ଧାମରାରେ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

ଭୁବନେଶ୍ୱର,୧୭।୪: କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର (ଧାମରା) କାଣୀନାଳିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ଆରଓ-ପ୍ୟାକ୍ସ (ରୋଲ-ଅନ୍‌ ଓ ରୋଲ୍‌ ଅଫ ଯାତ୍ରୀବାହୀ) ଜେଟି ପ୍ରକଳ୍ପ ସହ ଉକ୍ତ ଅଞ୍ଚଳର ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ (ନିବେଶ) କରାଯିବ ବୋଲି ସୂଚନା ମିଳିଛି। ଏହାର ବିକାଶ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଶୁକ୍ରବାର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦କୋଟି ଟଙ୍କାର ବ୍ୟୟ ବରାଦ ଲାଗି ପ୍ରଶାସନିକ ଅନୁମୋଦନ ଦିଆଯାଇଛି। ସେହିଭଳି ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୫୦% ଅର୍ଥ ଓଡ଼ିଶା ସରକାର ବହନ (ଖର୍ଚ୍ଚ) କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ ଦ୍ୱାରା ଉଭୟ ଭଦ୍ରକ ଓ କେନ୍ଦ୍ରାପଡାର ବିକାଶ ଦ୍ରୁତ ଗତିରେ ତ୍ୱରାନିତ୍ୱ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିପରି ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଦୃଷ୍ଟି ଦେଉଥିବାରୁ ସେ ପ୍ରଧାନମନ୍ତ୍ରୀ ଓ ଜାହାଜ ଚାଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତା ଶ୍ରୟ, ପାର୍କିଂ ଅଞ୍ଚଳର ବିକାଶ, ନୌବହନ ସହାୟତା ଓ ଖନନ ଭଳି ଭିତ୍ତିଭୂମି ର୍ନିମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ଫଳରେ ସ୍ଥାନୀୟ ଅଞ୍ଚଳର ଦୂରତା ସହର ଠାରୁ ବହୁ ପରିମାଣରେ କମିଯିବ ବୋଲି ଜଣାପଡିଛି। ପୂର୍ବରୁ ଯେଉଁ ଦୂରତାକୁ ଅତିକ୍ରମ କରିବା ଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରାୟ ୬ ଘଣ୍ଟା ସମୟ ଲାଗୁଥିଲା ଏହି ପ୍ରକଳ୍ପ ଶେଷ ପରେ ତାହା ମାତ୍ର ୧ଘଣ୍ଟାରେ ଅତିକ୍ରମ କରିହେବ ବୋଲି ଜଣାପଡିଛି। ବର୍ତ୍ତମାନ ଘାଟରେ ସବୁଦନିଆ ଆରଓ-ପ୍ୟାକ୍ସ ଜେଟି ର୍ନିମାଣ କରାଯିବା ଫଳରେ ନୌକା, ଲଞ୍ଚ ଓ ଅନ୍ୟ ଡଙ୍ଗା ଯାତାୟାତ ପାଇଁ ସୁବିଧା ହେବ। ଏହାଦ୍ୱାରା ଏକ ସମୟରେ ୧୦ଟି ହାଲୁକା ଯାନ, ୨୦ଟି ଦୁଇ ଚକିଆ ଏବଂ ୬୦ ଜଣ ଯାତ୍ରୀପରିବହନ କରିପାରୁଥିବା ଗାଡି ଚଳାଚଳ କରିପାରିବ। ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି। ଯାହାକି କାଣିନାଳୀ ଘାଟ ଠାରୁ ୪ କିମି ଦୂରରେ ଅବସ୍ଥିତ। ଏହି ଅଞ୍ଚଳରୁ ଧାମାରା ପର୍ଯ୍ୟନ୍ତ ସଡ଼କ ପଥରେ କୌଣସି ଯୋଗାଯୋଗର ବ୍ୟବସ୍ଥା ନଥିବାରୁ ଲୋକମାନେ କାଣୀନାଳି ଏବଂ ତାଳଚୁଆ ଘାଟରୁ ପ୍ରାୟ ୭ କିମି ରାସ୍ତା ଡଙ୍ଗାରେ ପାର ହେବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri