Advertisement

ଡାହାଣୀ ସନ୍ଦେହରେ ମହିଳାଙ୍କୁ କରିଥିଲେ ହତ୍ୟା: ୧୧ ଜଣଙ୍କୁ ଆଜୀବନ ଜେଲ୍‌

ସୁନ୍ଦରଗଡ,୨୮।୧୦(ଡିଏନଏ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। କୋର୍ଟ ମାମଲାର ବିଚାର କରି ଘଟଣାରେ ସମ୍ପୃକ୍ତ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତିି। ଏହାସହ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ମହିଳାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାଉରକେଲା ଏଡିଜେ-୧ କୋର୍ଟ ଶୁକ୍ରବାର ଏହି ଦଣ୍ଡବିଧାନ ଶୁଣାଇଛନ୍ତି।
୨୦୧୮ ମାର୍ଚ୍ଚ ୨ ତାରିଖ ହୋଲି ଅବସରରେ ୫୫ ବର୍ଷୀୟ ଯଶୋଦା ସିଂ ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ୩ ଜଣ ମହିଳାଙ୍କ ସହ ମୋଟ ୧୪ ଜଣ ଅଭିଯୁକ୍ତ ଖଣ୍ଡା, ବାଡି ପଥର ଓ ଇଟାରେ ମହିଳାଙ୍କୁ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏପରିକି ମହିଳାଙ୍କ ସ୍ବାମୀ ଫଗୁ ସିଂ ଓ ପୁଅ କମଳେଶଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବୀରମିତ୍ରପୁର ଥାନାରେ ୨୦୧୮ ମାର୍ଚ୍ଚ ୩ ତାରିଖରେ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମିମ ଅଖତର ଓ ରାଉରକେଲା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସ୍ବରୁପ ରଞ୍ଜନ ରଥ ଏହି ମାମଲାର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ...

ମହଙ୍ଗା ପଡିଲା ପ୍ରେମ

ଝାରସୁଗୁଡା ଅଫିସ/ଲଖନପୁର,୧୨।୧୨(ଡି.ଏନ.ଏ): ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଜଣେ ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରିବା ଯୁବକଙ୍କୁ ମହଙ୍ଗା ପଡିଛି। ପୋଲିସ ବେଙ୍ଗାଲୁରୁରୁ ଗିରଫ କରି ଗୁରୁବାର...

ଡାକ୍ତରଖାନା ପଛପଟ ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟାର ମୃତଦେହ

ବରଗଡ଼ ଅଫିସ,୨୯।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନା ପଛପଟେ ରହିଥିବା ଟୁକୁର୍ଲ୍ଲା ପୋଖରୀରେ ଶୁକ୍ରବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା...

‘ଅଗ୍ନି-୨’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୭।୧୧-ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍‌ ପକ୍ଷରୁ ଭଦ୍ରକ ଜିଲାସ୍ଥିତ ଅବଦୁଲ କଲାମ ଦ୍ୱୀପର ୪ ନଂ. ଲଞ୍ଚପ୍ୟାଡ୍‌ରୁ ଶନିବାର ସନ୍ଧ୍ୟା ସାଢ଼େ ୭ଟା...

ସହଯୋଗ ମାଗିଲେ ଦିଲୀରେ ଅଟକି ରହିଥିବା ଶ୍ରମିକ

ସମ୍ବଲପୁର,୨୮।୩ (ବ୍ୟୁରୋ)- ସମ୍ବଲପୁର ଜିଲା ମେଘପାଳ ଗ୍ରାମଞ୍ଚାତୟର ୩୦ ଶ୍ରମିକ ଦିଲୀରେ ଫସି ରହିଛନ୍ତି । ଉଦ୍ଧାର ଲାଗି ସେମାନେ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ...

ପରିବାରକୁ ସହାୟ ହେବାରେ ଆତ୍ମତୃପ୍ତି ନିଆରା

ଭଦ୍ରକ ଅଫିସ,୧୯।୭- ଦାରିଦ୍ର୍ୟ ଓ ଅସହାୟତା ଆଗରେ ହାର୍‌ ନ ମାନି ମନୋବଳକୁ ଦୃଢ କରି ଏକ ଚା’ ଦୋକାନ କରି ପରିବାର ସମ୍ଭାଳୁଛନ୍ତି ଶୁଭାରାଣୀ।...

ଖୋର୍ଦ୍ଧାରେ ୩ ନୂଆ ପଜିଟିଭ୍‌ ଚିହ୍ନଟ: ଜିଲାରେ ୫୯ ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

ଖୋର୍ଦ୍ଧା ଅଫିସ,୧୭।୫: ଖୋର୍ଦ୍ଧା ଜିଲାରେ ରବିବାର ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୯ ହୋଇଛି। ତେବେ ନୂଆ...

ରାସ୍ତା ଉପରେ ପଥର ଗଦା, ଯାତାୟାତରେ ସମସ୍ୟା

ଗଣିଆ,୨୮ା୭(ଡି.ଏନ.ଏ.): ଗଣିଆ-ବଡମୂଳ ପୂର୍ତ୍ତ ବିଭାଗ ରାସ୍ତାର ମଣିଭଦ୍ରାଠାରେ ରାସ୍ତା ଉପରେ ପଥର ଗଦା ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି ା ଏଥିସହ ରାସ୍ତାରେ ପଟୁମାଟି ପଡିରହିଥିବାରୁ...

Advertisement
Archives

Model This Week