Posted inଜାତୀୟ

ଓଲଟା ଗିୟର ପାର୍ଟି କଂଗ୍ରେସ କ୍ଷମତାକୁ ଆସିଲେ ବଢ଼ିବ ଦଙ୍ଗା, ଧାର୍ମିକ ଭିତ୍ତିରେ ନ ମିଳୁ ସଂରକ୍ଷଣ: ଶାହା…

ବେଙ୍ଗାଲୁରୁ,୨୫।୪ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କର୍ନାଟକର ବାଗଲକୋଟରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଆଧାରରେ କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସମ୍ପ୍ରତି କଂଗ୍ରେସରେ ଦେବାଳିଆ ସ୍ଥିତି ସୃଷ୍ଟି ହୋଇଛି। ଦଳରେ କେହି ଆଗଧାଡ଼ିର ପ୍ରଭାବଶାଳୀ ନେତା ନାହାନ୍ତି। ତେଣୁ କଂଗ୍ରେସ ଭାଜପା ଛାନିଥିବା ନେତାଙ୍କ ଉପରେ ଭରସା କରୁଛି।

ରାଜ୍ୟରେ ଧର୍ମ ଆଧାରରେ ଚାରି ପ୍ରତିଶତ ସଂରକ୍ଷଣ ମୁସଲମାନଙ୍କ ପାଇଁ ରହିଛି। ଭୋଟ ବ୍ୟାଙ୍କର ଲୋଭରେ ନ ପଡ଼ି ଭାଜପା ସରକାର ଏହି ମୁସଲିମ ସଂରକ୍ଷଣକୁ ରଦ୍ଦ କରିଦେଇଛନ୍ତି। ଆମେ ବିଶ୍ୱାସ କରୁ ଯେ ଧର୍ମ ଆଧାରରେ କୌଣସି ସଂରକ୍ଷଣ ରହିବା ଉଚିତ ନୁହେଁ। ମୁସଲମାନ ସଂରକ୍ଷଣ ସମାପ୍ତ କରିବା ପରେ, ଆମେ ଏସସି, ଏସଟି, ଭୋକଲିଙ୍ଗା ଏବଂ ଲିଙ୍ଗାୟତଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିବାକୁ କାର୍ଯ୍ୟ କରିଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଅ ବର୍ଷ ଧରି କେନ୍ଦ୍ରରୁ କର୍ନାଟକକୁ ବହୁ ଟଙ୍କା ଏବଂ ଯୋଜନା ପଠାଇବା କାର୍ଯ୍ୟ କରିଛନ୍ତି। ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ରାଜ୍ୟରେ ଦୁର୍ନୀତି, ତୁଷ୍ଟିକରଣ ଏବଂ ପାରିବାରବାଦ ବଢ଼ିବ। ଏଥିସହିତ ସମଗ୍ର କର୍ନାଟକରେ ଦଙ୍ଗା ହେବାର ସମ୍ଭାବନା ରହିଛି।

ଏହି ନିର୍ବାଚନର ଉଦ୍ଦେଶ୍ୟ ହେଉଛି କର୍ନାଟକକୁ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ କରିବା। ଏହି ନିର୍ବାଚନ ମାଧ୍ୟମରେ ରାଜ୍ୟରେ ରାଜନୈତିକ ସ୍ଥିରତା ଆଣିବାରେ ଭାଜପା ସହାୟତା କରିବ।

କଂଗ୍ରେସ ଏକ ଓଲଟା ଗିୟର ପାର୍ଟି । ଗୋଟିଏ ପଟେ ଭାଜପାର ଡବଲ ଇଞ୍ଜିନ ସରକାର ଏବଂ ଅନ୍ୟ ପଟେ ଓଲଟା ଗିୟର ଦଳ ଅଛି। ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ କର୍ନାଟକର ବିକାଶ ଓଲଟା ଗିୟରରେ ହେବ। ତେଣୁ ଏଥି ପ୍ରତି ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

ନେପାଳ ବନ୍ୟା; ମୃତ୍ୟୁସଂଖ୍ୟା ୩୯୨କୁ ବୃଦ୍ଧି, ୨୯୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୮।୮(ପି.ଟି.): ନେପାଳ-ତିବ୍ବତ ସୀମାନ୍ତରେ ସୃଷ୍ଟ ଆକସ୍ମିକ ବନ୍ୟାରେ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ନୂତନ ତଥ୍ୟ ଅନୁଯାୟୀ ମୋଟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୯୨ରେ ପହଞ୍ଚିଛି, ଯେଉଁଥିରୁ…

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri