ଭଲ କାମ କଲେ ପୁରସ୍କାର, ଖରାପରେ ଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୬।୨: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ବେସରକାରୀ ଭଳି ଏଣିକି ସରକାରୀ ବିଦ୍ୟାଳୟରେ ନୋଟ୍‌ ସିଟ୍‌ ଦିଆଯିବା ବ୍ୟବସ୍ଥା ହେବ। ପିଲାମାନଙ୍କୁ ଦିଆଯାଉଥିବା ଡ୍ରେସ ଓ ସାଇକେଲ ବାବଦରେ ଅଧିକ ଅର୍ଥ ବରାଦ କରାଯାଉଛି। ଶନିବାର ଯଁକୋଟିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ଏହା କହିଛନ୍ତି । ବିଦ୍ୟାଳୟ ନିକଟ ଏକ ବିଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ କହିଥିଲେ, ବିଦ୍ୟାଳୟ ରୂପାନ୍ତରୀକରଣ ଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଅଭିଭାବକମାନଙ୍କ ଆକର୍ଷଣ ବଢୁଛି। କେବଳ ଭିତ୍ତିଭୂମି ନୁହେଁ ଗୁଣାତ୍ମକ ଶିକ୍ଷାଦାନ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଯେଉଁ ଶିକ୍ଷୟିତ୍ରୀ, ଶିକ୍ଷକ, ବିଇଓ ଆଦି ଭଲ କାମ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ। ଆଉ ଯେଉଁମାନେ ଖରାପ କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି କହିଥିଲେ। ବିଦ୍ୟାଳୟ ହୀରକ ଉତ୍ସବ କମିଟି ସଭାପତି ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଚଳିତ ବଜେଟ ଲୋକାଭିମୁଖୀ ବଜେଟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପି ଡ. ରାଜଶ୍ରୀ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଯଁକୋଟି ସରପଞ୍ଚ ମମତା ତାରେଣିଆଁ, ପଟସରା ସରପଞ୍ଚ ପ୍ରମୁଖ କୁମାର ରାଉତ ଓ ଯଁକୋଟି ସମିତି ସଭ୍ୟ ସନ୍ତୋଷ କୁମାର ପରିଜା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ହୀରକ ଜୟନ୍ତୀ ଉତ୍ସବ ସମ୍ପାଦକ ପ୍ରଶାନ୍ତ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା।
ଅତିଥିଙ୍କ ବିଳମ୍ବ ଯୋଗୁ ଅସନ୍ତୋଷ
ପୂର୍ବାହ୍ନ ୧୧ଟାରୁ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିମନ୍ତ୍ରଣ କାର୍ଡରେ ଉଲ୍ଲେଖ ଥିଲା। ଏନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅବସରପ୍ରାପ୍ତ ବୟସ୍କ ଶିକ୍ଷକମାନେ ସଭା ସ୍ଥଳରେ ପହଞ୍ଚତ୍ଥିଲେ। କିନ୍ତୁ ମୁଖ୍ୟଅତିଥିଙ୍କ ସମେତ ଏମ୍‌ପି, ବିଧାୟକ ପ୍ରମୁଖ ୨ ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିଲେ। ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସକାଳୁ ଅପେକ୍ଷାରେ ଥିବା ଛାତ୍ରୀଛାତ୍ର ଓ ସମ୍ବର୍ଦ୍ଧିତ ହେବାକୁ ଥିବା ଅବସରପ୍ରାପ୍ତ ବୟସ୍କ ଶିକ୍ଷକମାନେ ନିରାଶ ଅନୁଭବ କରିଥିଲେ। କେବଳ ଏତିକି ନୁହେଁ ବିଦ୍ୟାଳୟ ନିକଟ ବିଲରେ ମଞ୍ଚ ହୋଇଥିବାରୁ ପ୍ରବଳ ଖରାରେ ଏତେ ସମୟ ଅପେକ୍ଷା କରିବା ଅନେକଙ୍କୁ କଷ୍ଟ ଦେଇଥିଲା। ଗରମ ସହି ନ ପାରି ଅଧିକାଂଶ ପିଲା ବିଦ୍ୟାଳୟକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri