କେନିଆ ଜୀବାଶ୍ମ ବିଜ୍ଞାନୀ ରିଚାର୍ଡ ଲିକିଙ୍କ ପରଲୋକ

ନାଇରୋବି, ୪ା୧: ସାରା ବିଶ୍ୱରେ ପରିଚିତ କେନିଆର ଜୀବାଶ୍ମ ବିଜ୍ଞାନୀ ତଥା ସଂରକ୍ଷଣବାଦୀ ରିଚାର୍ଡ ଲିକିଙ୍କର ପରଲୋକ ହୋଇଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଏ ନେଇ କେନିଆ ରାଷ୍ଟ୍ରପତି ଉହୁରୁ କେନ୍ୟାଟ୍ଟା ରବିବାର ସୂଚନା ଦେଇଛନ୍ତି। ସେ ଚର୍ମ କ୍ୟାନ୍‌ସର, କିଡ୍‌ନୀ ଏବଂ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ଓ୍ବାଇଲ୍ଡ ଲାଇଫ୍‌ ଡିରେକ୍ଟ ସଂରକ୍ଷଣ ଗ୍ରୁପ୍‌ର ପ୍ରତିଷ୍ଠାତା ରିଚାର୍ଡଙ୍କ ମୃତ୍ୟୁରେ ଉକ୍ତ ଗ୍ରୁପ୍‌ର ସିଇଓ ଶୋକ ବ୍ୟକ୍ତ କରିଛନ୍ତି। ରିଚାର୍ଡ ଜୀବାଶ୍ମ ବିଜ୍ଞାନୀ ଲୁଇସ୍‌ ଏବଂ ମ୍ୟାରୀ ଲିକିଙ୍କ ପୁଅ। ଦୀର୍ଘ ବର୍ଷ ଧରି ସେ କେନିଆ ଜାତୀୟ ସଂଗ୍ରହାଳୟର ନିର୍ଦ୍ଦେଶକ ରହିବା ସହ ୨ ଥର କେନିଆ ଓ୍ବାଇଲ୍ଡ ଲାଇଫ୍‌ ସର୍ଭିସ୍‌ ବୋର୍ଡର ଅଧ୍ୟକ୍ଷ ରହିଥିଲେ। ଆଫ୍ରିକୀୟ ହାତୀ ସଂଖ୍ୟା ହ୍ରାସକୁ ରୋକିବା ପାଇଁ ସେ ବେଆଇନ ଭାବେ ହେଉଥିବା ହାତୀ ଦାନ୍ତ କାରବାର ବିରୋଧୀ ଅଭିଯାନର ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସିଥିଲେ। ୧୯୮୯ରେ ସେ ୧୨ ଟନ୍‌ ହାତୀ ଦାନ୍ତକୁ ଜାଳି ରାତାରାତି ବିପୁଳ ପରିଚିତି ହାସଲ କରିଥିଲେ। ଥରେ ହାତୀଠାରୁ ଦାନ୍ତ ଅଲଗା ହେବା ପରେ ଏହା ମୂଲ୍ୟହୀନ ହୋଇଥାଏ ବୋଲି ସେ ବାର୍ତ୍ତା ଦେଇଥିଲେ। ମୃତ୍ୟୁବେଳକୁ ସେ ଆମେରିକାର ଷ୍ଟୋନି ବ୍ରୁକ୍‌ ୟୁନିଭର୍ସିଟିରେ ତୁର୍କାନା ବେସିନ୍‌ ଇନଷ୍ଟିଚ୍ୟୁଟ୍‌ର ଚେୟାରମ୍ୟାନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଏମିତି ଦୃଶ୍ୟ ଦେଖି ଭୟରେ ଥରି ଉଠିଥିଲେ ମହିଳା, ଯାଞ୍ଚ୍‌ ପରେ ଜଣାପଡ଼ିଲା ସତ

ଓ୍ବାଶିଂଟନ,୨୬ା୧୧: ଆମେରିକାର ଫ୍ଲୋରିଡା ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ଜଣେ ମହିଳା ଏମିତି ଏକ ଜିନିଷ ଦେଖି ଭୟରେ ଥରି ଉଠିଥିଲେ। ସଙ୍ଗେ ସଙ୍ଗେ ମହିଳା...

ପୁଣି କରୋନା ଆତଙ୍କ, ୪ ଲକ୍ଷ ଲୋକ ଘରେ ବନ୍ଦ…

ବେଜିଂ,୨୬।୧୦: ଚାଇନାର ବିଭିନ୍ନ ସହରକୁ ପୁଣି ଥରେ କରୋନା ଫେରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାଇନାର ଲାଝୁଂ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

‘ଚୋରଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ପକାଇବା ଭଲ’

ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଚୋରମାନଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ...

ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌...

ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ମସ୍କୋ/କ୍ୱିଭ୍‌, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୮ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା ଯୋଜନା...

ଚାଇନାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ…

ବେଜିଂ,୧୭।୧୨ : ଚାଇନାରେ କରୋନା ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ୨କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜଧାନୀ ବେଜିଂରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରୁ...

ତୁର୍କୀ-ସିରିଆରେ ହଜାର ହଜାର ଜୀବନରେ ଲାଗିଲା ବିରାମ, ମୃତକଙ୍କ ସଂଖ୍ୟା ୧୫୦୦୦ ଟପିଲା

ଅଙ୍କାରା,୯ ।୨: ତୁର୍କୀ ଓ ସିରିଆରେ ୬ ଫେବୃୟାରୀରେ ଆସିଥିବା ବିନାଶକାରୀ ଭୂକମ୍ପ ଫଳରେ ହଜାର ହଜାର ଜୀବନରେ ବିରାମ ଲାଗିଛି । ଏବେ କେବଳ...

ସମୁଦ୍ର କୂଳରେ ଭାସୁଛି ୩୦ ମୃତଦେହ

ରୋମ,୨୬ା୨: ଇଟାଲୀର କାଲାବ୍ରିୟାର ଦକ୍ଷିଣ ଉପକୂଳରେ ଏକ  ବଡ଼ଧରଣର ଅଘଟଣ ଘଟିଛି। ରବିବାର ଦକ୍ଷିଣ ଇଟାଲୀର ସମୁଦ୍ର କୂଳରେ ୩୦ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାକୁ...

Advertisement
Archives

Model This Week