Posted inଖେଳ

ଶର୍ଟଲିଷ୍ଟରେ ରିଚା ଏକମାତ୍ର ଭାରତୀୟ

ଦୁବାଇ, ୨୬ା୨: ଓମେନ୍ସ ଟି୨୦ ଓ୍ବାଲର୍‌ଡ କପ୍‌ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପାଇଁ ଶର୍ଟଲିଷ୍ଟରେ ସ୍ଥାନ ପାଇଥିବା ୯ଜଣ ଖେଳାଳିଙ୍କ ମଧ୍ୟରେ ରିଚା ଘୋଷ ହେଉଛନ୍ତି ଏକମାତ୍ର ଭାରତୀୟ। ଗୁରୁବାର କେପ୍‌ଟାଉନ୍‌ଠାରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆଠାରୁ ୫ ରନରେ ପରାଜିତ ହୋଇ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା। ଦକ୍ଷିଣ ଆଫ୍ରିକାରେ ଏହି ୧୯ବର୍ଷୀୟା ଖେଳାଳି ଫିନିଶର ଭୂମିକା ନିର୍ବାହ କରିଥିଲେ। ଟୁର୍ନାମେଣ୍ଟରେ ସେ ଦୁଇଥର ୪୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ତାଙ୍କର ଇଂଲଣ୍ଡ ବିପକ୍ଷରେ ଅପରାଜିତ ୪୭ ରନ ଅନ୍ୟତମ। ତାଙ୍କର ଏହି ଇନିଂସ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ଟୁର୍ନାମେଣ୍ଟରେ ରିଚା ଖେଳିଥିବା ୫ଟି ଇନିଂସ ମଧ୍ୟରୁ ଦୁଇଥର ଆଉଟ ହୋଇଥିଲେ। ଏହି ଆକ୍ରମଣାତ୍ମକ ଖେଳାଳିଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୩୦ରୁ ଅଧିକ ରହିଥିଲା। ଓଭରଅଲ୍‌ ସେ ୬୮ ଆଭରେଜରେ ୧୬୮ରନ ସଂଗ୍ରହ କରିଥିଲେ। ସେ ଚମତ୍କାର ଉଇକେଟ କିପିଂ ମଧ୍ୟ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶର୍ଟଲିଷ୍ଟରେ ଅଷ୍ଟ୍ରେଲିଆ ଦଳର ସର୍ବାଧିକ ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାର ୨ଜଣ ଲେଖାଏ ଏବଂ ଭାରତ ଓ ଓ୍ବେଷ୍ଟଇଣ୍ଡିଜର ଜଣେ ଲେଖାଏ ଖେଳାଳି ଏଥିରେ ରହିଛନ୍ତି। ତାଲିକାରେ ସ୍ଥାନ ପାଇଁ ଅଷ୍ଟ୍ରେଲୀୟ ଖେଳାଳିମାନେ ହେଲେ ମେଗ୍‌ ଲାନିଂ ( ୬୯.୫୦ ଆଭରେଜରେ ୧୩୯ରନ), ଉଇକେଟକିପର ବ୍ୟାଟର ଏଲିସା ହିଲି (୫୭ ଆଭରେଜରେ ୧୭୧ ରନ) ଏବଂ ଅଲରାଉଣ୍ଡର ଆଶ୍‌ ଗାର୍ଡନର (୮୧ରନ ଓ ୯ ଉଇକେଟ)। ସେହିପରି ଇଂଲଣ୍ଡରୁ ଅଲ୍‌ରାଉଣ୍ଡର ନାଟ୍‌ ସ୍କିଭର-ବ୍ରଣ୍ଟ (୭୨ ଆଭରେଜରେ ୨୧୬ ରନ) ଏବଂ ସ୍ପିନର ସୋଫି ଏକ୍ଲେଷ୍ଟୋନ୍‌, ଯିଏକି ୪.୧୫ ଆଭରେଜରେ ୧୧ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲାଉରା ଓଲ୍‌ଭାଡର୍ଟ ଓ ତାଜ୍‌ମିନ୍‌ ବ୍ରିଟ୍ସଙ୍କୁ ଶର୍ଟଲିଷ୍ଟରେ ସ୍ଥାନ ମିଳିଛି। ଓ୍ବେଷ୍ଟଇଣ୍ଡିଜ ଅଧିନାୟିକା ହେଲି ମାଥ୍ୟୁସ ମଧ୍ୟ ଏହି ତାଲିକାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?