Posted inଜାତୀୟ

ନଦୀ ଜଳ ହଠାତ୍‌ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…

ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍‌ କଳା ହୋଇଯାଇଛି। ଫଳରେ ନଦୀରେ ଶହ ଶହ ମଲା ମାଛ ଏବଂ ଅନ୍ୟ ଜଳଜୀବ ମରି ଭାସୁଛନ୍ତି॥ ଜିଲା ମତ୍ସ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପାଣିରେ ବିଷାକ୍ତ ଦ୍ରବୀଭୂତ ପଦାର୍ଥ(ଟିଡିଏସ୍‌)ର ପରିମାଣ ବୃଦ୍ଧି ହେତୁ ନଦୀରେ ଜଳ କଳା ହୋଇଯାଇଛି। ନଦୀ ନିକଟରେ ଥିବା ସେପ୍ପା ଅଞ୍ଚଳରେ ରହୁଥିବା ଲୋକମାନେ ଏଥିପାଇଁ ଚାଇନାକୁ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ, ଚାଇନାରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ନଦୀର ଜଳ ଦୂଷିତ ହେବାରେ ଲାଗିଛି।

ସୁରକ୍ଷା ଦୃଷ୍ଟିରୁ କିଛି ଦିନ ନଦୀରୁ ମାଛ ନ ଖାଇବାକୁ ଏବଂ ଧରିବାକୁ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଜିଲା ମତ୍ସ୍ୟ ବିକାଶ ଅଧିକାରୀ (ଡିଏଫ୍‌ଡିଓ) ହାଲି ତାଜୋ କହିଛନ୍ତି ଯେ ଶୁକ୍ରବାର ଦିନ ଜିଲା ମୁଖ୍ୟାଳୟର ସେପ୍ପା ଠାରେ ନଦୀରେ ଶହ ଶହ ମାଛ ମରି ଭାସୁଥିବାରୁ ଦେଖାଯାଇଛି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ମୃତ୍ୟୁର କାରଣ ଅଧିକ ପରିମାଣର ଟିଡିଏସ୍‌ ବୋଲି ଜଣାପଡ଼ିଛି। ଫଳରେ ଜଳଜୀବମାନେ ଦେଖିବାରେ ଏବଂ ନିଶ୍ୱାସ ନେବାକୁ ସକ୍ଷମ ହେଉ ନାହାନ୍ତି।

ସେ ଏକ ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ନଦୀରେ ଥିବା ଟିଡିଏସ ଲିଟର ପିଛା ୬,୮୦୦ ମିଲିଗ୍ରାମ୍‌ ରହିଛି। ଯାହା ଲିଟର ପିଛା ସାଧାରଣ ସୀମା ୩୦୦-୧,୨୦୦ ମିଲିିଗ୍ରାମ୍‌ ଠାରୁ ବହୁତ ଅଧିକ। ତେଣୁ ନଦୀରୁ ମାଛ ନ ଖାଇବାକୁ ସେ କହିଛନ୍ତି। ଏଭଳି ମାଛ ଖାଇବା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ପୂର୍ବ କାମେଙ୍ଗ ଜିଲା ପ୍ରଶାସନ ଏକ ସତର୍କ ସୂଚନା ଜାରି କରି ଲୋକଙ୍କୁ ନଦୀରୁ ମାଛ ନ ଧରିବାକୁ କହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୃତ ମାଛ ଖାଇବା ଏବଂ ବିକ୍ରୟଠାରୁ ଦୂରେଇ ରହିବାକୁ ପ୍ରଶାସନ କହିଛି। କାମେଙ୍ଗ ନଦୀ ଜଳର ରଙ୍ଗ ହଠାତ୍‌ ପରିବର୍ତ୍ତନ ଏବଂ ବହୁ ସଂଖ୍ୟାରେ ମାଛ ମରିବା ଘଟଣାର କାରଣ ଜାଣିବା ପାଇଁ ତୁରନ୍ତ ବିଶେଷଜ୍ଞ କମିଟି ଗଠନ କରିବାକୁ ସେପ୍ପାର ପୂର୍ବତନ ବିଧାୟକ ତପୁକ ଟାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ପୂର୍ବ ସିଆଙ୍ଗ ଜିଲାର ପାସିଘାଟରେ ଥିବା ସିଆଙ୍ଗ ନଦୀ ଜଳ ନଭେମ୍ବର ୨୦୧୭ରେ କଳା ହୋଇଯାଇଥିଲା। ଅରୁଣାଚଳ ପୂର୍ବାଞ୍ଚଳର ତତ୍କାଳୀନ କଂଗ୍ରେସ ସାଂସଦ ନିନୋଙ୍ଗ ଏରିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଥିଲେ। ସେ କହଥିଲେ ଯେ ଚାଇନାରେ୧୦,୦୦୦ କିଲୋମିଟର ଲମ୍ବର ଟନେଲ ନିର୍ମାଣ ଯୋଗୁ ଏପରି ହେଉଥିବା ସେ କହିଥିଲେ। ଏହା ଯୋଗୁ ସିଆଙ୍ଗରୁ ଜିନଜିଆଙ୍ଗ ପ୍ରଦେଶ ନଦୀର ଧାରାକୁ ମୋଡ଼ି ଦିଆଯାଇ ଥିବା ସେ ଅଭିଯୋଗ କରିଥିଲେ। ତେବେ ସେତେବେଳେ ଚାଇନା ଏହି ଅଭିଯୋଗକୁ ଅସ୍ବୀକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

‘ମୁଁ ଆତ୍ମହତ୍ୟା କରିଦେବି….’ନିର୍ବାଚନ କମିଶନରଙ୍କୁ ଘରକୁ ଡକାଇ ଏଭଳି କହିଥିଲେ ମନମୋହନ ସିଂ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୨।୭: ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦଶ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ମନମୋହନ ସିଂଙ୍କ ସମ୍ପର୍କରେ ଏକ ଆକର୍ଷଣୀୟ କାହାଣୀ ସାମ୍ନାକୁ ଆସିଛି।…

ମୋବାଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର…

ସଚିନ ତେନ୍ଦୁଲକରଙ୍କ ପରେ ଏବେ ବିରାଟଙ୍କ ପାଳି; ଇତିହାସ ରଚିବା ଲକ୍ଷ୍ୟରେ ବିରାଟ

ନୂଆଦିଲ୍ଲୀ,୧୨।୭: ଟି-୨୦ ସିରିଜରେ କ୍ଲିନ ସୁଇପ ପରେ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ୧୪…

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

ଆସନ୍ତା ବର୍ଷ ଚାଲିବ ଭାରତର ପ୍ରଥମ ବୁଲେଟ ଟ୍ରେନ; ଘୋଷଣା ହେଲା ନୂଆ ରୁଟ

ନୂଆଦିଲ୍ଲୀ,୧୨।୭: ଭାରତରେ ଖୁବଶୀଘ୍ର ବୁଲେଟ ଟ୍ରେନ ଟ୍ରାକରେ ଦୌଡିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଘୋଷଣା କରିଛନ୍ତି ଯେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri