Posted inଜାତୀୟ

ନଦୀ ଜଳ ହଠାତ୍‌ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…

ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍‌ କଳା ହୋଇଯାଇଛି। ଫଳରେ ନଦୀରେ ଶହ ଶହ ମଲା ମାଛ ଏବଂ ଅନ୍ୟ ଜଳଜୀବ ମରି ଭାସୁଛନ୍ତି॥ ଜିଲା ମତ୍ସ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପାଣିରେ ବିଷାକ୍ତ ଦ୍ରବୀଭୂତ ପଦାର୍ଥ(ଟିଡିଏସ୍‌)ର ପରିମାଣ ବୃଦ୍ଧି ହେତୁ ନଦୀରେ ଜଳ କଳା ହୋଇଯାଇଛି। ନଦୀ ନିକଟରେ ଥିବା ସେପ୍ପା ଅଞ୍ଚଳରେ ରହୁଥିବା ଲୋକମାନେ ଏଥିପାଇଁ ଚାଇନାକୁ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ, ଚାଇନାରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ନଦୀର ଜଳ ଦୂଷିତ ହେବାରେ ଲାଗିଛି।

ସୁରକ୍ଷା ଦୃଷ୍ଟିରୁ କିଛି ଦିନ ନଦୀରୁ ମାଛ ନ ଖାଇବାକୁ ଏବଂ ଧରିବାକୁ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଜିଲା ମତ୍ସ୍ୟ ବିକାଶ ଅଧିକାରୀ (ଡିଏଫ୍‌ଡିଓ) ହାଲି ତାଜୋ କହିଛନ୍ତି ଯେ ଶୁକ୍ରବାର ଦିନ ଜିଲା ମୁଖ୍ୟାଳୟର ସେପ୍ପା ଠାରେ ନଦୀରେ ଶହ ଶହ ମାଛ ମରି ଭାସୁଥିବାରୁ ଦେଖାଯାଇଛି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ମୃତ୍ୟୁର କାରଣ ଅଧିକ ପରିମାଣର ଟିଡିଏସ୍‌ ବୋଲି ଜଣାପଡ଼ିଛି। ଫଳରେ ଜଳଜୀବମାନେ ଦେଖିବାରେ ଏବଂ ନିଶ୍ୱାସ ନେବାକୁ ସକ୍ଷମ ହେଉ ନାହାନ୍ତି।

ସେ ଏକ ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ନଦୀରେ ଥିବା ଟିଡିଏସ ଲିଟର ପିଛା ୬,୮୦୦ ମିଲିଗ୍ରାମ୍‌ ରହିଛି। ଯାହା ଲିଟର ପିଛା ସାଧାରଣ ସୀମା ୩୦୦-୧,୨୦୦ ମିଲିିଗ୍ରାମ୍‌ ଠାରୁ ବହୁତ ଅଧିକ। ତେଣୁ ନଦୀରୁ ମାଛ ନ ଖାଇବାକୁ ସେ କହିଛନ୍ତି। ଏଭଳି ମାଛ ଖାଇବା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ପୂର୍ବ କାମେଙ୍ଗ ଜିଲା ପ୍ରଶାସନ ଏକ ସତର୍କ ସୂଚନା ଜାରି କରି ଲୋକଙ୍କୁ ନଦୀରୁ ମାଛ ନ ଧରିବାକୁ କହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୃତ ମାଛ ଖାଇବା ଏବଂ ବିକ୍ରୟଠାରୁ ଦୂରେଇ ରହିବାକୁ ପ୍ରଶାସନ କହିଛି। କାମେଙ୍ଗ ନଦୀ ଜଳର ରଙ୍ଗ ହଠାତ୍‌ ପରିବର୍ତ୍ତନ ଏବଂ ବହୁ ସଂଖ୍ୟାରେ ମାଛ ମରିବା ଘଟଣାର କାରଣ ଜାଣିବା ପାଇଁ ତୁରନ୍ତ ବିଶେଷଜ୍ଞ କମିଟି ଗଠନ କରିବାକୁ ସେପ୍ପାର ପୂର୍ବତନ ବିଧାୟକ ତପୁକ ଟାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ପୂର୍ବ ସିଆଙ୍ଗ ଜିଲାର ପାସିଘାଟରେ ଥିବା ସିଆଙ୍ଗ ନଦୀ ଜଳ ନଭେମ୍ବର ୨୦୧୭ରେ କଳା ହୋଇଯାଇଥିଲା। ଅରୁଣାଚଳ ପୂର୍ବାଞ୍ଚଳର ତତ୍କାଳୀନ କଂଗ୍ରେସ ସାଂସଦ ନିନୋଙ୍ଗ ଏରିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଥିଲେ। ସେ କହଥିଲେ ଯେ ଚାଇନାରେ୧୦,୦୦୦ କିଲୋମିଟର ଲମ୍ବର ଟନେଲ ନିର୍ମାଣ ଯୋଗୁ ଏପରି ହେଉଥିବା ସେ କହିଥିଲେ। ଏହା ଯୋଗୁ ସିଆଙ୍ଗରୁ ଜିନଜିଆଙ୍ଗ ପ୍ରଦେଶ ନଦୀର ଧାରାକୁ ମୋଡ଼ି ଦିଆଯାଇ ଥିବା ସେ ଅଭିଯୋଗ କରିଥିଲେ। ତେବେ ସେତେବେଳେ ଚାଇନା ଏହି ଅଭିଯୋଗକୁ ଅସ୍ବୀକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ ଦାବି

କୋଲକାତା/ଲକ୍ଷ୍ନୌ,୧ା୫: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୪୦ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିବାର ଦିନକ ପରେ ତାଙ୍କ...

ଭାରତ ଆସିପାରନ୍ତି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୨୮ା୩: ଚାଇନା ପରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍‌ଗି ଲାଭ୍ରୋଭ୍‌ ଶୀଘ୍ର ଭାରତ ଗସ୍ତ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଭାରତ ବହିର୍ବ୍ୟାପାର...

ମୋଦିଙ୍କ ସହିତ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାଁ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି। ରୁଷିଆ ଗସ୍ତ କରିବାର ଏକ...

ସୀମାରୁ ପର୍ଯ୍ୟାୟକ୍ରମେ ହଟୁଛନ୍ତି ସେନା

ଡେରାଡୁନ,୧୪ା୬(ପି.ଟି.): ପୂର୍ବ ଲଦାଖ ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସେନା ଅଧିକାରୀସ୍ତରୀୟ ଆଲୋଚନା ଫଳପ୍ରଦ ହୋଇଛି। ଗଲଓ୍ବାନ ଉପତ୍ୟକାରୁ ଉଭୟ ପକ୍ଷର...

ମଧୁଶାଳା ସ୍ଥାନରେ ନିର୍ମାଣ ହେବ ଗୋଶାଳା: ଉମା ଭାରତୀ…

ଭୋପାଳ,୧।୨ : ଭାଜପାର ବରିଷ୍ଠ ନେତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବୃଦ୍ଧି ହେବାର ଅନ୍ୟତମ କାରଣ ମଦ୍ୟପାନ ବୋଲି କହିଛନ୍ତି।...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୩୦।୩: କେନ୍ଦ୍ର ସରକାରୀଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର...

ବେସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସା ହେଲା ଶସ୍ତା

ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ବେସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସା ମହଙ୍ଗା ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ...

ନରେନ୍ଦ୍ର ଗିରିଙ୍କ କୋଠରୀରୁ ମିଳିଲା ୩ କୋଟି ଟଙ୍କା, ୫୦ କିଲୋ ସୁନା

ପ୍ରୟାଗରାଜ,୧୭।୯: ଅଖିଳ ଭାରତୀୟ ଆଖଡ଼ା ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ବନ୍ଦ ଥିବା ପ୍ରକୋଷ୍ଠରୁ ନଗଦ ୩ କୋଟି ଟଙ୍କା, ୫୦ କିଲୋଗ୍ରାମ...

Advertisement
Archives

Model This Week