ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି, ତେଜିଲା ଅସନ୍ତୋଷ

ଭୁବନେଶ୍ୱର, ୮।୫ (ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀର ଲଗାତର ଦରବୃଦ୍ଧି ସାଧାରଣ ଲୋକଙ୍କୁ ଛଟପଟ କରୁଛି। ପେଟ୍ରୋଲ୍‌ଠାରୁ ଆରମ୍ଭ କରି ଖାଇବା ତେଲ, ଡାଲି, ଚାଉଳ ପର୍ଯ୍ୟନ୍ତ ସବୁକିଛିର ଅତ୍ୟଧିକ ଦର ବିଶେଷକରି ଗରିବ, ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗି ଦେଇଛି। ଏଭଳି ସ୍ଥଳେ ଏଲ୍‌ପିଜି ଗ୍ୟାସ୍‌ର ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଶନିବାର ଗୋଟିଏ ଦିନରେ ୫୦ଟଙ୍କା ଦାମ୍‌ ବଢିବା ପରେ ୧୪.୨ କେଜିର ଗ୍ୟାସ ସିଲିଣ୍ଡର ଦାମ ୧ ହଜାର ଟଙ୍କା ପାର୍‌ କରିଛି। ଫଳରେ ଗ୍ରାହକଙ୍କୁ ଏବେ ୧ ହଜାର ୨୬ଟଙ୍କା ଦେବାକୁ ପଡିବ। ଏହି ଦରବୃଦ୍ଧିକୁ ନେଇ ଲୋକେ ଅତିଷ୍ଠ ହୋଇପଡିଥିବାବେଳେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛି। ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଭୁବନେଶ୍ୱରର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସୁଦର୍ଶନ ପ୍ରଧାନ, ନାରୀନେତ୍ରୀ ରୀତା ପଟ୍ଟନାୟକ ଓ ବିଜୟ ବେହେରାଙ୍କୁ ନେଇ ଏକ ପ୍ରତିନିଧି ଦଳ କେନ୍ଦ୍ରସରକାରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ଏସ୍‌ୟୁସିଆଇ(ସି) କଟକ ଜିଲା କମିଟି ପକ୍ଷରୁ ସ୍ଥାନୀୟ କଲେଜ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏସ୍‌ୟୁସିଆଇ(ସି) ଜିଲା କମିଟି ସମ୍ପାଦକ ବିଶ୍ୱାବସୁ ଦାସ କହିଛନ୍ତି, ଦରଦାମ୍‌ ହ୍ରାସ ଦିଗରେ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ଶକ୍ତିଶାଳୀ ଗଣ ଆନ୍ଦୋଳନ ସଙ୍ଗଠିତ କରାଯିବ।

 

ବଞ୍ଚତ୍ବା କଷ୍ଟକର ହୋଇ ପଡ଼ିଲାଣି
ଗ୍ୟାସ୍‌ ଦରବୃଦ୍ଧି ଭାରି ବାଧୁଛି। ପନିପରିବାଠାରୁ ଆରମ୍ଭ କରି ରାଶନ ସାମଗ୍ରୀ ସବୁକିଛିର ଦାମ୍‌ ହୁ ହୁ ହୋଇ ବଢି ଚାଲିଥିବାବେଳେ ଏବେ ଗ୍ୟାସ୍‌ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଛି। ଆମ ଭଳି ମଧ୍ୟବିତ୍ତ ପରିବାରର ସ୍ବଳ୍ପ ଆୟରେ ଘରଭଡ଼ା, ପିଲାଙ୍କ ପାଠପଢା, ଘରଖର୍ଚ୍ଚ ସହ ରୋଷେଇ ଖର୍ଚ୍ଚ ତୁଲାଇବାକୁ ପଡୁଛି। ସରକାର ଯଦି ବାରମ୍ବାର ଏଭଳି ଦରବୃଦ୍ଧି କରି ଚାଲିବେ ତେବେ ଆମ ଭଳି ଲୋକ ଚଳିବା ଓ ବଞ୍ଚତ୍ବା କଷ୍ଟକର ହୋଇଯିବ।
-ଅଙ୍କିତା ବେହେରା, ଗୃହିଣୀ
ସରକାର ସାଧାରଣ ଲୋକଙ୍କୁ ଶୋଷୁଛନ୍ତି
ସରକାର ସାଧାରଣ ଲୋକଙ୍କୁ ଶୋଷି ଚାଲିଛନ୍ତି। ଏଭଳି ସାମଗ୍ରୀର ଦର ବୃଦ୍ଧି କରୁଛନ୍ତି, ଯାହା ଗରିବଙ୍କଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ଆବଶ୍ୟକ। ଖାଦ୍ୟ ସାମଗ୍ରୀ ପରେ ଏବେ ଗୃହିଣୀଙ୍କୁ ଗ୍ୟାସ୍‌ ଚିନ୍ତା ଘାରିଲାଣି। ରୋଷେଇରେ ମାସକୁ ମୋର ଗୋଟେ ସିଲିଣ୍ଡର ଦରକାର ପଡୁଛି। ଗ୍ୟାସ୍‌ ଡେଲିଭରି କରିବାକୁ ଆସୁଥିବା ଲୋକ ବି ୨୦ରୁ ୩୦ଟଙ୍କା ନେଉଛନ୍ତି। ଏହାକୁ ମିଶାଇଲେ ଗୋଟେ ୧୪.୨ କେଜିର ସିଲିଣ୍ଡର ପିଛା ପ୍ରାୟ ୧ ହଜାର ୫୬ଟଙ୍କା ପଡିଲା। ଏହାବାଦ୍‌ ଘରଭଡ଼ା, ଅନ୍ୟାନ୍ୟ ଖର୍ଚ୍ଚ ରହିଛି। ଏଭଳି ଦରବୃଦ୍ଧି ଜାରି ରହିଲେ ଆର୍ଥତ୍କ ସଙ୍କଟ ଲାଗି ରହିବ।
-ସାଲୁ ସେଠୀ, ଗୃହିଣୀ
ପ୍ରଧାନମନ୍ତ୍ରୀ ହନ୍ତସନ୍ତ କରୁଛନ୍ତି, ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି
ଆଜି ଆଳୁ ଦର ବଢିଲାଣି ତ କାଲି ଟମାଟୋ, ତା’ପରଦିନ ଖାଇବା ତେଲ। ସରକାର ଜାଣିଶୁଣି ନିତ୍ୟବ୍ୟବହାର୍ଯ୍ୟ ଜିନିଷରେ ଦରବୃଦ୍ଧି କରୁଛନ୍ତି। ସ୍ବଳ୍ପ ରୋଜଗାର କରୁଥିବା ଜଣେ ବ୍ୟକ୍ତି ଭୁବନେଶ୍ୱର ଭଳି ସହରରେ କେମିତି ନିଜ ପରିବାର ନେଇ ଚଳିବ ତାହା କେବେ କୌଣସି ସରକାର ଚିନ୍ତା କରୁନାହାନ୍ତି। ପ୍ରଧାନମନ୍ତ୍ରୀ ଅଚ୍ଛେ ଦିନ ଆଣିବାକୁ କହି ଜନସାଧାରଣଙ୍କୁ ହନ୍ତସନ୍ତ କରି ଚାଲିଛନ୍ତି। ରାଜ୍ୟ ସରକାର ମଧ୍ୟ ଏ ସବୁ ଦେଖି ନିଦାବିଷ୍ଣୁ ପାଲଟିଛନ୍ତି।
-ରୋଜାଲିନ ସାହୁ, ଗୃହିଣୀ
ଖର୍ଚ୍ଚ କାଟ୍‌ଛାଣ୍ଟ କରିବାକୁ ଚିନ୍ତା କରୁଛି
ସହରରେ ରୋଷେଇ ପାଇଁ ଗ୍ୟାସ୍‌ ଛଡା ଆଉକିଛି ବିକଳ୍ପ ନାହିଁ। ଦୁଇବେଳା ରୋଷେଇ ସାଙ୍ଗକୁ ବଡ଼ ପରିବାର ହୋଇଥିବାରୁ ମନ ପସନ୍ଦର ଖାଦ୍ୟ ରାନ୍ଧିବା ପାଇଁ କେହି କେହି ଫରମାଇସ୍‌ କରିଥାନ୍ତି। ତେଣୁ ଗୋଟେ ସିଲିଣ୍ଡର ମୋର ମାସେ ଠାରୁ କମ୍‌ ଦିନ ଯାଏ। ଗ୍ୟାସ୍‌ ଦର ଏବେ ହଜାରେ ଟଙ୍କା ପାର୍‌ କରିଥିବାରୁ କେମିତି ଖର୍ଚ୍ଚ କାଟ୍‌ଛାଣ୍ଟ କରିବି ସେ ନେଇ ଚିନ୍ତିତ ଅଛି। ସୀମିତ ଟଙ୍କାରେ ପିଲାଙ୍କ ପାଠପଢ଼ା, ମାସିକିଆ ସଉଦା, ଔଷଧପତ୍ର, ଅନ୍ୟାନ୍ୟ ଖର୍ଚ୍ଚକୁ ନେଇ ଘର ଚଳାଇବା କଷ୍ଟକର ହୋଇପଡିଲାଣି।
-ମାମା ବେହେରା, ଗୃହିଣୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?