Posted inଖେଳ

୨୩ ବର୍ଷରେ ମିଳିଲା ଅଧିନାୟକ ଦାୟିତ୍ୱ: ନିଜର ସଫଳତାକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ପନ୍ତ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଏହି ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ ଧରିଛନ୍ତି ୨୩ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଡିସିର ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ପନ୍ତଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ପ୍ରତିକ୍ରିୟା ରଖି ପନ୍ତ କହିଛନ୍ତି, ଦିଲ୍ଲୀରେ ମୋ ପିଲା ବେଳ କଟିଛି। ୬ ବର୍ଷ ପୂର୍ବେ ଦିଲ୍ଲୀରୁ ହିଁ ଆଇପିଏଲ୍‌ ଯାତ୍ରା ଆରମ୍ଭ କରିଥିଲି। ଏହି ଟିମ୍‌ର ଅଧିନାୟକ ହେବାର ସୁଯୋଗ ମିଳିବାର ସ୍ବପ୍ନ ସବୁବେଳେ ଦେଖି ଆସିଥିଲି। ଏବେ ତାହା ପୁରଣ ହୋଇଛି। ଏଥିନେଇ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି।

ତେବେ ଗତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆୟାର ଫିଲ୍ଡିଂ କରୁଥିବା ବେଳେ କାନ୍ଧରେ ଆଘାତ ପାଇଥିଲେ। ଫଳରେ ସିରିଜ ସମେତ ସେ ଆଇପିଏଲ୍‌ରୁ ମଧ୍ୟ ବାଦ୍‌ ପଡ଼ିଥିଲେ। ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ ଗତ ସଂସ୍କରଣରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲା। ଏବେ ତାଙ୍କ ଅନୁପସ୍ଥିତିରେ ପନ୍ତଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ଅପରପକ୍ଷେ ଦିଲ୍ଲୀର ନେତୃତ୍ୱ ନେବାକୁ ପନ୍ତ ଉପଯୁକ୍ତ ଖେଳାଳି ବୋଲି ଆୟାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଆୟାରଲାଣ୍ଡ ବ୍ୟାଟ୍ସମ୍ୟାନ୍‌: କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୦।୧୦: ଟି-୨୦ କ୍ରିକେଟରେ ଅଧିକାଂଶ ଚୌକା ମାରିବା ପ୍ରସଙ୍ଗରେ ଆୟାରଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।...

୪ମାସରେ ୨୬ କିଲୋ ହ୍ରାସ କରି ଫଟୋ ଶେୟାର କଲେ ଟେନିସ୍‌ ଷ୍ଟାର

ନୂଆଦିଲ୍ଲୀ,୧୦।୨: ମା’ ହେବା ପରେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ପ୍ରଶଂସକଙ୍କ ସମ୍ମୁଖରେ ନିଜର ଆଗାମୀ ଲକ୍ଷ୍ୟକୁ ସ୍ପଷ୍ଟ କରିଛନ୍ତି। ଖୁବ୍‌ଶୀଘ୍ର ଟେନିସ୍‌ର କୋର୍ଟକୁ...

ପୁଷ୍ପା ଅବତାରରେ ୟୁଜବେନ୍ଦ୍ର ଚହଲ: କହିଲେ ଫାୟାର ହୁଁ ମେଁ…

ଲକ୍ଷ୍ନୌ,୨୨।୨: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛି। ଏଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ...

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ

ଡବଲିନ୍‌,୨୮।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ମଙ୍ଗଳବାର ଅର୍ଥାତ୍‌ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି...

କ୍ରିକେଟ ଇତିହାସର ସବୁଠାରୁ ଛୋଟ ମୁକାବିଲା: ୬୧ ବଲରେ ଶେଷ ହୋଇଥିଲା ମ୍ୟାଚ୍‌, କାରଣ ଥିଲା…

ନୂଆଦିଲ୍ଲୀ,୨୯।୧: କ୍ରିକେଟର ଦୀର୍ଘତମ ଫର୍ମାଟରେ ଏଭଳି କିଛି ମ୍ୟାଚ୍‌ ଖେଳାଯାଇଛି ଯାହା ବହୁତ୍‌ ଛୋଟ। ସେଥିରୁ କିଛିର ଫଳାଫଳ ବାହାରିଥିବା ବେଳେ କିଛି ଡ୍ର ରହିଛି।...

ଏଯାଏ ଖୋଲିନି ଖାତା

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୨ର ୧୭ତମ ମ୍ୟାଚ୍‌ ଶନିବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ଉଭୟ ଟିମ୍‌ ଏଯାବତ ଗୋଟିଏ ବି ମ୍ୟାଚ୍‌...

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ...

ଗେଲ ନ ଖେଳିଲେ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିପିଏଲ ଦଳ

ଢାକା,୨୮।୧୧(ଏଏଫ୍‌ପି)- ଆଗାମୀ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ରେ ଓ୍ବେଷ୍ଟଇଣ୍ଡିଜ ଷ୍ଟାର ଓପନର କ୍ରିସ୍‌ ଗେଲ୍‌ ନ ଖେଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଚାଟୋଗ୍ରାମ...

Advertisement
Archives

Model This Week