Posted inଖେଳ

ଆମେରିକା ଅଲିମ୍ପିକ୍ସ ଟିମ୍‌ରୁ ରିଚାର୍ଡସନ ବାଦ୍‌

ଓ୍ବାଶିଂଟନ,୮।୭(ଏପି): ବାସନ୍ଦ ହୋଇଥିବା ତାରକା ଧାବିକା ଶା’କେରୀ ରିଚାର୍ଡଶନ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡ ଅଲିମ୍ପିକ ଟିମ୍‌ରୁ ବାଦ୍‌ ପଡିଛନ୍ତି। ଫଳରେ ସେ ଟୋକିଓ ଅଲିମ୍ପିକ୍ସରେ ଆମେରିକା ରିଲେ ଦଳରୁ ପ୍ରତିନିଧିତ୍ୱ ନ କରିବା ସ୍ପଷ୍ଟ ହୋଇଛି। ସେ ମଧ୍ୟ ୧୦୦ ମିଟର ବ୍ୟକ୍ତିଗତ ରେସ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ। ନିଷିଦ୍ଧ ମାରିଜୁଆନା କାରଣରୁ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ସେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଡୋପିଂ କାରଣରୁ ସେ ୟୁଗେନ, ଓରେଗନରେ ଗତମାସରେ ଅନୁଷ୍ଠିତ ଟ୍ରାଏଲରେ ଅଂଶଗ୍ରହଣ କରିପାରି ନ ଥିଲେ। ଫଳରେ ସେ ୧୦୦ ମିଟର ଦୌଡ ଇଭେଣ୍ଟରୁ ମଧ୍ୟ ବଞ୍ଚିତ ହେବେ।
ତାଙ୍କୁ ୩୦ ଦିନ ପାଇଁ ବାସନ୍ଦ କରାଯାଇଥିଲା। ତେବେ ଏହି ବାସନ୍ଦ ଅବଧି ରିଲେ ରେସ୍‌ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୫ ତାରିଖରେ ଶେଷ ହେବାର ଥିଲା। ସେ ମଧ୍ୟ ରିଲେ ରେସ୍‌ରେ ଅଂଶଗ୍ରହଣ କରିବାରେ କୌଣସି ସମସ୍ୟା ନ ଥିଲା। କିନ୍ତୁ ସେ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡର ୧୩୦ ଜଣିଆ ରୋଷ୍ଟର ତାଲିକାରୁ ବାଦ୍‌ ପଡିଛନ୍ତି। ଫଳରେ ୨୧ ବର୍ଷୀୟା ରିଚାର୍ଡସନ ରିଲେ ରେସ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ। ସେ ଅଲିମ୍ପିକ୍ସରେ ୧୦୦ ମିଟର ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ସେ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବା ନିଶ୍ଚିତ ହୋଇଛି। ଏହି ସ୍ଥିତି ପାଇଁ ରିଚାର୍ଡସନଙ୍କ ପାଇଁ ଆମେରିକା ଟ୍ରାକ୍‌ ଆଣ୍ଡ ଫିଲ୍ଡ ତରଫରୁ ସମବେଦନା ଜଣାଯାଇଛି। ମାରିଜୁଆନା ନେଇ ଥିବା ନିୟମର ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ତେବେ ଦଳ ଚୟନ ନେଇ ଆମେ ନିରପେକ୍ଷତା ଅବଲମ୍ବନ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛୁ ବୋଲି ଟ୍ରାକ୍‌ ଆଣ୍ଡ ଫିଲ୍ଡ ଟିମ୍‌ ତରଫରୁ କୁହାଯାଇଛି। ରିଲେ ରେସ୍‌ ପାଇଁ ବାକିଥିବା ସ୍ଥାନଗୁଡିକରେ ଷଷ୍ଠ ଓ ସପ୍ତମ ସ୍ଥାନ ଅଧିକାର କରିଥିତ୍ବା ଆଥ୍‌ଲେଟଙ୍କୁ ସ୍ଥାନ ମିଳିବ।
ଉଲ୍ଲେଖଥାଉ କି, ଜୁନ୍‌ ୧୯ ତାରିଖରେ ରିଚାର୍ଡସନ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ମା’ଙ୍କ ଦେହାନ୍ତ ଓ ଟ୍ରାଏଲର ପ୍ରସ୍ତୁତି ପାଇଁ ସେ ପ୍ରବଳ ଚାପର ସମ୍ମୁଖୀନ ହୋଇଥିଲେ। ଫଳରେ ସେ ଡ୍ରଗ୍ସର ସହାୟତା ନେଇଥିଲେ। ଏହା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରତିଯୋଗିତା ଠିକ୍‌ ପୂର୍ବରୁ ମାରିଜୁଆନା ବ୍ୟବହାର କରିଥିଲେ ଦଣ୍ଡ ସାମାନ୍ୟ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ୨ ବର୍ଷ ବଦଳରେ ୩୦ ଦିନ ପାଇଁ ରିଚାର୍ଡସନଙ୍କୁ ବାସନ୍ଦ କରାଯାଇଥିଲା। ରାଷ୍ଟ୍ରପତି ଜୋ ଓ୍ବାଇଡେନ ମଧ୍ୟ ଏ ନେଇ ନିଜର ମତ ରଖିଛନ୍ତି। ମାରିଜୁଆନା ନିୟମ ନେଇ ବାଦବିବାଦ ଚାଲିଥିବା ବେଳେ ରିଚାର୍ଡସନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ନିୟମକୁ ମାନିବା ଉପରେ ଆମେରିକା ନିଶା ନିବାରଣ ସଂସ୍ଥା ଅଧିକ ଗୁରୁତ୍ୱ ଦେଇଛି। ଓ୍ବାଇଡେନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଯାହା ହେଉନା କାହିଁକି ରିଚାର୍ଡସନ ଅଲିମ୍ପିକ ଦଳରୁ ବାଦ୍‌ ପଡିବା ଘଟଣାକୁ କ୍ରୀଡ଼ାପ୍ରେମୀ ସହଜରେ ହଜମ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri