ଭୁଲ୍‌, ନିଷେଧ ଔଷଧ ସେବନ ଯୋଗୁ ବିପଦ ବଢ଼ୁଛି

ଜଗତ୍‌ସିଂହପୁର, ୭ା୯(ପ୍ରମୋଦ କୁମାର ନାୟକ)ଔଷଧକୁ ଠିକ୍‌ ଭାବେ ବ୍ୟବହାର କରାନ ଗଲେ ବେଳେବେଳେ ଗୁରୁତର ବିପଦ ସୃଷ୍ଟି କରିଥାଏ। ଏନେଇ ସରକାର ଗତବର୍ଷ ବିଶ୍ୱ ରୋଗୀ ସୁରକ୍ଷା ଦିବସରେ ଔଷଧ ସୁରକ୍ଷା ପ୍ରସଙ୍ଗକୁ ବିଷୟବସ୍ତୁ ରଖିଥିଲେ। ବିନା ବିପଦରେ ଔଷଧ (ମେଡିକେସନ୍‌ ୱିଦାଉଟ ହାର୍ମ) ସ୍ଲୋଗାନ ଦିଆଯାଥିଲା। କିନ୍ତୁ ଏଥିମଧ୍ୟରେ ପାଖାପାଖି ୧ ବର୍ଷ ବିତିଯାଇଥିଲେ ସୁଦ୍ଧା ଜଗତ୍‌ସିଂହପୁର ଜିଲାରେ ଏହା କେବଳ ଔପଚାରିକତା ପୂରଣ ପାଇଁ କରାଯାଉଥିବା ଅଭିଯୋଗ ହେଉଛି ।
ରୋଗୀ ସୁରକ୍ଷା ଦିବସର ମୂଳ ଲକ୍ଷ୍ୟ ହେଲା ଔଷଧଜନିତ ବିପଦ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଔଷଧଜନିତ ତ୍ରୁଟିକୁ ପ୍ରତିରୋଧ କରିବା ପାଇଁ ତୃତୀୟ ପକ୍ଷ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା । ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଜ୍ଞାନ ବାଣ୍ଟିବା। କିନ୍ତୁ ଜିଲାରେ ସେଭଳି ଅନୁଭବ ହେଉନାହିଁ । ବିଭିନ୍ନ ଔଷଧ ଦୋକାନରେ ଅବାଧରେ ନିଷେଧ ହୋଇଥିବା ଔଷଧ ବିକ୍ରି ଚାଲିଛି। ଏ ସମ୍ପର୍କରେ ଡାକ୍ତରମାନେ ଅବଗତ ହେଉନାହାନ୍ତି। ସେମାନେ ମଧ୍ୟ ବେଳେବେଳେ ଏହି ନିଷେଧ ଔଷଧ ବ୍ୟବହାର ପାଇଁ ପ୍ରେସକ୍ରିପ୍‌ସନ୍‌ରେ ଉଲ୍ଲେଖ କରି ଦେଉଛନ୍ତି । ଏଥିସହ ଅନେକ ସମୟରେ ଲୋକେ ମଧ୍ୟ ପୂର୍ବରୁ ବ୍ୟବହାର କରୁଥିବା କେତେକ ଜଣାଶୁଣା ଔଷଧ ଦୋକାନରୁ କିଣି ନେଉଛନ୍ତି। ଏହି ଔଷଧ ସେବନରେ ନିଷେଧ ହୋଇଛି କି ନାହିଁ ସେ ସମ୍ପର୍କରେ ଜାଣିବାକୁ ଉଦ୍ୟମ କରୁନାହାନ୍ତି। ଏହାର ପରିଣତି ରୋଗୀ ଭୋଗୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଔଷଧ ଦୋକାନୀ କହିଛନ୍ତି ଲାସା (ଲୁକ୍‌ ଆଲାଇକ୍‌ ସାଉଣ୍ଡ ଆଲାଇକ୍‌) ଭଳି କେତେକ ଔଷଧ ଅଛି, ଯାହା ଭ୍ରମ ସୃଷ୍ଟି କରେ। ପ୍ରେସକ୍ରିପ୍‌ସନ୍‌କୁ ଠିକ ଭାବେ ପଢି ନ ପାରି କେତେକ ଦୋକାନୀ ଭୁଲ ଔଷଧ ଦେଇଦିଅନ୍ତି। ଏହାଦ୍ୱାରା ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ବିପଦରେ ପଡ଼ିଯାଏ। ତେଣୁ ଏଥିପ୍ରତି ସଚେତନ ଓ ସତର୍କ ରହିବା ଜରୁରୀ। ବିଶେଷକରି ଔଷଧ କିଣିଲା ପରେ ଡାକ୍ତରଙ୍କୁ ଦେଖାଇ ନେବା ଉଚିତ। କିନ୍ତୁ ଅନେକ ସମୟରେ ଡାକ୍ତରଙ୍କ ସହ ପୁନଃ ଦେଖା କରିବା କଷ୍ଟକର ହେଉଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଔଷଧ କିଣି ଘରକୁ ପଳାଇଥାନ୍ତି। ତା’ପରେ ଏହା ସେବନ କରି ଅଡ଼ୁଆରେ ପଡିଥାନ୍ତିତ। କେବଳ ଏତିକି ନୁହେଁ କେତେକ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗୀ ଓ ରୋଗର ନିରାକରଣ ଅପେକ୍ଷା ନିଜର ସ୍ବାର୍ଥକୁ ଗୁରୁତ୍ୱ ଦିଅନ୍ତି। ଅତୀତରେ ରୋଗୀ ଅବହେଳାକୁ ନେଇ ଅନେକ ବାର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜନ ଅସନ୍ତୋଷ ବଢି ଚାଲିଛି । ସରକାର ସ୍ବାସ୍ଥ୍ୟ ସେବା ପାଇଁ ପ୍ରାଥମିକତା ଦେଉଥିବା ଡେଙ୍ଗୁରା ପିଟୁଥିବା ବେଳେ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରହସନ ପାଲଟିଛି। ଅପରପକ୍ଷେ ସଚେତନତା ଆଳରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହେଉଛି। ଜିଲାରେ ବର୍ଷର ଅଧିକାଂଶ ଦିନ ରୁଦ୍ଧଦ୍ୱାର କୋଠରି ଭିତରେ ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଦିବସ ପାଳନ କରାଯାଉଛି। ମାତ୍ର ରୋଗୀଙ୍କୁ ଦେଖିବା କିମ୍ବା ରୋଗ ନିରୂପଣ ପାଇଁ ଆନ୍ତରିକତା ପ୍ରକାଶ ପାଉନାହିଁ। କେତେକ ଡାକ୍ତର ତରତର ହୋଇ ପ୍ରେସକ୍ରିପସନ୍‌ ଲେଖୁଥିବାରୁ ରୋଗୀ ଅଧିକ ଅସୁସ୍ଥ ହେଉଛନ୍ତି। ତେଣୁ ବିଭିନ୍ନସ୍ତରରେ ସଚେତନ ଓ ସତର୍କତା ରହିଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?