କ୍ଷମତା ଗଲାପରେ ବିଦ୍ରୋହ

ବ୍ରାସିଲିଆ,୧୦ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ରବିବାର ରାଜଧାନୀ ବ୍ରାସିଲିଆରେ ଥିବା ଦେଶର ପାର୍ଲାମେଣ୍ଟ (କଂଗ୍ରେସ ଭବନ), ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ ସମେତ ବିଭିନ୍ନ ସରକାରୀ ବିଲ୍ଡିଂରେ ଧସେଇ ପଶି ହଙ୍ଗାମା କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ଲାନାଲ୍ଟୋ ପ୍ୟାଲେସ୍‌ ବାହାରେ ବୋଲସୋନାରୋଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ଦଙ୍ଗାକାରୀମାନେ କଂଗ୍ରେସ ଭବନ ମଧ୍ୟକୁ ଧସେଇ ପଶିବାରୁ ସେମାନଙ୍କୁ ତଡ଼ିବା ଲାଗି ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଲୁଇସ୍‌ ଇନାସିଓ ଲୁଲା ଡା ସିଲ୍‌ଭା ବ୍ରାଜିଲ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ସପ୍ତାହେ ପରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ଏଭଳି ଦଙ୍ଗା ସୃଷ୍ଟି କରିଛନ୍ତି। ସେମାନେ ସରକାରୀ ବିଲ୍ଡିଂଗୁଡ଼ିକର କବାଟ ଝରକା ଭଙ୍ଗାରୁଜା କରିବା ସହ କେତେକ ଗାଡ଼ି ପୋଡ଼ିଦେଇଛନ୍ତି। ସୁରକ୍ଷା ବଳ ଯେପରି ବିଲ୍ଡିଂରେ ପ୍ରବେଶ କରି ନ ପାରିବେ, ସେଥିପାଇଁ ଦଙ୍ଗାକାରୀମାନେ ଆସବାବପତ୍ରଗୁଡ଼ିକୁ ବ୍ୟାରିକେଡ୍‌ ଭାବେ ବ୍ୟବହାର କରିଥିଲେ।
ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନଙ୍କୁ ଦଣ୍ଡିତ କରିବାକୁ ରାଷ୍ଟ୍ରପତି ଲୁଲା ପ୍ରତିଜ୍ଞା କରିଛନ୍ତି। ରାଜଧାନୀ ବ୍ରାସିଲିଆରେ ଯାହା ଘଟିଲା, ତାହା ଅତ୍ୟନ୍ତ ବର୍ବରୋଚିତ ଏବଂ ସୁରକ୍ଷାର ଅଭାବ ବୋଲି ଲୁଲା କହିଛନ୍ତି। ବୋଲସୋନାରୋଙ୍କ ଫାସିବାଦୀ ସମର୍ଥକମାନେ କଂଗ୍ରେସ ଭବନ, ସୁପ୍ରିମକୋର୍ଟ ଏବଂ ପ୍ଲାନାଲ୍ଟୋ ପ୍ରେସିଡେନ୍ସିଆଲ୍‌ ପ୍ୟାଲେସ୍‌ ବାହାରେ ସଶସ୍ତ୍ର ବଳର ବ୍ୟାରିକେଡ୍‌କୁ ଭାଙ୍ଗି ଧସେଇ ପଶିଥିଲେ। ରାଜନୀତିରେ ଏହି ଖଳ ଲୋକମାନଙ୍କୁ ଖୋଜି ବାହାର କରାଯାଇ ଦଣ୍ଡିତ କରାଯିବ ବୋଲି ଲୁଲା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ରବିବାର ସକାଳେ ବହୁସଂଖ୍ୟାରେ ଲୋକେ କଂଗ୍ରେସ ଭବନ ଅଭିମୁଖେ ଯାଉଥିବା ଦେଖାଯାଇଥିଲା। ସେମାନେ କଂଗ୍ରେସ ନିମ୍ନ ସଦନ ବାହାରେ ଥିବା ଗ୍ରୀନ୍‌ ରୁମ୍‌ରେ ପହଞ୍ଚତ୍ଥିଲେ ବୋଲି ଅନ୍ତରୀଣ ସିନେଟ ଅଧ୍ୟକ୍ଷ ଭେନେଜିଆନୋ ଭିଟଲ ଡୋ ରୋଗୋ କହିଛନ୍ତି। ବୋଲସୋନାରୋଙ୍କ ଅନ୍ୟ ସମର୍ଥକମାନେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ଭବନରେ ପ୍ରବେଶ କରୁଥିବା ଦେଖାଯାଇଥିଲା। ସେତେବେଳକୁ ସେଠାରେ ଦଙ୍ଗାନିରୋଧୀ ପୋଲିସ ଓ ବ୍ରାଜିଲୀୟ ସଶସ୍ତ୍ର ବଳ ପହଞ୍ଚତ୍ ସାରିଥିଲେ। ବିକ୍ଷୋଭକାରୀମାନେ କଂଗ୍ରେସ ଭବନ କାର୍ପେଟରେ ନିଆଁ ଲଗାଇବାକୁ ଉଦ୍ୟମ କଲାବେଳେ ସ୍ପିଙ୍କଲର ସିଷ୍ଟମ୍‌କୁ ଆକ୍ଟିଭେଟ୍‌ କରାଯିବାରୁ ଗୃହରେ ପାଣି ଭର୍ତ୍ତି ହୋଇଯାଇଥିଲା। ଦଙ୍ଗାକାରୀମାନେ ବିଲ୍ଡିଂରେ ଥିବା ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ଉପହାର ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ଭଙ୍ଗାରୁଜା କରୁଥିବା ଅନ୍ୟ ଭିଡିଓରୁ ଦେଖାଯାଇଛି। ବୋଲସୋନାରୋ ମଧ୍ୟ ତାଙ୍କ ସମର୍ଥକମାନଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ପ୍ରତିବାଦ ଗଣତନ୍ତ୍ରର ଅଂଶ ହୋଇଥିବାବେଳେ ସରକାରୀ ବିଲ୍ଡିଂରେ ଧସେଇ ପଶି ଭଙ୍ଗାରୁଜା କରିବା ନିୟମବିରୁଦ୍ଧ ବୋଲି ସେ ଟୁଇଟ୍‌ କରିଛନ୍ତି। ଗତବର୍ଷ ଅକ୍ଟୋବର ୩୦ରେ ବ୍ରାଜିଲ ନିର୍ବାଚନରେ ବୋଲସୋନାରୋଙ୍କୁ ହରାଇ ଲୁଲା ଡା ସିଲ୍‌ଭା କ୍ଷମତାକୁ ଆସିଥିଲେ। ତେବେ ବୋଲସୋନାରୋ ଓ ତାଙ୍କ ସମର୍ଥକମାନେ ପରାଜୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ବ୍ରାସିଲିଆରେ ରବିବାର ଘଟିଥିବା ବିଶୃଙ୍ଖଳିତ କାର୍ଯ୍ୟକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦେଶର ନେତାମାନେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?