କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା: କ୍ଷତି ହୋଇଛି ୨ କୋଟି

ମୁମ୍ବାଇ,୧୦ ।୯: ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ । ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କର ଚାଲିଥିବା ବିବାଦ ମଧ୍ୟରେ ବୁଧବାର ଅଭିନେତ୍ରୀ ମୁମ୍ବାଇ ପହଞ୍ଚିଥିଲେ । ହେଲେ ସେ ପହଞ୍ଚିବା ବେଳେକୁ ବିଏମ୍‌ସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟକୁ ଭଙ୍ଗା ଯାଉଥିଲା । ଏହାକୁ ଦେଖି କଙ୍ଗନା ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏବେ କଙ୍ଗନା ଏହି ଘଟଣାକୁ ନେଇ ମୁମ୍ବାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ତାଙ୍କ ଓକିଲ ପ୍ରକାଶ କରିଛନ୍ତି । ସେ କହିଛନ୍ତି କଙ୍ଗନାଙ୍କର ଯେଉଁ କାର୍ଯ୍ୟାଳୟକୁ ବିଏମ୍‌ସି ଭାଙ୍ଗିଛି ଏଥିରେ ତାଙ୍କର ୨ କୋଟି ଟଙ୍କା କ୍ଷତି ହୋଇଛି । ଏହାକୁ ନେଇ ଅଭିନେତ୍ରୀ ଆଫିଡେଭିଟ ଦାଖଲ କରିଛନ୍ତି । ଏହାପରେ ସେ ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବୋଲି ତାଙ୍କ ଓକିଲ କହିଛନ୍ତି । ସୂଚନାଯୋଗ୍ୟ, ମହାରାଷ୍ଟ୍ର ସରକାର କଙ୍ଗନାଙ୍କୁ ଯେଉଁଭଳି ଭାବେ ବିରୋଧ କରିଛନ୍ତି ଏହା ବିରୋଧରେ ନିଜର ମତ ରଖିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ସେ କହିଛନ୍ତି କଙ୍ଗନା ହିମାଚଳର ଝିଅ ତାଙ୍କ ପ୍ରତି ହେଉଥିବା ଅପମାନ ସହ୍ୟ କରାଯିବନାହିଁ । ଏବେ ଏହି ଘଟଣା ରାଜନୈତିକ ରୂପ ନେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ମାଡି ଚାଲିଛି କରୋନା: ଦିନକରେ ୩.୬୮ ଲକ୍ଷ ସଂକ୍ରମିତ, ୩,୪୧୭ ମୃତ

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

ପିଲାଙ୍କ ଉପରେ ହେବ କୋଭାକ୍ସିନ୍‌ ଟିକା ପରୀକ୍ଷା: ମିଳିଲା ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ...

ପିଲାମାନଙ୍କ ଦାନ୍ତ ଭାଙ୍ଗିବାଠାରୁ ଆରମ୍ଭ କରି ଶିକ୍ଷକଙ୍କୁ ହଇରାଣ କରିଥିଲେ ଏହି ଅଭିନେତା, ପୂରା ଘଟଣା ଜାଣିଲେ…

ଶାହାରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ କୁହାଯାଏ। ଏହି ପଦବୀ ହାସଲ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ପିଲାଦିନ ଦିଲ୍ଲୀରେ ବିତାଇଥିବା ଶାହାରୁଖ ମୁମ୍ବାଇର...

ଗିରଫ ହେଲେ ଆଇଏସ୍‌ଆଇ ଏଜେଣ୍ଟ

ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍‌)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି।...

ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...

ଏହି ବିଗ୍‌ବସ୍‌ ପ୍ରତିଯୋଗୀଙ୍କୁ ମିଳୁଛି ‘ଏସିଡ୍‌ ଆଟାକ୍‌’ ଧମକ, କହିଲେ…

ବମ୍ବେ: ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ ଗିଲ ହେଉଛନ୍ତି ସୋସିଆଲ ମିଡିଆ କୁଇନ୍‌। ହେଲେ ସମସ୍ତଙ୍କ ଭଳି ତାଙ୍କୁ ଟ୍ରୋଲ କରାଯାଇଥାଏ। ବେଳେବେଳେ ଅନେକ ତାଙ୍କୁ...

ଏହି ଯୁବତୀ କରିଥିଲେ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ଓ୍ବେଡିଂ ପ୍ଲାନିଂ

ବଲିଉଡ୍‌ର ସେଲିବ୍ରିଟିଙ୍କ ବିବାହ ପ୍ରସଙ୍ଗ ଉଠିବ ତ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିବ। ଅନୁଷ୍କା ଶର୍ମା-ବିରାଟ କୋହଲି ଇଟାଲୀରେ ବିବାହ କରିଥିବାବେଳେ...

ଚଢ଼ାଦରରେ କିଣୁଛନ୍ତି ୬୦.୯% ଭାରତୀୟ

ନୂଆଦିଲ୍ଲୀ, ୩୧ା୩(ଆଇଏଏନ୍‌ଏସ୍‌): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି।...

Advertisement
Seven Jackpot


Archives

Model This Week