Advertisement
Posted inଜାତୀୟ

ଶନିବାର ହେବ ବିଶ୍ୱର ସବୁଠୁ ଉଚ୍ଚ ଶିବ ପ୍ରତିମୂର୍ତ୍ତିର ଉନ୍ମୋଚନ

ଜୟପୁର,୨୮।୧୦: ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତିର ନିର୍ମାଣ ଶେଷ ହୋଇଛି। ରାଜସ୍ଥାନର ରାଜସମାନ ଜିଲାର ନାଥଦ୍ୱାରରେ ନିର୍ମିତ ଏହି ପ୍ରତିମାର ଉନ୍ମାଚନ ସମାରୋହ ଶନିବାରଠାରୁ ଆରମ୍ଭ ହେବ। ଏହା ନଭେମ୍ବର ୬ ଯାଏ ଚାଲିବ ବୋଲି ଜଣାପଡ଼ିଛି।

ନାଥଦ୍ୱାରରେ ଗଣେଶ ଟେକ୍ରି ଉପରେ ଥିବା ପାହାଡ ଉପରେ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଇଛି। ଏଥିରେ ଭଗବାନ ଶିବ ଧ୍ୟାନ ମୁଦ୍ରାରେ ବସିଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ୩୬୯ ମିଟର ହୋଇଥିବା ବେଳେ ଏହାର ନାମ ‘ବିଶ୍ୱାସ ସ୍ବରୂପମ୍‌’ ଦିଆଯାଇଛି। ଏହାକୁ ନିର୍ମାଣ କରିବା ଲାଗି ୧୦ ବର୍ଷ ସମୟ ଲାଗିଛି। ବିଶ୍ୱର ଶ୍ରେଷ୍ଠ-୫ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟରେ ଏହା ସ୍ଥାନ ପାଇଛି। ସନ୍ଥ କୃପା ସନାତନ ସଂସ୍ଥାନ ଏହାକୁ ପ୍ରସ୍ତୁତ କରିଛନ୍ତି। ତେବେ ରାତିରେ ଏହି ପ୍ରତିମୂର୍ତ୍ତିକୁ ସ୍ପଷ୍ଟ ଭାବେ ଦେଖିବା ଲାଗି ସ୍ବତନ୍ତ୍ର ଆଲୋକର ବ୍ୟବସ୍ଥା କରାଯାଇଛି।

ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ୍‌ ହୋଇଥିବାରୁ ଏହା ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତି ହେବାକୁ ଯାଉଛି। ତେବେ ଏହା ପଛର କାହାଣୀ ମଧ୍ୟ ରୋମାଞ୍ଚକର। ୨୦୧୨ରେ ଏହି ପ୍ରତିମୂର୍ତ୍ତିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା, ସେତେବେଳେ ଏହାର ଉଚ୍ଚତା ୨୫୧ ମିଟର ରଖିବାକୁ ଯୋଜନା କରାଯାଇଥିଲା। ହେଲେ ନିର୍ମାଣ ସମୟରେ ଏହାର ଉଚ୍ଚତା ୩୫୧ ମିଟରରେ ପହଞ୍ଚିଥିଲା। ପରେ ଶିବଙ୍କ ଜଟାରେ ଗଙ୍ଗାଙ୍କ ଜଳଧାରା ରଖିବାକୁ ଯୋଜନା କରାଯାଇଥିଲା, ଫଳରେ ଏହାର ଉଚ୍ଚତା ୩୬୯ ମିଟରରେ ପହଞ୍ଚିିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାଲକିଲ୍ଲା ହିଂସା ପଛରେ ଭାଜପା: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୩ : ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିବେଳେ ଘଟିଥିବା ଲାଲକିଲ୍ଲା ହିଂସା ପାଇଁ ଭାଜପା କର୍ମୀଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।...

କର୍ମଚାରୀଙ୍କୁ ଦରମା ଦେବାକୁ କେନ୍ଦ୍ରକୁ ୫ ହଜାର କୋଟି ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ୫ ହଜାର କୋଟିର ସହାୟତା ମାଗିଛନ୍ତି। ଏସମ୍ପର୍କରେ...

ଚିଦାମ୍ବରମ୍‌ଙ୍କୁ ଶହେ ଘଣ୍ଟାରେ ସିବିଆଇ ପଚାରିଲା ୪ଶହ ୫୦ ପ୍ରଶ୍ନ

ନୂଆଦିଲ୍ଲୀ,୯।୯: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପାଇଁ ଚାର୍ଜଶିଟ୍‌ ପ୍ରସ୍ତୁତ କରୁଛି ସିବିଆଇ। ଏନେଇ ଶହେ ଘଣ୍ଟାରେ ଚିଦାମ୍ବରମ୍‌ଙ୍କୁ ୪ ଶହ...

ଗ୍ୟାସ୍‌ ଲିକ୍‌: ୨ ଅଫିସର ମୃତ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ

ପ୍ରୟାଗରାଜ,୨୩।୧୨: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଫୁଲପୁର ଇଫ୍‌କୋ କାରଖାନାରୁ ଗ୍ୟାସ୍‌ ଲିକ୍‌ ଘଟଣାରେ ୨ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୧।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଦୀପାବଳି ଉପହାର ସ୍ବରୂପ ମହଙ୍ଗା ଭତ୍ତା ୩ ପ୍ରତିଶତ...

ଲୋକଙ୍କୁ ଭ୍ରମରେ ପକାଉଛନ୍ତି କେନ୍ଦ୍ର ସରକାର; ଶରଦ ପାୱାର

ନୂଆଦିଲ୍ଲୀ,୧୬ ।୮: ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ଓବିସି ସଂରକ୍ଷଣକୁ ନେଇ ସେ କେନ୍ଦ୍ର...

ରାହୁଲ-ରାଜ୍ୟପାଳ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୪ା୮: ଜମ୍ମୁ-କଶ୍ମୀର ଗସ୍ତ କରିବାକୁ ଚାହୁଁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାକ୍‌ଯୁଦ୍ଧ ଜୋରଧରିବାରେ ଲାଗିଛି। ଜମ୍ମୁ-କଶ୍ମୀରରେ ଲୋକେ ମରୁଥିବାବେଳେ...

ନ୍ୟାୟପାଳିକାକୁ ସାହାଯ୍ୟ କରୁନି ସିବିଆଇ

ନୂଆଦିଲ୍ଲୀ,୭ା୮: ବିଚାରପତିମାନଙ୍କୁ ବ୍ୟକ୍ତିଗତ ଭାବେ ଧମକ ଦିଆଯାଉଛି, ହ୍ବାଟ୍ସଆପ୍‌ ତଥା ଫେସ୍‌ବୁକ୍‌ରେ ମଧ୍ୟ ଦୁର୍ବ୍ୟବହାରପୂର୍ଣ୍ଣ ମେସେଜ୍‌ ପଠାଯାଉଛି। କିନ୍ତୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଗୋଇନ୍ଦା...

Advertisement
Archives

Model This Week