ବଢୁଛି ଜୁଆର,ସମୁଦ୍ର ଯିବାକୁ ବାରଣ

ପୁରୀ ଅଫିସ,୫।୧୨:: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସମ୍ଭାବ୍ୟ ବାତ୍ୟା ଜୱାଦ। ପୁରୀ ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟାର ବେଗ କମିଯାଇଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ଅପରାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍‌ ରହିଥିଲେ ହେଁ ଲଘୁଚାପ ଯୋଗୁ ସମୁଦ୍ରରେ ଜୁଆର ବଢୁଥିବା ଦେଖିବାକୁ ମିଳିଛି। ସ୍ବାଭାବିକଠାରୁ ପବନର ବେଗ କିଛି ମାତ୍ରାରେ ବଢ଼ିଥିବା ବେଳେ ପାଗ ଏକଦମ କୋହଲା ରହିଥିଲା। ଏହି ସାମୁଦ୍ରିକ ଝଡ଼ ପୁରୀଠାରେ ସ୍ଥଳ ଭାଗ ଛୁଇଁବାକୁ ଅନୁମାନ କରାଯାଉଥିବା ହେତୁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ସମୁଦ୍ରକୂଳ ନିକଟରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରାଯାଇଛି। ପୁରୀ ବେଳାଭୂମିକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରାଯାଇଥିବା ବେଳେ କାହାରିକୁ ସମୁଦ୍ର ନିକଟକୁ ଛଡ଼ାଯାଉ ନାହିଁ। ବେଳାଭୂମି ନିକଟରେ ୯୯ଜଣ ଲାଇଫଗାର୍ଡ ଓ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁରୀ ବେଳାଭୂମିର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହି କଟକଣା ଜାରି କରାଯାଇଥିବା ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ସେହିଭଳି ବେଳାଭୂମିରେ ରେଡଫ୍ଲାଗ୍‌ ଲଗାଯାଇଛି। ପିସିଆର ଭ୍ୟାନ ଲଗାଇ ପୋଲିସ କର୍ମଚାରୀମାନେ ସମୁଦ୍ର କୂଳରୁ ଲୋକଙ୍କୁ ହଟାଇଥିବା ବେଳେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଇଥିଲା। ଏସ୍‌ପି ସିଂ ବେଳାଭୂମି ନିକଟରେ ଥିବା ପର୍ଯ୍ୟଟକଙ୍କୁ ହୋଟେଲ ମଧ୍ୟକୁ ଯିବାକୁ କହିବା ସହ ସତର୍କ ସୂଚନା ମାନିବାକୁ କହିଛନ୍ତି। ବେଳାଭୂମି ନିକଟରେ ଦିନତମାମ୍‌ ପଇଁତରା ମାରିଥିବା ଦେଖିବାକୁ ମିଳିଥିଲା।
ବେଳାଭୂମିରେ ରେଡ୍‌ଫ୍ଲାଗ୍‌
ପୁରୀ ବେଳାଭୂମିରେ କିଛି କିଛି ଦୂରତାରେ ରେଡଫ୍ଲାଗ୍‌ ଦେଖିବାକୁ ମିଳିଛି। ସହର ଦେଇଯାଇଥିବା ସମ୍ପୂର୍ଣ୍ଣ ବେଳାଭୂମିରେ ଏହି ରେଡଫ୍ଲାଗ୍‌ ଲଗାଯାଇଛି। ଲାଇଫଗାର୍ଡ ଓ ପୋଲିସ କର୍ମଚାରୀମାନେ ଏହି ରେଡଫ୍ଲାଗ୍‌ ଆଗକୁ କାହାରିକୁ ଛାଡୁନଥିବା ବେଳେ ପର୍ଯ୍ୟଟକମାନଙ୍କୁ ଅଯଥା ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳରେ ବୁଲିବାକୁ ମନା କରୁଛନ୍ତି। ସମୁଦ୍ର ଜୁଆର କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବା ହେତୁ ପର୍ଯ୍ୟଟକଙ୍କ ଜୀବନକୁ ବିପଦ ବଢ଼ିଛି। ଏଣୁ ଲାଇଫଗାର୍ଡମାନେ ଶନିବାର ଓ ରବିବାର ଦିନ ତମାମ୍‌ ବେଳାଭୂମି ନିକଟରେ ଉପସ୍ଥିତ ରହି ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିଶମ ବିଭାଗ ଟିମ୍‌ ମଧ୍ୟ ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହୋଇ ରହିଛି।
ଆଶ୍ୱସ୍ତ ପର୍ଯ୍ୟଟକ,
ପୁରୀରେ ରହିବାକୁ ବାଧ୍ୟ
ସମ୍ଭାବ୍ୟ ବାତ୍ୟା ଜୱାଦ କ୍ରମଶଃ ଦୁର୍ବଳ ହେଉଥିବା ହେତୁ ପୁରୀରେ ଥିବା ପର୍ଯ୍ୟଟକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଶୁକ୍ରବାର ଦିନତମାମ୍‌ ଆତଙ୍କିତ ଥିବା ଲୋକେ ଶନିବାର ବେଳାଭୂମିଠାରୁ ନିର୍ଦ୍ଦିଷ୍ଟ ଦୂରରେ ରହି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଉତ୍ତର ଭାରତରୁ ଆସିଥିବା ପର୍ଯ୍ୟଟକମାନେ ଜୀବନରେ କେବେ ହେଲେ ବାତ୍ୟା ଦେଖି ନ ଥିବା ହେତୁ ବାତ୍ୟାର ଆସନ୍ନ ପୂର୍ବରୁ ଭୟଭୀତ ହୋଇପଡ଼ିଥିଲେ। ରାଜସ୍ଥାନର ସାହିଲ ଆରୋରା କହିଛନ୍ତି, ବାତ୍ୟା କେଉଁଭଳି ଭାବେ ତାଣ୍ଡବ ରଚେ, ତାହା କେବେ ହେଲେ ଅନୁଭବ କରିନାହିଁ। କେବଳ ଗଣମାଧ୍ୟମରେ ବାତ୍ୟାର ବିଭୀଷିକା ଦେଖିଛୁ। ପରିବାର ସହ ବେଳାଭୂମି ନିକଟରେ ଏକ ହୋଟେଲରେ ରହୁଥିବା ହେତୁ ପରିବାର ସଦସ୍ୟମାନେ ବାତ୍ୟାକୁ ନେଇ ଅତ୍ୟନ୍ତ ଭୟଭୀତ ଥିଲୁ। ମାତ୍ର ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ଦୁର୍ବଳ ହେବାର ଖବର ଦେବା ପରେ ସାମାନ୍ୟ ଖୁସି ଲାଗୁଛି। ଅନ୍ୟପକ୍ଷେ ଶନିବାର ପରିବାର ସହ ପୁରୀ ଛାଡ଼ିବାକୁ ନିଷ୍ପତ୍ତି କରିଥିଲୁ। ମାତ୍ର ଆସନ୍ତା ୨ ଦିନ ଧରି ରେଳ ଚଳାଚାଳ ବନ୍ଦ ଥିବାରୁ ପୁରୀରେ ରହିବାକୁ ବାଧ୍ୟ ହୋଇଛୁ। ତେବେ ପ୍ରଶାସନ ପର୍ଯ୍ୟଟକଙ୍କୁ ଯେଉଁଭଳି ସଚେତନ କରୁଛନ୍ତି ତାହା ନିହାତି ପକ୍ଷେ ପ୍ରଶଂସାଯୋଗ୍ୟ।
ସେବାୟତଙ୍କ ସହ ଜିଲାପାଳଙ୍କ ଆଲୋଚନା
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ରବିବାର ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ବାତ୍ୟା ପ୍ରଭାବରେ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନ ହୁଏ, ସେଦିଗରେ ଧ୍ୟାନ ଦେବା ପାଇଁ ଜିଲାପାଳ କହିଛନ୍ତି। ପାଳିଆ ସେବାୟତମାନେ ଜିଲାପାଳଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ, ମହାପ୍ରଭୁଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ହେବ। ବାତ୍ୟା ବେଳେ ସେବାୟତମାନେ ଶ୍ରୀମନ୍ଦିର ନୀତିକାନ୍ତି ପାଇଁ ଘରୁ ବାହାରକୁ ଆସିବେ। ଏଭଳିସ୍ଥଳେ ସେମାନଙ୍କ ସୁରକ୍ଷା ଉପରେ ପ୍ରଶାସନ ବିଶେଷ ଧ୍ୟାନ ଦେଉଛି। ସେବାୟତଙ୍କ ସୁରକ୍ଷିତ ଭାବେ ଶ୍ରୀମନ୍ଦିର ନୀତିକାନ୍ତି ସାରି ଘରକୁ ଫେରିବା ଦାୟିତ୍ୱ ପ୍ରଶାସନ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri