ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାର ମଧ୍ୟରାତ୍ରିରେ ଆନନ୍ଦପୁର ରିଙ୍ଗ ରୋଡ଼ର ଏକ ବଡ଼ ଅଂଶ ଭାଙ୍ଗିଯିବା ଫଳରେ ବୈତରଣୀ ନଦୀର ପାଣି ହୁହୁ ହୋଇ ନିକଟସ୍ଥ ଅଞ୍ଚଳକୁ ପ୍ରବେଶ କରିଛି। ଏହାଫଳରେ ଶହ ଶହ ଲୋକ ଘରଛାଡ଼ା ହୋଇଥିବାବେଳେ ଜଣେ ଯୁବକ ନିଖୋଜ ହୋଇଛନ୍ତି।

ଉପରମୁଣ୍ଡରେ ଅବିରତ ବର୍ଷା ହେବାରୁ ଆନନ୍ଦପୁର ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଥିଲା। ଜଳସ୍ତର ବଢ଼ିବା ସହ ରିଙ୍ଗ ରୋଡ଼ ଉପରେ ଚାପ ବୃଦ୍ଧି ପାଇଥିଲା। ସୋମବାର ରାତି ପ୍ରାୟ ୨ଟା ସମୟରେ ରିଙ୍ଗ ରୋଡ଼ର ଏକ ସ୍ଥାନରେ ପ୍ରାୟ ୫୦ ଫୁଟ ଚଉଡ଼ା ଘାଇ ସୃଷ୍ଟି ହୋଇ ବନ୍ଧ ଭାଙ୍ଗିଯାଇଥିଲା। ସେତେବେଳେ ରାତି ହୋଇଥିବାରୁ କେହି ଏହା ଜାଣିପାରି ନ ଥିଲେ।

ଭୋର ପ୍ରାୟ ୩ଟା ସମୟରେ ଫକୀରପୁର ଗ୍ରାମର ସତ୍ୟ ମହାନ୍ତି (୬୦) ଓ ତାଙ୍କ ପୁଅ ସଦାଶିବ ମହାନ୍ତି (୪୨) କୌଣସି ଜରୁରୀ କାମରେ ବାହାରକୁ ଯାଉଥିଲେ। ସତ୍ୟ ମହାନ୍ତି ପିକ୍‌ଅପ୍ ଭ୍ୟାନ୍‌ରେ ଆଗରେ ଯାଉଥିବାବେଳେ ସଦାଶିବ ଇଟିକା ବୋଝେଇ ଗାଡ଼ିରେ ପଛରେ ଆସୁଥିଲେ। ଅନ୍ଧାର ଓ ପ୍ରବଳ ବର୍ଷା ଯୋଗୁ ରାସ୍ତା ଭାଙ୍ଗିଥିବା ଦେଖି ନ ପାରି ଉଭୟ ଗାଡ଼ି ସିଧାସଳଖ ପ୍ରାୟ ୫୦ ଫୁଟ ଗଭୀର ଘାଇରେ ପଡ଼ିଯାଇଥିଲା।

ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ପରିଶ୍ରମ ପରେ ସତ୍ୟ ମହାନ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ସଦାଶିବ ମହାନ୍ତିଙ୍କର କୌଣସି ସନ୍ଧାନ ମିଳିପାରିନାହିଁ।

ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ପୋଲିସ ଓ ଓଡ୍ରାଫ୍ ଟିମ୍‌ର ସହଯୋଗରେ ଇଟିକା ଗାଡ଼ିକୁ ଉଦ୍ଧାର କରାଯାଇଥିଲା। ପିକ୍‌ଅପ୍ ଭ୍ୟାନ୍‌ରେ ୩ରୁ ୪ଟି ମୃତ ଗୋରୁ ଥିବା ମଧ୍ୟ ଜଣାପଡ଼ିଛି।

ବନ୍ଧ ଭାଙ୍ଗିବା ପରେ ବନ୍ୟାଜଳ ଦ୍ରୁତ ଗତିରେ ବିଭିନ୍ନ ଅଞ୍ଚଳକୁ ପ୍ରବେଶ କରିଥିଲା। ଫଳରେ ଆନନ୍ଦପୁର ଓ ଆଖପାଖ ଅଞ୍ଚଳର ପ୍ରାୟ ୫୦ରୁ ୬୦ଟି ପରିବାରକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ନିକଟସ୍ଥ ସ୍କୁଲ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଘଟଣାସ୍ଥଳରେ ଉପଜିଲାପାଳ ନୀଳମାଧବ ସୁନା, ଏସ୍‌ଡିପିଓ କମଲ କୁମାର ପଣ୍ଡା, ଆନନ୍ଦପୁର ଥାନା ଅଧିକାରୀ ଫନୀନ୍ଦ୍ର ନାଏକ ଓ ଓଡ୍ରାଫ୍ ଟିମ୍ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ତଳମୁଣ୍ଡରେ ଥିବା ଯାଜପୁର ଓ ଭଦ୍ରକ ଜିଲା ପ୍ରଶାସନକୁ ସତର୍କ କରାଯାଇଛି। ଉପଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ସ୍ଥିତି ବର୍ତ୍ତମାନ ଆୟତ୍ତାଧୀନରେ ଅଛି। ଲୋକମାନେ ଗୁଜବରୁ ଦୂରେଇ ରହି ପ୍ରଶାସନକୁ ସହଯୋଗ କରନ୍ତୁ। କ୍ଷତିଗ୍ରସ୍ତମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଭାଙ୍ଗିଯାଇଥିବା ରିଙ୍ଗ ରୋଡ଼ର ମରାମତି କାମ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ।”

ରାତିରେ ହଠାତ୍ ବନ୍ୟାଜଳ ପ୍ରବେଶ କରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନେକ ଘରେ ପାଣି ପଶି ଆସବାବପତ୍ର ଓ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ନଷ୍ଟ ହୋଇଯାଇଛି। ବିସ୍ତୀର୍ଣ୍ଣ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ଅନ୍ୟପଟେ, ନିଖୋଜ ଯୁବକ ସଦାଶିବ ମହାନ୍ତିଙ୍କ ପରିବାରରେ ଶୋକ ଓ ଚିନ୍ତାର ଛାୟା ଖେଳିଯାଇଛି। ପ୍ରଶାସନ ପକ୍ଷରୁ ତାଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

 

 

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?