ନଦୀ ଜଳଧାରଣ କ୍ଷମତା କମୁଛି

ଭୁବନେଶ୍ୱର, ୧୫।୯(ବ୍ୟୁରୋ):ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳପ୍ରବାହ ଗତ ୨୦ ବର୍ଷ ଭିତରେ ଯଥେଷ୍ଟ ହ୍ରାସ ପାଇଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ମୌସୁମୀ ପ୍ରଭାବରେ ନଦୀଗୁଡ଼ିକୁ ଶୁଷ୍କ ହୋଇଯିବା ଆଶଙ୍କା ଦେଖାହେଲାଣି। ଚାଷକାର୍ଯ୍ୟ ତ ଦୂରର କଥା ଆଗକୁ ପିଇବା ପାଣି ମୁନ୍ଦାଏ ପାଇବାକୁ ମଧ୍ୟ ଡହଳ ବିକଳ ହେବାକୁ ପଡ଼ିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ଏଭଳି ଚିତ୍ର ଜଳଜଳ ହୋଇ ଦିଶିଲାଣି। ଏହାର ପ୍ରତିକାର ଲାଗି ରାଜ୍ୟ ସରକାର ଆଗାମୀ ୫୦ ବର୍ଷକୁ ନଜରରେ ରଖି ଜଳ ସଂରକ୍ଷଣ ପାଇଁ ୧୧,୭୦୦ କୋଟିର ଯୋଜନା ପ୍ରସ୍ତୁତ କରିଛନ୍ତି।
ଗତ ୨୦ ବର୍ଷ ମଧ୍ୟରେ ଭୁବନେଶ୍ୱର ନିକଟସ୍ଥ କୁଆଖାଇ ନଦୀରେ ମୌସୁମୀ ସମୟରେ ଯେତିକି ଜଳ ପ୍ରବାହିତ ହେଉଥିଲା, ସେଥିରୁ ୨୧.୬୫ ପ୍ରତିଶତ ଏବଂ ଅଣ ମୌସୁମୀ ସମୟରେ ୨୧.୪୯ ପ୍ରତିଶତ କମ୍‌ ଜଳ ପ୍ରବାହିତ ହେଉଛି। ସେହିପରି ମହାନଦୀର ଶାଖା ବିରୂପା ନଦୀରେ ମୌସୁମୀ ବେଳେ ୩.୧୩ ଏବଂ ଅଣ ମୌସୁମୀ ସମୟରେ ୪.୫୩ ପ୍ରତିଶତ, ଜିରା ନଦୀରେ ଯଥା କ୍ରମେ ୩.୨୭ ଓ ୨.୬୨, ଇନ୍ଦ୍ର ୦.୫୫ ଓ ୦.୦୮, ବୈତରଣୀ ନଦୀର ଶାଖା ଖସରୁଅଁା ନଦୀର ୩.୭୭ ଓ ୨.୨୮, ବୈତରଣୀ ୧.୪୪ ଓ ୦.୭୨, କୁଶେଇ ୨.୧୫ ଓ ୧.୭ , ବୁଢ଼ାବଳଙ୍ଗରେ ୨.୮୭ ଓ ୧.୮୭ ପ୍ରତିଶତ ଜଳପ୍ରବାହ ହ୍ରାସ ପାଇଛି। ଅନୁରୂପ ଭାବେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଜଳଧାରଣ କ୍ଷମତା ହରାଇ ଚାଲିଛନ୍ତି। ମୌସୁମୀ ସମୟରେ ନଦୀରେ ଯେଉଁ ଜଳ ପ୍ରବାହିତ ହେଉଛି, ସେଥିରୁ ପ୍ରାୟ ୬୫% ଜଳ ସମୁଦ୍ରକୁ ଚାଲିଯାଉଛି।
ଏକ ଆକଳନ ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଏବଂ ସୁବର୍ଣ୍ଣରେଖା ଭଳି ୧୧ଟି ପ୍ରମୁଖ ନଦୀର ୯୫ ହଜାର ୫୪୦ ନିୟୁତ କ୍ୟୁବିକ ମିଟର ଜଳଧାରଣ କ୍ଷମତା ରହିଛି। ସେଥିରୁ ୨୧,୭୯୩.୧୯ ନିୟୁତ କ୍ୟୁବିକ ମିଟର ଜଳ ଚାଷ ପାଇଁ ବ୍ୟବହାର କରାଯାଉଛି। ସେହିପରି ପାନୀୟ ଓ ଦୈନନ୍ଦିନ ବ୍ୟବହାର ପାଇଁ ୨୮୩.୯୫, ଶିଳ୍ପ ପାଇଁ ୨୨୭୫.୮୫ ଏବଂ ପରିବେଶ ଲାଗି ୨୦୫୪୧.୧୦ ନିୟୁତ କ୍ୟୁବିକ ମିଟର ଉପଯୋଗ ହେଉଥିବା ସର୍ଭେରୁ ଜଣାପଡିଛି। ଏସବୁ ସତ୍ତ୍ୱେ ନଦୀର ଆହୁରି ୫୦,୬୪୫.୯୧ ନିୟୁତ କ୍ୟୁବିକ ମିଟର ଜଳ ବଳକା ରହୁଛି। ତେବେ ଉକ୍ତ ଜଳକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ମହାନଦୀରୁ ୨୫,୯୪୦.୨୮ ନିୟୁତ କ୍ୟୁବିକ ମିଟର, ବ୍ରାହ୍ମଣୀରୁ ୭,୮୧୯.୭୧, ବୈତରଣୀରୁ ୨,୨୧୫.୮୦, ବଂଶଧାରାରୁ ୨,୪୬୮.୪୭, ବୁଢ଼ାବଳଙ୍ଗରୁ ୧,୬୬୮.୦୪, କୋଲାବ ୪,୬୯୯.୮୧, ଇନ୍ଦ୍ରାବତୀ ୨,୦୩୮.୬୭, ନାଗାବଳୀରୁ ୧,୬୧୪.୮୧ ଏବଂ ସୁବର୍ଣ୍ଣରେଖା ନଦୀରୁ ୧,୪୫୧.୫୯ ନିୟୁତ କ୍ୟୁବିକ ମିଟର ଜଳ ସମୁଦ୍ରକୁ ଚାଲିଯାଉଛି। ଅପରପକ୍ଷେ ଶିଳ୍ପସଂସ୍ଥାଗୁଡ଼ିକ ଯେଉଁ ପରିମାଣର ଜଳ ନଦୀରୁ ଶୋଷି ଚାଲିଛନ୍ତି, ଏହାକୁ ଦେଖିଲେ ଆଗାମୀ କିଛି ବର୍ଷ ମଧ୍ୟରେ ନଦୀ ଓ ଭୂତଳ ଜଳ ମଧ୍ୟ ନିଅଣ୍ଟିଆ ପଡ଼ିବ। ରାଜ୍ୟର ପ୍ରମୁଖ ୧୦ ନଦୀରୁ ୨୪୫ ଶିଳ୍ପସଂସ୍ଥା ଦୈନିକ ୧,୯୯୭.୪୪୮ କ୍ୟୁସେକ (୫୫,୯୨୮.୫୪୪ ଲିଟର) ପାଣି ନେଉଛନ୍ତି। ସେହିପରି ୭୯୪ ଶିଳ୍ପାନୁଷ୍ଠାନ ଭୂଗର୍ଭରୁ ୩୮.୦୨୬ କ୍ୟୁସେକ୍‌ (୧୦୬୪.୫୬ ଲିଟର) ପାଣି ଶୋଷୁଛନ୍ତି । ଏସବୁକୁ ଦେଖିଲେ ଆଗାମୀ ୩୦ ବର୍ଷ ମଧ୍ୟରେ ରାଜ୍ୟରେ ଜଳସଙ୍କଟ ଆହୁରି ଉତ୍କଟ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଏହାର ମୁକାବିଲା ଲାଗି ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟ ଜଳ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିସହିତ ଜଳ ସଂରକ୍ଷଣ ପାଇଁ ଜଳ ସମ୍ପଦ ବିଭାଗ ଦ୍ୱାରା ୫ ବର୍ଷ ମଧ୍ୟରେ ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ୧୧,୭୦୦ କୋଟି ଟଙ୍କାର ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ସକାଶେ ୭୯୪.୭୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ସ୍ଥାନ ଚୟନ କରି କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ୨୩ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଜଳକୁ ସଂରକ୍ଷଣ କରିବା ସକାଶେ ଲୋୟର ସୁକତେଲ, ସୁବର୍ଣ୍ଣରେଖା, କାନୁପୁର, ହଦୁଆ, ଦେଓ, ଛେଳିଗଡ଼, ଘଟକେଶ୍ୱର, ଆନନ୍ଦପୁର, ମହେନ୍ଦ୍ରତନୟା ଏବଂ କୁସୁମୀ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?