ଶବ୍ଦ ପ୍ରଦୂଷଣ ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ପରିବେଶ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣ ଆଉ ଏକ ଗୁରୁତର ସମସ୍ୟା ଭାବେ ଆଧୁନିକ ସଭ୍ୟତାରେ ମୁଣ୍ଡ ଟେକିଛି। ଏଥିଯୋଗୁ ଆଜିର ମଣିଷ, ମୁଖ୍ୟତଃ ସହରର ମଣିଷ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ଆକ୍ରାନ୍ତ ହୋଇଛି। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବ୍ୟକ୍ତି ସ୍ବାଧୀନତା ମିଳୁଥିବା ଯୋଗୁ ବାକ୍‌ ସ୍ବାଧୀନତା ତା’ର ହକ୍‌ ବୋଲି ସମସ୍ତେ ଧରିନିଅନ୍ତି। କିନ୍ତୁ ବାକ୍‌ ସ୍ବାଧୀନତାର ଅର୍ଥ ନୁହେଁ ଚିତ୍କାର କରିବା ଓ ଅନ୍ୟର ସ୍ବାଧୀନତାକୁ ଅପହରଣ କରିବା। ଆମର ଅଜ୍ଞାତସାରରେ ଶବ୍ଦ ପ୍ରଦୂଷଣ ଆମର କେତେ କ୍ଷତିକରେ ଆମେ ଜାଣୁନା। ଫଳରେ ସାମାନ୍ୟ ସାମାନ୍ୟ କଥାରେ ଆମେ ଉଚ୍ଚ ଶବ୍ଦରେ ବିଭିନ୍ନ କାରବାର କରିବାରେ ଗର୍ବ କରୁ ଓ ଆନନ୍ଦ ଅନୁଭବ କରୁ। ଶବ୍ଦ ପରିବେଷଣରେ ଆମେ ସିନା କ୍ଷଣିକ ଆନନ୍ଦ ଅନୁଭବ କରୁଛେ, କେବେ ଚେଷ୍ଟା କରିଛେ କି ନୀରବତାର ସ୍ବର ଶୁଣିବା ପାଇଁ? କୁହାଯାଏ, ନୀରବତାର ଗଭୀରତାରେ ଲୁଚି ରହିଥାଏ ଈଶ୍ୱରଙ୍କ ସ୍ବର। ତାକୁ ଶୁଣିବା ପାଇଁ କେବେ ଚେଷ୍ଟା କରିଛେ କି? ସେଥିପାଇଁ ତ ମୁନିଋଷିମାନେ ସହରର ଚାକଚକ୍ୟ ଓ ଶବ୍ଦ ଆଡ଼ମ୍ବର ଛାଡ଼ି ସୁଦୂର ବଣ ଜଙ୍ଗଲ ଓ ପାହାଡ଼ ପର୍ବତର ଗହ୍ବର ଭିତରେ ବସି ଈଶ୍ୱର ପ୍ରାପ୍ତି ପାଇଁ ଧ୍ୟାନସ୍ଥ ହୁଅନ୍ତି। ସେଥିପାଇଁ ପ୍ରଦୂଷଣମୁକ୍ତ ହୋଇ ସୁସ୍ଥ ଶରୀର ରଖିବା ସହିତ ଦୀର୍ଘଜୀବୀ ହୁଅନ୍ତି, ପ୍ରଜ୍ଞା ପ୍ରାପ୍ତ ହୁଅନ୍ତି। ସହର ଓ ସହରତଳିଗୁଡ଼ିକରେ ଯନ୍ତ୍ରପାତି ମାଧ୍ୟମରେ ଉଚ୍ଚ ଶବ୍ଦ ସୃଷ୍ଟି କରିବା ଏକ ଆଭିଜାତ୍ୟ ବୋଲି ମନେକରନ୍ତି। ଏହା ମୁଖ୍ୟତଃ ମଧ୍ୟବିତ୍ତ, ଉଚ୍ଚ ମଧ୍ୟବିତ୍ତ ଓ ଧନିକ ଶ୍ରେଣୀ ବ୍ୟକ୍ତିମାନଙ୍କ ପାଖରେ ଦେଖାଯାଏ। ସବୁ କଥାରେ ବାଣ, ବାଜା ନହେଲେ ଚଳେନା। ତାହା ପୁଣି ଉଚ୍ଚ ଶବ୍ଦରେ। ଆମର ବାହାଘର ଓ ଭୋଜି ଘରେ ବାଣ ଓ ବାଜାର ରୋଶଣି ହୁଏ। ତାହା ପୁଣି ସାଧାରଣ ଭାବେ ନୁହେଁ, କାନକୁ ତାବ୍‌ଦା କଲା ଭଳି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡିଜେ ସାଉଣ୍ଡରେ ଓ ବୋମା ଫୁଟିବା ଭଳି ବାଣରେ। ଜନ୍ମ ଦିନରେ ବାଜାବାଣ, ବ୍ରତ ଘରେ ବାଜାବାଣ, ବିବାହରେ ବାଜାବାଣ, ନିର୍ବାଚନ ଜିତିଲେ ବାଜାବାଣ, ଶୋଭାଯାତ୍ରାରେ ବାଜାବାଣ, ନେତାଙ୍କୁ ସଙ୍ଖୋଳିବାରେ ବାଜାବାଣ, ପୂଜା ପାର୍ବଣରେ ବାଜାବାଣ, ସବୁଠି ଉଚ୍ଚ ଶବ୍ଦ। ଦୀପାବଳି ଦିନ ଗ୍ରାମାଞ୍ଚଳଠୁଁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଯେଭଳି ବାଣ ଫୁଟାଯାଏ, ତାହା କେବଳ ମଣିଷକୁ ନୁହେଁ ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ଆତଙ୍କିତ କରିପକାଏ। ଦେଖାଯାଇଛି, ଯଦି କୌଣସି ଗଛମୂଳେ ବିସ୍ଫୋରଣ କଲା ଭଳି ବାଣ ଫୁଟାଯାଏ, ତେବେ ସେ ଗଛର ପତ୍ରଗୁଡ଼ିକ ଝାଉଁଳି ପଡ଼ନ୍ତି। କାରଣ ସେମାନେ ମଧ୍ୟ ଉଚ୍ଚ ଶବ୍ଦର ସହିବାର ଶକ୍ତିକୁ ହରାଇ ବସିଥାଆନ୍ତି। ଶବ୍ଦକୁ ଭଲ ପାଉନଥିବା ଲୋକମାନଙ୍କ କଥା ସେତେବେଳେ ସମସ୍ତେ ଭୁଲି ଯାଇଥା’ନ୍ତି। ସଙ୍ଗୀତ ପ୍ରତି ସାଧାରଣତଃ ଲୋକମାନଙ୍କ ଆଗ୍ରହ ଥାଏ। କିନ୍ତୁ ଯେଭଳି ଭାବେ ଉଚ୍ଚ ଶବ୍ଦ ପ୍ରଦୂଷଣ କରୁଥିବା ଯନ୍ତ୍ରପାତି ମାଧ୍ୟମରେ ସଙ୍ଗୀତ ପରିବେଷଣ କରାଯାଉଛି, ତାହା ଆନନ୍ଦ ଅପେକ୍ଷା ବିରକ୍ତିଭାବ ଉଦ୍ରେକ କରୁଛି ଏବଂ କାନକୁ ଅସୁଖକର ଲାଗୁଛି।
ଏବେ ସହରମାନଙ୍କରେ ଯାନବାହନ ଚଳାଚଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କାର, ଟ୍ରକ, ଟ୍ରାକ୍ଟର, ବସ୍‌, ମିନି ବସ, ମୋଟରସାଇକେଲ, ସ୍କୁଟର ଇତ୍ୟାଦି ଯାନବାହନଗୁଡ଼ିକ ହର୍ନ ବଜେଇବାଠାରୁ ଆରମ୍ଭ କରି ଯାନବାହନ ଚାଲିବାର ଶବ୍ଦ, ଆକାଶରେ ଅତି ପାଖରେ ଉଡ଼ୁଥିବା ଜେଟ୍‌ ପ୍ଲେଟ, ହେଲିକପ୍ଟର, ମନ୍ଦିର, ମସ୍‌ଜିଦ୍‌ରେ ବାଜୁଥିବା ଲାଉଡ୍‌ସ୍ପିକର ଇତ୍ୟାଦି ପରିବେଶକୁ ଆହୁରି ଉତ୍କଟ କରୁଛି। ଶିଳ୍ପାଞ୍ଚଳଗୁଡ଼ିକରେ ଶବ୍ଦ ନିୟନ୍ତ୍ରଣ ସୀମା ୭୫ ଡେସିବଲ ରହିଥିବା ବେଳେ ଏହା ୧୧୫ ଠାରୁ ଅଧିକ ରହୁଛି। ଫଳରେ ସେ ଅଞ୍ଚଳରେ ବସବାସ କରୁଥିବା ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ରୋଗରେ ପୀଡ଼ିତ ହୁଅନ୍ତି। ଘରେ ମଧ୍ୟ ଫୁଡ୍‌ ମିକ୍ସର, ଗ୍ରାଇଣ୍ଡର, ଭକ୍ୟୁମ୍‌କୁଲର, ୱାଶିଂ ମେଶିନ, ଏସି, ଟିଭି, ଆଇପଡ୍ସ, ଇୟରଫୋନ, ଦୀର୍ଘ ସମୟ ଧରି କୁକୁର ଭୁକିବା ଆଦିରୁ ସ୍ପଷ୍ଟ ଶବ୍ଦ ମଧ୍ୟ ଶବ୍ଦ ପ୍ରଦୂଷଣର ଅନ୍ୟତମ କାରଣ। ସେହିପରି ସହରଗୁଡ଼ିକରେ ଦିନରାତି ଲାଗି ବହୁତଳ ପ୍ରାସାଦ ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତିରୁ ଯେଉଁ ଶବ୍ଦ ସୃଷ୍ଟି ହୁଏ, ତାହା ମଧ୍ୟ ଅତ୍ୟନ୍ତ ଅସହ୍ୟକର। ଖାଲି ସ୍ଥଳ ଭାଗରେ ନୁହେଁ, ଜଳ ଭାଗରେ ମଧ୍ୟ ବ୍ୟବହୃତ ଟ୍ରଲର, ସବ୍‌ମ୍ୟାରିନ୍‌ ଓ ବୁଡ଼ାଜାହାଜରୁ ନିର୍ଗତ ଶବ୍ଦ ଦ୍ୱାରା ଜଳଜୀବମାନେ ଆଘାତପ୍ରାପ୍ତ ହୁଅନ୍ତି। ଏପରିକି ଅସହ୍ୟ ଶବ୍ଦ ଯୋଗୁ ତିମି ଭଳି ବିରାଟକାୟ ମାଛମାନେ ମଧ୍ୟ ମରିଯାଉଥିବା ନଜିର ରହିଛି। ଶବ୍ଦ ପ୍ରଦୂଷଣ ଶରୀର ଉପରେ ଅନେକ କୁପ୍ରଭାବ ପକେଇଥାଏ। ଏହା ମାନସିକ ସ୍ତରେ ଚାପ ସୃଷ୍ଟି କରିବା ସହ ଉଦ୍‌ବେଗ ଓ ନିଦ୍ରାହୀନତାର କାରଣ ହୋଇଥାଏ। କାନକୁ ଶୁଣା ନ ଯିବା, ଭଲ କଥା ନ କହିପାରିବା, ଉତ୍ତମ ପ୍ରଯଜନ ଶକ୍ତି ହରାଇବା, ଉଚ୍ଚ ରକ୍ତଚାପ ବଢ଼ାଇବା ଓ ହୃଦ୍‌ରୋଗର ମଧ୍ୟ କାରଣ ହୋଇଥାଏ। ସେଥିପାଇଁ ଚିକିତ୍ସାଳୟ, ବିଚାରାଳୟ, ଛୋଟ ପିଲାଙ୍କ ସ୍କୁଲ, ବାସୋପଯୋଗୀ ଅଞ୍ଚଳରେ ଉଚ୍ଚ ଶବ୍ଦ ବ୍ୟବହାରର ବାରଣ ଅଛି। ସେଥିପାଇଁ ମଧ୍ୟ ଭାରତ ସରକାର ପରିବେଶ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି। ଏହାକୁ ଯେଉଁମାନେ ଭଙ୍ଗ କରିବେ, ସେମାନଙ୍କୁ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିବା ସହ ଜାମିନବିହୀନ ଗିରଫ କରିବା ସହ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ରହିଛି। ଅଥଚ ଜନସଚେତନତାର ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଭାରତୀୟ ନାଗରିକମାନେ ଆଇନ କାନୁନକୁ ଡରନ୍ତି ସିନା, କିନ୍ତୁ ତାକୁ ସମ୍ମାନ ଦେଇ ନିଜକୁ ପରିବର୍ତ୍ତନ କରନ୍ତି ନାହିଁ। ଫଳରେ ଦେଖାଯାଇଛି ବଡ଼ ବଡ଼ ସହରମାନଙ୍କରେ ମାନସିକ ରୋଗୀ ବଢ଼ିବା ସହ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଏଥିରୁ ଦିଲ୍ଲୀ, ବମ୍ବେ, ଲକ୍ଷ୍ନୌ, କଲିକତା, ବେଙ୍ଗାଲୁରୁ ପ୍ରଭୃତି ସହର ବାଦ୍‌ ପଡ଼ିନାହାନ୍ତି। ଏବେ ସମୟ ଆସିଛି, ଶବ୍ଦ ପ୍ରଦୂଷଣ ପ୍ରତି ଆମେ ଜନସଚେତନତା ବଢ଼ାଇବା ଓ ଅଯଥା ଉଚ୍ଚ ଶବ୍ଦ ସୃଷ୍ଟି କରି ଦେଶକୁ ପାଗଳାମି ଆଡ଼କୁ ନ ଠେଲିଦେବା।
ବାକ୍‌ ଶ୍ରବଣ ବିଶେଷଜ୍ଞ, ‘ଧ୍ୱନି’ କାଠଗୋଲା ରୋଡ଼, ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri