାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପାଟନା ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

କାନପୁରରେ ହିଂସା: ୬ ଆହତ

କାନପୁର୍‌,୪।୬: ଭାଜପା ନେତା ନୁପୂର ଶର୍ମା ଏକ ଟେଲିଭିଜନ ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ...

ଚାର୍‌ ଧାମ୍‌ ଯାତ୍ରା, ୧୩ ଦିନରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ…

ଡେରାଡୁନ୍‌, ୧୬।୫ : ଉତ୍ତରାଖଣ୍ଡରେ ଚାର୍‌ ଧାମ୍‌ ଯାତ୍ରା ଆରମ୍ଭରୁ ଇତିମଧ୍ୟରେ ଗତ ୧୩ ଦିନ ମଧ୍ୟରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ...

କଂଗ୍ରେସରେ ନେତୃତ୍ୱ ସଙ୍କଟ: ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ନେତା

ନୂଆଦିଲ୍ଲୀ, ୨୩।୮: କଂଗ୍ରେସରେ ଏବେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଦଳର ସାଂଗଠନିକ କ୍ଷେତ୍ରରେ ଉପର ତଳ ପର୍ଯ୍ୟନ୍ତ ପରିବର୍ତ୍ତନର ଆବଶ୍ୟକତା ଥିବା ଦଳରେ ଚର୍ଚ୍ଚା ହେଉଛି।...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

Advertisement
Archives

Model This Week