Posted inଖେଳ

ଆଇପିଏଲ୍‌ରେ ନଜର ଆସିବେ ଋଷଭ ପନ୍ତ… ଦିଲ୍ଲୀ କୋଚ୍‌ ପଣ୍ଟିଂଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୦।୧: ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସିତ ହେଉଛନ୍ତି ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ନିକଟରେ କୋକିଲାବେନ ହସ୍ପିଟାଲରେ ପନ୍ତଙ୍କ ସର୍ଜରୀ ଶେଷ ହୋଇଛି। ତାଙ୍କର ଅସୁସ୍ଥତାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ନୂଆ ଅଧିନାୟକ ଖୋଜିବାକୁ ହେବ ବୋଲି କୁହାଯାଉଛି। ହେଲେ ଏସବୁ ମଧ୍ୟରେ ଦିଲ୍ଲୀ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ପନ୍ତଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ପନ୍ତ ଆଇପିଏଲ୍‌ ୨୦୨୩ରେ ଖେଳିବା ଲାଗି ଫିଟ୍‌ ନ ହେଲେ ବି ତାଙ୍କୁ ଡଗ୍‌ଆଉଟ୍‌ରେ ସେ ଦେଖିବାକୁ ଚାହିଁବେ ବୋଲି ପଣ୍ଟିଂ କହିଛନ୍ତି।

ଆଇସିସି ରିଭ୍ୟୁରେ ପଣ୍ଟିଂ କହିଛନ୍ତି, ପନ୍ତଙ୍କ ଭଳି ଖେଳାଳି ଗଛରେ ଫଳନ୍ତି ନାହିଁ। ଏଣୁ କେହି ତାଙ୍କ ସ୍ଥାନ ନେଇପାରିବେ ନାହିଁ। ଆମେ ତାଙ୍କ ବଦଳ ବିଷୟରେ ଚିନ୍ତା କରୁଛୁ। ଆମକୁ ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ର ଆବଶ୍ୟକତା ରହିଛି। ଯଦି ସେ ଖେଳିବାକୁ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ନ ହୁଅନ୍ତି, ତେବେ ଆମକୁ ଦ୍ୱିତୀୟ ଅଧିନାୟକର ଆବଶ୍ୟକତା ପଡ଼ିପାରେ। ହେଲେ ଯଦି ସେ ବାସ୍ତବରେ ଖେଳିବାକୁ ଶାରୀରିକ ଭାବେ ଫିଟ୍‌ ନ ହୁଅନ୍ତି ତେବେ ବି ଆମେ ତାଙ୍କୁ ଡଗ୍‌ଆଉଟ୍‌ରେ ଆମ ସହ ଦେଖିବାକୁ ପସନ୍ଦ କରିବୁ ବୋଲି ସେ କହିଛନ୍ତି।

ଦିଲ୍ଲୀ କ୍ୟାପିଟାଲ ଲାଗି ସେ ଜଣେ ଚମତ୍କାର ଲିଡର। ଅଧିନାୟକ ହେବା ସହ ତାଙ୍କ ବ୍ୟବହାର ଏବଂ ହସକୁ ଆମେ ବହୁତ ପସନ୍ଦ କରୁ। ଯଦି ସେ ଯାତ୍ରା କରିବା ଏବଂ ଦଳ ଆଖପାଖରେ ରହିବାକୁ ସକ୍ଷମ ହେବେ ତେବେ ମୁଁ ଚାହିଁବି ଯେ ସେ ସପ୍ତାହର ୭ ଦିନ ଡଗ୍‌ଆଉଟ୍‌ରେ ମୋ’ ପାଖେ ବସନ୍ତୁ। ମାର୍ଚ୍ଚ ଅଧା ଆଡକୁ ଆମେ ଦିଲ୍ଲୀରେ ଭେଟ ହେବୁ ବୋଲି ସୁନିଶ୍ଚିତ କରୁଛି। ସେ ଆମ କ୍ୟାମ୍ପରେ ରହିବାକୁ ସକ୍ଷମ ହେଲେ, ମୁଁ ତାଙ୍କୁ ସାଙ୍ଗରେ ରଖିବି ବୋଲି ପଣ୍ଟିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri