ନଦୀ, ନାଳରେ କୁମ୍ଭୀର: ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୧୩।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଞ୍ଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କୁମ୍ଭୀର ଓ ମଣିଷ ଲଢ଼େଇରେ ୩ ମାସରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି। ଏବେ ଏହି ହିଂସ୍ର କୁମ୍ଭୀର ପଟ୍ଟାମୁଣ୍ଡାଇର ସବୁ ନଦୀ, ନାଳ ବିଲ ରାସ୍ତାରେ ଦେଖା ଦେଉଥିବା ନେଇ ଚିନ୍ତାର କାରଣ ପାଲଟିଛି। ପଟ୍ଟାମୁଣ୍ଡାଇ ତଳବାଲିପଡ଼ା ପାଟ ନାଳିରେ କୁମ୍ଭୀର ବାହାରିବା, ପେଣ୍ଠ ରାସ୍ତାରେ କୁମ୍ଭୀର ବୁଲିବା ଏବଂ ରବିବାର କୁଳସାହି ନିକଟ ନଦୀରେ ମାଛ ଜାଲରେ କୁମ୍ଭୀର ପଡ଼ିବା ଘଟଣା ସମଗ୍ର ଧୋୟାଞ୍ଚଳ ଓ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅପରପକ୍ଷରେ ଲୋକଙ୍କ ସୁରକ୍ଷା ବାବଦରେ କୌଣି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ। କେବଳ ମୃତ ଆହତଙ୍କ ପାଇଁ ସହାୟତା ଘୋଷଣା କାର୍ଯ୍ୟାନୁଷ୍ଠାନ ସୀମିତ ରହିଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ପରିବେଶବିତ୍‌ ବିଭୂତି ମହାପାତ୍ର କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହିଂସ୍ର କୁମ୍ଭୀର ସବୁ ନଦୀ ନାଳରେ ଦେଖାଦେଉଥିବାରୁ ଏବେ କୂଳବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ ବ୍ରାହ୍ମଣୀ, ବୈତରଣୀ, ଗୋବରୀ ଓ କାଣୀ ନଦୀ ପ୍ରବାହିତ ହେଉଛି। କୃଷି କାର୍ଯ୍ୟ, ମାଛଧରା ସମେତ ସ୍ନାନ ଶୌଚାଦି ପାଇଁ ଲୋକେ ନଦୀ ଉପରେ ନିର୍ଭରଶୀଳ। କିନ୍ତୁ ଏବେ ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଆକ୍ରମଣ ଭୟ ଘାରିଛି। ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଯାତ ହେଉଛନ୍ତି। ଧନଜୀବନର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ କିମ୍ବା ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉନାହିଁ। ଏମିତିକି ଦୁର୍ଘଟଣା ଘଟିବା ପରେ ବି ସରକାରୀ ସହାୟତା ମିଳିପାରୁନାହିଁ। କେବଳ ମଣିଷ ନୁହେଁ, ନଈହୁଡାରେ ଚରୁଥିବା ଗାଈ, ମଇଁଷି, ଛେଳି, ମେଣ୍ଢା ମଧ୍ୟ କୁମ୍ଭୀର ମୁହଁରୁ ବାଦ୍‌ ପଡୁନାହାନ୍ତି। ବୁଦ୍ଧିଜୀବୀ କୈଳାସ ସେଠୀ କହିଛନ୍ତି, କୁମ୍ଭୀର ଆତଙ୍କ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀରୁ ୩ ମାସ ଭିତରେ ୬ ଜଣଙ୍କୁ ଟାଣି ନେଇ ମାରି ଦେଲାଣି କୁମ୍ଭୀର। ରବିବାର ସନ୍ଧ୍ୟା ବେଳେ ଜାଲରେ ଧରାପଡ଼ଥିବା କୁମ୍ଭୀର ଛୋଟ ଥିଲେ ମଧ୍ୟ ତା’ର ମା’ କୁମ୍ଭୀର ଏଠାରେ ଥାଇ ପାରେ ବୋଲି ଲୋକେ ଆଲୋଚନା କରୁଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେଉଛି। କୁମ୍ଭୀର ପ୍ରତି ସାବଧାନ ସାଇନ୍‌ ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଚିତ୍ତରଞ୍ଜନ ମଲ୍ଲିକ କହିଛନ୍ତି, ଭିତରକନିକାରେ କୁମ୍ଭୀର ପ୍ରଜନନ ପ୍ରକଳ୍ପ ରହିଛି। ୧୯୭୫ଠାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେ ସମୟରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୧୯୯୧ ବେଳକୁ ଏହା ୧୦୦୦କୁ ବୃଦ୍ଧି ପାଇଥିଲା। ୧୯୯୧ରେ ଜାତୀୟ ଉଦ୍ୟାନରେ ଏହାର ବଂଶବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟବରଣ ମନ୍ତ୍ରଣାଳୟରୁ ଚିଠି ହୋଇଥିଲା। ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା। ମାତ୍ର ଗତ ଜାନୁୟାରୀ ଗଣନା ସମୟରେ ପ୍ରାୟ ୧୮୦୦ ବିଭିନ୍ନ ପ୍ରଜାତିର କୁମ୍ଭୀର ରହିଥିବା ବନ ବିଭାଗ ଗଣନାରୁ ଜଣାପଡ଼ିଛି। କିନ୍ତୁ ନଦୀ ନାଳ ଅଞ୍ଚଳରେ କୁମ୍ଭୀର ସଂଖ୍ୟା ଗଣନାରେ ସାମିଲ ହେଉନାହିଁ। ତରଡ଼ିପାଳ ଗ୍ରାମର ହିମାଂଶୁ ବିଶ୍ୱାଳ କହିଛନ୍ତି, ଭିତରକନିକା ଅଞ୍ଚଳରେ ବଉଳା ପ୍ରଜାତିର କୁମ୍ଭୀର ସାଧାରଣତଃ ହିଂସ୍ର। ଭିତରକନିକା କୁମ୍ଭୀର ପ୍ରଜନନ ପ୍ରକଳ୍ପକୁ ଛାଡ଼ି ଆଖପାଖ ନଦୀନାଳରେ ଶତାଧିକ କୁମ୍ଭୀର ରହିଥିବା ଜଣାପଡିଛି। ଗତ ୩ ମାସ ହେବ କୁମ୍ଭୀର ଆକ୍ରମଣରେ ୬ ଜଣଙ୍କର ଅକାଳରେ ମୃତ୍ୟୁ ହୋଇଛି। ହିଂସ୍ର ଜନ୍ତୁମାନଙ୍କଠାରୁ ସୁରକ୍ଷା ଲାଗି ବ୍ୟବସ୍ଥା ଥିଲେ ମଧ୍ୟ କୁମ୍ଭୀରଙ୍କୁ ନଦୀକୂଳ ଜନବସତି ନିକଟରୁ ଘଉଡ଼ାଇବା କିମ୍ବା ସେମାନଙ୍କୁ ରୋକିବା ଲାଗି ବନ ବିଭାଗ ପକ୍ଷରୁ ବିଶେଷ କିଛି ବ୍ୟବସ୍ଥା ଦେଖିବାକୁ ମିଳୁନାହିଁ। ଲୋକେ ଚଳପ୍ରଚଳ ହେଉଥିବା ନଦୀ କୂଳଗୁଡ଼ିକରେ ଶକ୍ତ ତାରଜାଲି ଲଗାଇବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜର କାର୍ତ୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରୁ ଏକାଧିକ ନଦୀନାଳରେ କୁମ୍ଭୀରଙ୍କ ପ୍ରାକୃତିକ ପ୍ରଜନନ ହେଉଛି। ଏହି ନଦୀଗୁଡ଼ିକରେ କୁମ୍ଭୀର ସଂଖ୍ୟା ବଢୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri