ନଦୀ ନାଳର ମାଛ

ଆମ ରାଜ୍ୟ ନଦୀ ନାଳର ରାଜ୍ୟ। ତା’ ଛଡ଼ା ପୂର୍ବ ଉପକୂଳ ଓ ନଦୀ ଅବବାହିକାରେ ଅନେକ ଖାଲୁଆ ବା ଯୋର ବା ପାଟ ଜମି ମହଜୁଦ ଅଛି। ବର୍ତ୍ତମାନ ହୀରାକୁଦ, ରେଙ୍ଗାଳୀ, ହଦଗଡ଼, ମାଛକୁଣ୍ଡ ଓ କୋଲାବ ନଦୀ ବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି ଓ ସେମାନଙ୍କର କେନାଲ ନେଟୱର୍କ ମଧ୍ୟ ରହିଛି। ଏଗୁଡ଼ିକ ବ୍ୟତୀତ ଆହୁରି ଅନେକ କ୍ଷୁଦ୍ର ଓ ମଧ୍ୟମଧରଣର ଜଳସେଚନ ଯୋଜନା କାର୍ଯ୍ୟକାରୀ ମଧ୍ୟ ହୋଇଛି ଓ ସେଗୁଡ଼ିକର କେନାଲ ନେଟୱର୍କ ମଧ୍ୟ ରହିଛି। ଓଡ଼ିଶାରେ ୨୪,୮୭୮ କିଲୋମିଟରର ନଦୀ ଓ କେନାଲ ନେଟୱର୍କ ଅଛି, ଯାହାକି ଦେଶରେ ଦ୍ୱିତୀୟ । ମହାରାଷ୍ଟ୍ର ୨୯,୫୩୦ କିଲୋମିଟରର ନଦୀ ଓ କେନାଲ ନେଟୱର୍କ ସହିତ ଦେଶରେ ପ୍ରଥମ। ଆଦିମ କାଳରୁ ପ୍ରାକୃତିକ ଜଳାଶୟରୁ ମାଛ ମାରିବା ଓଡ଼ିଆମାନଙ୍କର ଏକ ଜୀବିକା ମଧ୍ୟ ଥିଲା।
ବିଗତ କେତେ ଦଶନ୍ଧି ଯଦିଓ କୃତ୍ରିମ ଉପାୟରେ ମାଛ ଚାଷ ଦ୍ୱାରା ଆମେ ଆମ ରାଜ୍ୟର ମାଛ ଉତ୍ପାଦକୁ ବହୁଗୁଣିତ କରିପାରିଛେ, ମାତ୍ର ପ୍ରାକୃତିକ ଉପାୟରେ ବଢୁଥିବା ମାଛ ଉତ୍ପାଦନ ରାଜ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପ୍ରାକୃତିକ ଜଳାଶୟରୁ ଆନ୍ଧ୍ରପ୍ରଦେଶ ବାର୍ଷିକ ହେକ୍ଟର ପିଛା ୩୬.୪୮ କିଲୋଗ୍ରାମ୍‌ ମାଛ ଉତ୍ପାଦନ କରୁଥିବା ବେଳେ ଓଡ଼ିଶା ମାତ୍ର ୯.୭୨ କିଲୋଗ୍ରାମ୍‌ ଉତ୍ପାଦନ କରୁଛି। ତା’ର ଅନେକ କାରଣ ମଧ୍ୟ ଅଛି। ଯେମିତି ଅତ୍ୟଧିକ ସାର, କୀଟନାଶକ ପ୍ରୟୋଗ ଦ୍ୱାରା ଜଳାଶୟ ଦୂଷିତ, ମାଛ ଅଣ୍ଡା ଦେବା ଋତୁରେ ମାଈ ଓ ଅଣ୍ଡିରା ମାଛ ଧରିବା, ନଦୀ ନାଳରେ ବନ୍ଧ ପକାଇ ତାକୁ ଶୁଷ୍କ କରିଦେବା, ଅତ୍ୟଧିକ ମାଛ ଧରିବା, ନଦୀ ନାଳର ଗଣ୍ଡକୁ ଡିଜେଲ ପମ୍ପ ସାହାଯ୍ୟରେ ଶୁଖାଇ ସବୁ ମାଛ ଧରିନେବା ଇତ୍ୟାଦି ଇତ୍ୟାଦି। ଆଜି ମଧ୍ୟ ଓଡ଼ିଶାର ଲୋକ ନଦୀ ବା ନାଳ ପ୍ରଭୃତି ଜଳାଶୟରେ ପ୍ରାକୃତିକ ଉପାୟରେ ବଢୁଥିବା ମାଛକୁ ଅଧିକ ପଇସା ଦେଇ କ୍ରୟ କରିବାକୁ ପଛାନ୍ତି ନାହିଁ। ବିଭିନ୍ନ କାରଣରୁ ନଦୀ ନାଳରେ ବଡ଼ ମାଈ ଓ ଅଣ୍ଡିରା ମାଛ ଅନୁପସ୍ଥିତି ମାଛ ଉତ୍ପାଦନକୁ କମ୍‌ କରିଛି। ସାଧାରଣତଃ ମାଛ ଚଳନ୍ତି ପାଣିରେ ଅଣ୍ଡା ଦେବା ପସନ୍ଦ କରନ୍ତି। ତିନି ଚାରି ଦଶନ୍ଧି ପୂର୍ବେ ନଦୀ ନାଳରେ ପ୍ରଚୁର ପରିମାଣରେ ମିଳୁଥିବା ଦେଶୀ ମାଛ ଯଥା ଶେଉଳ, ବାଳିଆ, ଫଳି, ପବତା, ସେରେଣା, ଗଡିଶ, ଚେଙ୍ଗ, ମାଗୁର, କଉ, ସିଙ୍ଗି, କଣ୍ଟିଆ, ଛେଲାକେରାଣ୍ଡି, ତୋଡି, ବମି, ବାଲିକିରା, ବାଟୁଲି, ମଉରାଳି ଇତ୍ୟାଦି ଆଉ ଅଧିକ ପରିମାଣରେ ଦେଖିବାକୁ ମିଳୁନି। କିଛି ବର୍ଷ ପରେ ଆମର ଆଗାମୀ ପିଢ଼ି ଆଉ ଏ ସବୁ ସୁସ୍ବାଦୁ ମଧୁର ମାଛ ଖାଇବାକୁ ପାଇବେ ନାହିଁ। ଏହିପରି ଆଗରୁ ଯେତେ ପରିମାଣର ଇଲିଶି ମାଛ ଉପଲବ୍ଧ ହେଉଥିଲା, ସେ ସବୁ ବି କମିଗଲେଣି। ଏଣୁ ମାଛ ଧରାକୁ ଜୀବିକା କରି ବଞ୍ଚୁଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କ ଜୀବନ ଜୀବିକା ବର୍ତ୍ତମାନ ସଂକଟାପନ୍ନ। ଏହାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ନଦୀ ନାଳରୁ ପ୍ରଚୁର ପରିମାଣର ମାଛ ନ ମିଳିବା। ଯେହେତୁ ଆମ ପାଖରେ ନଦୀ, ନାଳ ଓ କେନାଲ ଯୋର ଇତ୍ୟାଦି ଭରି ରହିଛି, ସେ ସବୁକୁ ଆମେ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଉପଯୋଗ କରିପାରିବା। ବିଭିନ୍ନ ପ୍ରକାର ଯାଆଁଳକୁ ଆମେ କୃତ୍ରିମ ଉପାୟରେ ପ୍ରସ୍ତୁତ କରି ବିଭିନ୍ନ ନଦୀ ନାଳରେ ବର୍ଷାଦିନେ ଛାଡିଲେ, ତାଙ୍କର ବଂଶ ବୃଦ୍ଧି ହେବ ଓ ମତ୍ସ୍ୟଜୀବୀଙ୍କର ଜୀବନଧାରଣ ମାନରେ ବୃଦ୍ଧି ଘଟିବ। ନଦୀ ନାଳରେ ମାଛ ସଂଖ୍ୟା ବଢ଼ିଲେ ଜଳ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ। ଏଥିପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ନାହିଁ। ବିଭିନ୍ନ ସଂସ୍ଥାରୁ ଯାଆଁଳ କିଣି ନଦୀ ନାଳରେ ଛାଡିବା। ଏହାକୁ ଏକ ପରିଯୋଜନା ହିସାବରେ ଆମେ ସରକାରୀ ଖର୍ଚ୍ଚରେ ସମଗ୍ର ରାଜ୍ୟରେ କରିପାରିବା। କାରଣ ଏଥିପାଇଁ ବେସରକାରୀ ସ୍ତରରେ କେହି ଆଗକୁ ଆସିବେ ନାହିଁ। ଆମେ ବିଭିନ୍ନ କମ୍ପାନୀରୁ ମିଳୁଥିବା ସିଏସ୍‌ଆର (ସମାଜ କଲ୍ୟାଣ ପାଣ୍ଠି) ଫଣ୍ଡରୁ ଅର୍ଥ ନେଇ ଏପରି କରିପାରିବା।
ନଦୀ ନାଳର ବିଭିନ୍ନ ଜାଗାରେ କୃତ୍ରିମ ଉପାୟରେ ଗଣ୍ଡ ନିର୍ମାଣ କଲେ ସେଠାରେ ବର୍ଷ ସାରା ପାଣି ରହିବ ଓ ବ୍ରିଡିଙ୍ଗ ଷ୍ଟକ୍‌ (ଅଣ୍ଡା ଦେଉଥିବା ମାଛ) ମଧ୍ୟ ରହିବେ, ଯାହାକି ବର୍ଷା ଋତୁରେ ହଜାର ହଜାର ଅଣ୍ଡାଦାନ ଦ୍ୱାରା ଆପେ ଆପେ ବଂଶ ବୃଦ୍ଧି କରିବେ। ଖରାଦିନେ ନଦୀ ନାଳର ଗଣ୍ଡକୁ କୃତ୍ରିମ ଉପାୟରେ ଶୁଖାଇବା ବିରୋଧରେ ଆଇନ ପ୍ରଣୟନ ହେବା ଆବଶ୍ୟକ। କାରଣ ନଦୀ ନାଳରେ ପାଣି ନ ରହିଲେ ବିଭିନ୍ନ ପ୍ରକାର ପକ୍ଷୀ, ଜୀବଜନ୍ତୁ ଯଥା ନେଉଳ, ଶିଆଳ, ଗୁଣ୍ଡୁଚିମୂଷା, ଓଧ, ସାପ, କୋକିଶିଆଳି, ମୂଷା, ଗୋଧି ଆଦି ବଞ୍ଚିବା କଷ୍ଟ। ଆମର ଜୈବବିବିଧତା ନଷ୍ଟ ହେବ। ଦେଶୀ କଇଁଛ, କୁମ୍ଭାଟୁଆ ଓ ପାଣିକୁକୁଡ଼ା ପ୍ରଭୃତିଙ୍କ ବଂଶ ପ୍ରାୟ ଲୋପ ପାଇଗଲାଣି। ନଦୀ ନାଳରେ ମାଛ ରହିଲେ ମାଛରଙ୍କା ପକ୍ଷୀ ମଧ୍ୟ ବଞ୍ଚିବେ। ଆସନ୍ତୁ ସମସ୍ତେ ଏ ବିଷୟରେ ଗୁରୁତ୍ୱକୁ ଉପଲବ୍ଧି କରି ନଦୀ ନାଳ, ଜଳଭଣ୍ଡାର ପ୍ରଭୃତି ପ୍ରାକୃତିକ ଓ କୃତ୍ରିମ ଜଳାଶୟରେ ମାଛ ଯାଆଁଳ ଛାଡ଼ିବା ପାଇଁ ବିତ୍ତୀୟ ବ୍ୟବସ୍ଥା କରି ଜନ ସହଭାଗିତାରେ ଏହାକୁ କାର୍ଯ୍ୟକାରୀ କରିବା। ଛୋଟ ଛୋଟ ଯାଆଁଳକୁ ଧରିପାରୁଥିବା କ୍ଷୁଦ୍ର ରନ୍ଧ୍ରଯୁକ୍ତ ଜାଲ ଯାହାକି ନିଷିଦ୍ଧ ଅଛି ତାହାର ବିକ୍ରି କିପରି ବନ୍ଦ ହେବ ସେ ବିଷୟରେ କାର୍ଯ୍ୟ କରିବାକୁ ପଡ଼ିବ। ନଦୀ ନାଳରେ ବିଷ ପକାଇ ମାଛ ଓ ଅନ୍ୟାନ୍ୟ ଜଳଜୀବଙ୍କୁ ମାରିବାକୁ ନିଷିଦ୍ଧ କରି ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ଆମ ପୂର୍ବପୁରୁଷ ଆମ୍ଭମାନଙ୍କୁ ଯେଉଁ ମଧୁର ଜଳ ମତ୍ସ୍ୟସମ୍ପଦ ଦେଇଯାଇଛନ୍ତି ତା’ର ସୁରକ୍ଷା ବିଷୟରେ ଚିନ୍ତା କରି କାର୍ଯ୍ୟ କରିବାକୁ ପଡ଼ିବ।

– ପ୍ରମୋଦ କୁମାର ପଣ୍ଡା
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର),ଭୁବନେଶ୍ୱର
ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?