ନଦୀ ନାଳର ମାଛ

ଆମ ରାଜ୍ୟ ନଦୀ ନାଳର ରାଜ୍ୟ। ତା’ ଛଡ଼ା ପୂର୍ବ ଉପକୂଳ ଓ ନଦୀ ଅବବାହିକାରେ ଅନେକ ଖାଲୁଆ ବା ଯୋର ବା ପାଟ ଜମି ମହଜୁଦ ଅଛି। ବର୍ତ୍ତମାନ ହୀରାକୁଦ, ରେଙ୍ଗାଳୀ, ହଦଗଡ଼, ମାଛକୁଣ୍ଡ ଓ କୋଲାବ ନଦୀ ବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି ଓ ସେମାନଙ୍କର କେନାଲ ନେଟୱର୍କ ମଧ୍ୟ ରହିଛି। ଏଗୁଡ଼ିକ ବ୍ୟତୀତ ଆହୁରି ଅନେକ କ୍ଷୁଦ୍ର ଓ ମଧ୍ୟମଧରଣର ଜଳସେଚନ ଯୋଜନା କାର୍ଯ୍ୟକାରୀ ମଧ୍ୟ ହୋଇଛି ଓ ସେଗୁଡ଼ିକର କେନାଲ ନେଟୱର୍କ ମଧ୍ୟ ରହିଛି। ଓଡ଼ିଶାରେ ୨୪,୮୭୮ କିଲୋମିଟରର ନଦୀ ଓ କେନାଲ ନେଟୱର୍କ ଅଛି, ଯାହାକି ଦେଶରେ ଦ୍ୱିତୀୟ । ମହାରାଷ୍ଟ୍ର ୨୯,୫୩୦ କିଲୋମିଟରର ନଦୀ ଓ କେନାଲ ନେଟୱର୍କ ସହିତ ଦେଶରେ ପ୍ରଥମ। ଆଦିମ କାଳରୁ ପ୍ରାକୃତିକ ଜଳାଶୟରୁ ମାଛ ମାରିବା ଓଡ଼ିଆମାନଙ୍କର ଏକ ଜୀବିକା ମଧ୍ୟ ଥିଲା।
ବିଗତ କେତେ ଦଶନ୍ଧି ଯଦିଓ କୃତ୍ରିମ ଉପାୟରେ ମାଛ ଚାଷ ଦ୍ୱାରା ଆମେ ଆମ ରାଜ୍ୟର ମାଛ ଉତ୍ପାଦକୁ ବହୁଗୁଣିତ କରିପାରିଛେ, ମାତ୍ର ପ୍ରାକୃତିକ ଉପାୟରେ ବଢୁଥିବା ମାଛ ଉତ୍ପାଦନ ରାଜ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପ୍ରାକୃତିକ ଜଳାଶୟରୁ ଆନ୍ଧ୍ରପ୍ରଦେଶ ବାର୍ଷିକ ହେକ୍ଟର ପିଛା ୩୬.୪୮ କିଲୋଗ୍ରାମ୍‌ ମାଛ ଉତ୍ପାଦନ କରୁଥିବା ବେଳେ ଓଡ଼ିଶା ମାତ୍ର ୯.୭୨ କିଲୋଗ୍ରାମ୍‌ ଉତ୍ପାଦନ କରୁଛି। ତା’ର ଅନେକ କାରଣ ମଧ୍ୟ ଅଛି। ଯେମିତି ଅତ୍ୟଧିକ ସାର, କୀଟନାଶକ ପ୍ରୟୋଗ ଦ୍ୱାରା ଜଳାଶୟ ଦୂଷିତ, ମାଛ ଅଣ୍ଡା ଦେବା ଋତୁରେ ମାଈ ଓ ଅଣ୍ଡିରା ମାଛ ଧରିବା, ନଦୀ ନାଳରେ ବନ୍ଧ ପକାଇ ତାକୁ ଶୁଷ୍କ କରିଦେବା, ଅତ୍ୟଧିକ ମାଛ ଧରିବା, ନଦୀ ନାଳର ଗଣ୍ଡକୁ ଡିଜେଲ ପମ୍ପ ସାହାଯ୍ୟରେ ଶୁଖାଇ ସବୁ ମାଛ ଧରିନେବା ଇତ୍ୟାଦି ଇତ୍ୟାଦି। ଆଜି ମଧ୍ୟ ଓଡ଼ିଶାର ଲୋକ ନଦୀ ବା ନାଳ ପ୍ରଭୃତି ଜଳାଶୟରେ ପ୍ରାକୃତିକ ଉପାୟରେ ବଢୁଥିବା ମାଛକୁ ଅଧିକ ପଇସା ଦେଇ କ୍ରୟ କରିବାକୁ ପଛାନ୍ତି ନାହିଁ। ବିଭିନ୍ନ କାରଣରୁ ନଦୀ ନାଳରେ ବଡ଼ ମାଈ ଓ ଅଣ୍ଡିରା ମାଛ ଅନୁପସ୍ଥିତି ମାଛ ଉତ୍ପାଦନକୁ କମ୍‌ କରିଛି। ସାଧାରଣତଃ ମାଛ ଚଳନ୍ତି ପାଣିରେ ଅଣ୍ଡା ଦେବା ପସନ୍ଦ କରନ୍ତି। ତିନି ଚାରି ଦଶନ୍ଧି ପୂର୍ବେ ନଦୀ ନାଳରେ ପ୍ରଚୁର ପରିମାଣରେ ମିଳୁଥିବା ଦେଶୀ ମାଛ ଯଥା ଶେଉଳ, ବାଳିଆ, ଫଳି, ପବତା, ସେରେଣା, ଗଡିଶ, ଚେଙ୍ଗ, ମାଗୁର, କଉ, ସିଙ୍ଗି, କଣ୍ଟିଆ, ଛେଲାକେରାଣ୍ଡି, ତୋଡି, ବମି, ବାଲିକିରା, ବାଟୁଲି, ମଉରାଳି ଇତ୍ୟାଦି ଆଉ ଅଧିକ ପରିମାଣରେ ଦେଖିବାକୁ ମିଳୁନି। କିଛି ବର୍ଷ ପରେ ଆମର ଆଗାମୀ ପିଢ଼ି ଆଉ ଏ ସବୁ ସୁସ୍ବାଦୁ ମଧୁର ମାଛ ଖାଇବାକୁ ପାଇବେ ନାହିଁ। ଏହିପରି ଆଗରୁ ଯେତେ ପରିମାଣର ଇଲିଶି ମାଛ ଉପଲବ୍ଧ ହେଉଥିଲା, ସେ ସବୁ ବି କମିଗଲେଣି। ଏଣୁ ମାଛ ଧରାକୁ ଜୀବିକା କରି ବଞ୍ଚୁଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ଜୀବନ ଜୀବିକା ବର୍ତ୍ତମାନ ସଂକଟାପନ୍ନ। ଏହାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ନଦୀ ନାଳରୁ ପ୍ରଚୁର ପରିମାଣର ମାଛ ନ ମିଳିବା। ଯେହେତୁ ଆମ ପାଖରେ ନଦୀ, ନାଳ ଓ କେନାଲ ଯୋର ଇତ୍ୟାଦି ଭରି ରହିଛି, ସେ ସବୁକୁ ଆମେ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଉପଯୋଗ କରିପାରିବା। ବିଭିନ୍ନ ପ୍ରକାର ଯାଆଁଳକୁ ଆମେ କୃତ୍ରିମ ଉପାୟରେ ପ୍ରସ୍ତୁତ କରି ବିଭିନ୍ନ ନଦୀ ନାଳରେ ବର୍ଷାଦିନେ ଛାଡିଲେ, ତାଙ୍କର ବଂଶ ବୃଦ୍ଧି ହେବ ଓ ମତ୍ସ୍ୟଜୀବୀଙ୍କର ଜୀବନଧାରଣ ମାନରେ ବୃଦ୍ଧି ଘଟିବ। ନଦୀ ନାଳରେ ମାଛ ସଂଖ୍ୟା ବଢ଼ିଲେ ଜଳ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ। ଏଥିପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ନାହିଁ। ବିଭିନ୍ନ ସଂସ୍ଥାରୁ ଯାଆଁଳ କିଣି ନଦୀ ନାଳରେ ଛାଡିବା। ଏହାକୁ ଏକ ପରିଯୋଜନା ହିସାବରେ ଆମେ ସରକାରୀ ଖର୍ଚ୍ଚରେ ସମଗ୍ର ରାଜ୍ୟରେ କରିପାରିବା। କାରଣ ଏଥିପାଇଁ ବେସରକାରୀ ସ୍ତରରେ କେହି ଆଗକୁ ଆସିବେ ନାହିଁ। ଆମେ ବିଭିନ୍ନ କମ୍ପାନୀରୁ ମିଳୁଥିବା ସିଏସ୍‌ଆର (ସମାଜ କଲ୍ୟାଣ ପାଣ୍ଠି) ଫଣ୍ଡରୁ ଅର୍ଥ ନେଇ ଏପରି କରିପାରିବା।
ନଦୀ ନାଳର ବିଭିନ୍ନ ଜାଗାରେ କୃତ୍ରିମ ଉପାୟରେ ଗଣ୍ଡ ନିର୍ମାଣ କଲେ ସେଠାରେ ବର୍ଷ ସାରା ପାଣି ରହିବ ଓ ବ୍ରିଡିଙ୍ଗ ଷ୍ଟକ୍‌ (ଅଣ୍ଡା ଦେଉଥିବା ମାଛ) ମଧ୍ୟ ରହିବେ, ଯାହାକି ବର୍ଷା ଋତୁରେ ହଜାର ହଜାର ଅଣ୍ଡାଦାନ ଦ୍ୱାରା ଆପେ ଆପେ ବଂଶ ବୃଦ୍ଧି କରିବେ। ଖରାଦିନେ ନଦୀ ନାଳର ଗଣ୍ଡକୁ କୃତ୍ରିମ ଉପାୟରେ ଶୁଖାଇବା ବିରୋଧରେ ଆଇନ ପ୍ରଣୟନ ହେବା ଆବଶ୍ୟକ। କାରଣ ନଦୀ ନାଳରେ ପାଣି ନ ରହିଲେ ବିଭିନ୍ନ ପ୍ରକାର ପକ୍ଷୀ, ଜୀବଜନ୍ତୁ ଯଥା ନେଉଳ, ଶିଆଳ, ଗୁଣ୍ଡୁଚିମୂଷା, ଓଧ, ସାପ, କୋକିଶିଆଳି, ମୂଷା, ଗୋଧି ଆଦି ବଞ୍ଚିବା କଷ୍ଟ। ଆମର ଜୈବବିବିଧତା ନଷ୍ଟ ହେବ। ଦେଶୀ କଇଁଛ, କୁମ୍ଭାଟୁଆ ଓ ପାଣିକୁକୁଡ଼ା ପ୍ରଭୃତିଙ୍କ ବଂଶ ପ୍ରାୟ ଲୋପ ପାଇଗଲାଣି। ନଦୀ ନାଳରେ ମାଛ ରହିଲେ ମାଛରଙ୍କା ପକ୍ଷୀ ମଧ୍ୟ ବଞ୍ଚିବେ। ଆସନ୍ତୁ ସମସ୍ତେ ଏ ବିଷୟରେ ଗୁରୁତ୍ୱକୁ ଉପଲବ୍ଧି କରି ନଦୀ ନାଳ, ଜଳଭଣ୍ଡାର ପ୍ରଭୃତି ପ୍ରାକୃତିକ ଓ କୃତ୍ରିମ ଜଳାଶୟରେ ମାଛ ଯାଆଁଳ ଛାଡ଼ିବା ପାଇଁ ବିତ୍ତୀୟ ବ୍ୟବସ୍ଥା କରି ଜନ ସହଭାଗିତାରେ ଏହାକୁ କାର୍ଯ୍ୟକାରୀ କରିବା। ଛୋଟ ଛୋଟ ଯାଆଁଳକୁ ଧରିପାରୁଥିବା କ୍ଷୁଦ୍ର ରନ୍ଧ୍ରଯୁକ୍ତ ଜାଲ ଯାହାକି ନିଷିଦ୍ଧ ଅଛି ତାହାର ବିକ୍ରି କିପରି ବନ୍ଦ ହେବ ସେ ବିଷୟରେ କାର୍ଯ୍ୟ କରିବାକୁ ପଡ଼ିବ। ନଦୀ ନାଳରେ ବିଷ ପକାଇ ମାଛ ଓ ଅନ୍ୟାନ୍ୟ ଜଳଜୀବଙ୍କୁ ମାରିବାକୁ ନିଷିଦ୍ଧ କରି ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ଆମ ପୂର୍ବପୁରୁଷ ଆମ୍ଭମାନଙ୍କୁ ଯେଉଁ ମଧୁର ଜଳ ମତ୍ସ୍ୟସମ୍ପଦ ଦେଇଯାଇଛନ୍ତି ତା’ର ସୁରକ୍ଷା ବିଷୟରେ ଚିନ୍ତା କରି କାର୍ଯ୍ୟ କରିବାକୁ ପଡ଼ିବ।

– ପ୍ରମୋଦ କୁମାର ପଣ୍ଡା
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର),ଭୁବନେଶ୍ୱର
ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri