ହରିଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହେବା ଆଶଙ୍କା

କଟକ ଅଫିସ,୨୫ା୪: କଟକ ମହାନଗର ନିଗମ (ସିଏମ୍‌ସି) ଅନ୍ତର୍ଗତ ତୁଳସୀପୁର ବିଜୁ ପଟ୍ଟନାୟକ ରୋଡ୍‌ର ମହାନଦୀ ବନ୍ଧ ସନ୍ନିକଟରେ ଡିଅର ପାର୍କ ଅବସ୍ଥିତ। ଏହି ପାର୍କରେ ସ୍ବଳ୍ପ ସ୍ଥାନରେ ୨୫୦ରୁ ଅଧିକ ହରିଣ ରହିଛନ୍ତି। ପ୍ରତ୍ୟେକ ଦିନ ଏଠାକୁ ହରିଣ ଦେଖିବା ପାଇଁ ବହୁ ଲୋକ ଆସୁଛନ୍ତି। ସେମାନେ ଖୁସିରେ ହରିଣମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଦେଉଛନ୍ତି। ତେବେ ଏହାଦ୍ୱାରା ହରିଣମାନଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଜଙ୍ଗଲରେ ହରିଣମାନେ ବୁଲି ବୁଲି ନିଜ ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇଥାନ୍ତି। ତେବେ ଉକ୍ତ ପାର୍କରେ ହରିଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଦିଆଯାଏ। ଖାଦ୍ୟରେ ଫଳ, ପନିପରିବା ସହ ବିଭିନ୍ନ ଶସ୍ୟ ସାମିଲ ଥାଏ। ହରିଣମାନଙ୍କ ଖାଦ୍ୟ ଓ ରକ୍ଷଣାବେକ୍ଷଣ ବାବଦରେ ସିଏମ୍‌ସି ପକ୍ଷରୁ ବର୍ଷକୁ ୫୧,୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ମେସାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ନଦୀ ବନ୍ଧ ଦେଇ ଯାଇଥିବା ରାସ୍ତାପାର୍ଶ୍ୱରେ ଲୋକେ ଅଟକିଯାଇ ହରିଣ ଦେଖିଥାନ୍ତି। ବିସ୍କୁଟ୍‌ ଏବଂ ଅନ୍ୟ ଖାଦ୍ୟ କିଣି ସେମାନଙ୍କୁ ଦେଇଥାନ୍ତି। ତେବେ ସେଠାରେ ଏହି ଲୋକଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ନାହାନ୍ତି। କୌଣସି ସୂଚନା ଫଳକ ମଧ୍ୟ ନାହିଁ। ପାର୍କ ଚାରିପଟେ ତାରଜାଲି ଗୁଡ଼ାଯାଇଛି, କିନ୍ତୁ ତାହା ନାମକୁ ମାତ୍ର। ଖାଦ୍ୟ ଲୋଭରେ ହରିଣମାନେ ଜାଲି ନିକଟକୁ ଚାଲିଆସିଥାନ୍ତି। ରାସ୍ତାରେ ଛିଡ଼ା ହୋଇ ଲୋକେ ଖାଦ୍ୟ ଜାଲି ମଧ୍ୟକୁ ବିସ୍କୁଟ ଫିଙ୍ଗିଥାନ୍ତି। ହରିଣମାନେ ସେହି ଖାଦ୍ୟ ଖାଇ ବେଳେବେଳେ ଅସୁସ୍ଥ ହୋଇପଡ଼ିଥାନ୍ତି ବୋଲି ଅଭିଯୋଗ ଶୁଣିବାକୁ ମିଳେ। ସେହିପରି ଏହି ପାର୍କରେ କମ୍‌ ସ୍ଥାନରେ ମାତ୍ରାଧିକ ହରିଣ ରହୁଛନ୍ତି। ପାର୍କ ସ୍ଥାନାନ୍ତରଣ ହେବା ନେଇ ୪ବର୍ଷ ହେଲା କୁହାଯାଉଛି। ମାତ୍ର ପଦକ୍ଷେପ ନିଆଯାଉନାହିଁ। ୧୯୮୧ ମସିହାରେ ୫ଟି ହରିଣକୁ ନେଇ ପ୍ରାୟ ଅଢେଇ ଏକର ଜମିରେ ଗଢିଉଠିଥିବା ଏହି ପାର୍କ ଅବସ୍ଥା ଦୟନୀୟ ଅବସ୍ଥାରେ ପହଞ୍ଚିଲାଣି। ଏନେଇ ସାମାଜିକ କର୍ମୀ ଈଶ୍ୱର ମହାନ୍ତି କହିଛନ୍ତି, ହରିଣଙ୍କୁ ବାହାର ଖାଦ୍ୟ ଦେବା ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ। ଏଥିପାଇଁ ଲୋକେ ସଚେତନ ହେବା ଆବଶ୍ୟକ। ସେହିପରି ଲୋକଙ୍କୁ ବାରଣ କରିବା ପାଇଁ ସେଠାରେ ସୁରକ୍ଷା କର୍ମୀ ନିୟୋଜନ ସହ ସୂଚନା ଫଳକ ଲଗାଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏ ନେଇ ଡିଅର ପାର୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri