ବିଲରେ ଗଜାହେଲା ପାଚିଲା ଧାନ

ପଟ୍ଟାମୁଣ୍ଡାଇ,୨୭ା୧୨ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳର ୨ଟି ପାଟର ପାଚିଲା ଧାନ ଏବେ ପାଣିରେ ଲୋଟିଛି। ଲଗାଣବର୍ଷା ଉଜାଡ଼ି ଦେଇଛି ଭାତହାଣ୍ଡି। ବର୍ଷାରେ ଶହ ଶହ ଏକର ଚାଷ ଜମିରେ ଧାନ ପାଣିରେ ବୁଡ଼ି ଗଜା ହେବାକୁ ବସିଲାଣି। କଚଡ଼ା ସହ ଧାନ ବସ୍ତା ମଧ୍ୟ ବର୍ଷାରେ ଭିଜି ନଷ୍ଟ ହୋଇଛି। ଚାଷୀ ଫସଲ କରିବା ପାଇଁ ବ୍ୟାଙ୍କ ଓ ସାହୁକାରଠାରୁ ଋଣ ନେଇଥିବା ଚାଷୀ ଏବେ ହରଡ଼ଘଣାରେ ପଡ଼ିଛି। ପରିଶ୍ରମର ମୂଲ ମିଳିବ କି ନାହିଁ ଏଭଳି ଅନେକ ପ୍ରଶ୍ନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏପରିସ୍ଥଳେ ଧାନର ମାନ ଖରାପ ଥିଲେ ମଧ୍ୟ ମଣ୍ଡିରେ କିଣାଯିବ ବୋଲି ରାଜ୍ୟ ସରକାରଙ୍କ ଆଶ୍ୱାସନା ଦେଇଛନ୍ତି। ଧାନ ବିଲରେ ଗଜା ହୋଇ ନଷ୍ଟ ହୋଇଯିବା କ୍ଷତିପୂରଣକୁ ନେଇ ଚାଷୀଙ୍କ ମନରେ ଛନକା ପଶିଛି।
କୃଷକ ନେତା ବିଜୟ ଦାଶ କହିଛନ୍ତି, ପୂର୍ବରୁ ୩ ଦିନ ଧରି ବର୍ଷା ପରେ ଚାଷୀ ଜୀବନ ବିକଳରେ କିଛି ଅମଳ କରିବା ଆଶା ନେଇ କଚଡ଼ାକୁ ପାଣିରୁ ଛାଣି ଶୁଖେଇବା ସହ ଧାନକାଟି ଅମଳ କରିବାକୁ ଚେଷ୍ଟା ଜାରି ରଖିଥିଲେ। ହେଲେ ପୁଣି ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଥିଲା। ଯାହା ଚାଷୀଙ୍କ ସମସ୍ତ ଆଶାକୁ ଭାଙ୍ଗି ଚୁରମାର କରିଦେଇଛି। ଗୁରୁବାର ସକାଳୁ ବର୍ଷାର ଛାଡ଼ିଛି। ମାତ୍ର କଟା ହୋଇ ବିଲରେ ପଡ଼ିଥିବା ପାଚିଲା ଧାନ କଚଡ଼ା ପାଣିରେ ବୁଡ଼ି ଗଜା ହୋଇଯାଇଛି। ଚାଷୀ ଅଜୟ ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଧାନ ଚାଷ ୧୧ ହଜାର ୩୦୦ ହେକ୍ଟର ଜମିରେ ହୋଇଥିଲା। ସେଥିମଧ୍ୟରୁ ପାଖାପାଖି ଅଢ଼େଇ ହଜାର ହେକ୍ଟର ଜମିରୁ ଧାନ କଟା ହୋଇଥିବା ବେଳେ ରବିବାର ସୋମବାର ୨ ହଜାର ହେକ୍ଟର ଜମିରୁ ଧାନ କଟା ଯାଇଥିଲା। କିଛି ଧାନ ଅମଳ ହୋଇ ଖଳାକୁ କଚଡ଼ା ଆସିଥିବା ବେଳେ ଅଧିକ ଧାନ ବିଲରେ ପଡ଼ିଥିଲା। ଯାହାକି ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବର୍ଷାରେ ସବୁଧାନ ଗଜା ହେବା ସାଙ୍ଗକୁ ପଚିଯାଇଛି। ଅବଶିଷ୍ଟ କଟା ଯାଇ ନ ଥିବା ସାଢ଼େ ୭ ହଜାର ହେକ୍ଟର ଜମିରେ ଏବେ ଧାନ ପାଣିରେ ବୁଡ଼ି ରହିଛି। ବିଲରୁ ପାଣି ଶୁଖିଲା ବେଳକୁ ସମସ୍ତ ଧାନ ଝଡ଼ିଯିବା ନିଶ୍ଚିତ। ଧାର, କରଜ କରି ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଚାଷୀ ଅଭୟ ବଳ, ରଞ୍ଜିତ ପ୍ରଧାନ, ନରେଶ ଜେନା ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳର ଅଣ୍ଢରା, ଅମୃତମଣୋହି, ବଲୁରିଆ, ତରଡ଼ିପାଳ, ପେଣ୍ଠପାଳ, ଅଳପୁଆ, ସିଂହଗଁା, ବାଲିପାଟଣା, ବାଛରା, ନୀଳକଣ୍ଠପୁର, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଶାସନ ଓ ଉତିକଣ ଅଞ୍ଚଳର ଚନ୍ଦନନଗର, ଦୋଷିଆ, ଓଉପଦା, ସଂସାରଫଳ, ଖଣତା, ବିଲିକଣା, ବଡ଼ପଡା, ବଡ଼ମୋହନପୁର, ଦିହୁଡିପୁର, ସାନଜରିଆ, ଅରଡ଼ପଲ୍ଲୀ, ଗଙ୍ଗାରାମପୁର, କଖାରୁଣୀ, ଖଡିଅଣ୍ଟ, ନରସିଂହପୁର, ଡିହାପଡ଼ା, ବଡ଼ମୂଳବସନ୍ତ ଆଦି ପଞ୍ଚାୟତରେ ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, ପୋଖରୀଆପଡ଼ା, ତନୁପୁର, ନନ୍ଦିନୀନଗର, ନୂଆଗଁା, କାକୁଡିପଲ୍ଲୀ, ଅଳଭା, ମାଟିଆ, ବେଲତଳ ଓ ଦକ୍ଷିଣଦିଆ ଆଦି ବିଭିନ୍ନ ଅଞ୍ଚଳରେ ଥିବା ଜମିର ଧାନ ସହ ପନିପରିବା ଫସଲ ମଧ୍ୟ ଉଜୁଡି ଯାଇଛି। ଚକିତବର୍ଷ ଭଲ ଧାନ ଫସଲ ହୋଇଥିବାରୁ ବହୁ ଆଶା ନେଇ ଚାଷୀମାନେ ଧାନ କଟା ସାରି ବସ୍ତା କରି ମଣ୍ଡିକୁ ଯିବାକୁ ପ୍ରସ୍ତୁତ ହେଉ ଥିଲେ। ଏହି ସମୟରେ ଦଇବ ଦାଉ ସାଧିଛି। ଅନ୍ୟପକ୍ଷରେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମଧ୍ୟମକୁ କହିଛନ୍ତି, ଅଦିନିଆ ବୃଷ୍ଟିପାତ ଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ। ସରକାର ଓ ଚାଷୀଙ୍କ ଭିତରେ ସହାଭାଗିତା ଦରକାର। ଜିଲା ପ୍ରଶାସନ ମଧ୍ୟ ସହାୟତା କରିବ। ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କ ସାଙ୍ଗରେ ଅଛୁ ବୋଲି ସେ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?