ଜମିରେ ପଚୁଛି ଧାନ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୯ା୯: ରାଜୁଆ ଓ ଦୟା ନଦୀରେ ବନ୍ୟା ଯୋଗୁ ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ବ୍ଲକ ଅଞ୍ଚଳରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ୪୦ଗ୍ରାମ ପାଣିଘେରରେ ରହିଥିଲା। ଏହି ଅଞ୍ଚଳଗୁଡ଼ିକ ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରିବାରେ ଲାଗିଛି। ପାଣି ଖସିଯିବା ପରେ ଜମିରେ ଧାନ ପଚି ଶଢୁଥିବା ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ଏହି ୬ବ୍ଲକରେ ୭୬୯୪ହେକ୍ଟର ଚାଷଜମି କ୍ଷତି ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବନ୍ୟାଜଳ ଛାଡିବା ପରେ ଚାଷୀମାନେ ଧାନ ବିଲକୁ ଦେଖି ମୁଣ୍ଡରେ ହାତଦେଇ ବସିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ତୁରନ୍ତ କ୍ଷତିପୂରଣ ଦେବା ଲାଗି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
କୃଷି ଅଧିକାରୀ ଭାସ୍କର ବାରିକଙ୍କ କହିବା ଅନୁଯାୟୀ, ପ୍ରଥମେ ଅଦିନିଆ ବର୍ଷା, ଅଗଷ୍ଟ ମାସରେ ଲଘୁଚାପ ଜନିତ ବର୍ଷା ପରେ ବନ୍ୟା ପରିସ୍ଥିତି ଯୋଗୁ ଜିଲାର ୬ଟି ବ୍ଲକର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଚଳିତ ଖରିଫ ଚାଷରେ ୧ଲକ୍ଷ ୨୦ହଜାର ୧୫୦ହେକ୍ଟର ଚାଷଜମିରେ ଧାନ ଓ ଅଣଧାନ ଚାଷ ଲକ୍ଷ୍ୟ ରଖାଯାଇଛି। ସେଥିରୁ ୧ଲକ୍ଷ ୬୦ହଜାର ୫୦ହେକ୍ଟର ଚାଷଜମିର ଧାନ ଏବଂ ୧୪ହଜାର ଶହେ ହେକ୍ଟର ଚାଷଜମିରେ ପନିପରିବା ଚାଷ ରହିଛି। ଅଗଷ୍ଟ ୨୦ସୁଦ୍ଧା ୧ଲକ୍ଷ ୨ହଜାର ୩୭୯ ହେକ୍ଟର ଚାଷଜମିରେ ଧାନ ଏବଂ ୧୦ହଜାର ୮୪୬ହେକ୍ଟର ଜମିରେ ପନିପରିବା ମୋଟ ୧ଲକ୍ଷ ୧୩ହଜାର୨୨୫ ହେକ୍ଟର ଜମିରେ ଧାନ ଏବଂ ଅଣଧାନ ଚାଷ କାର୍ଯ୍ୟ ସରିଛି। ୯୫ପ୍ରତିଶତ କାର୍ଯ୍ୟ ସରିଛି। ବନ୍ୟାପାଣି ଦ୍ୱାରା ଧାନ ଫସଲ ପ୍ରଭାବିତ ହୋଇଥିବା ନଜରକୁ ଆସିଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି, ବନ୍ୟା ଯୋଗୁ ଜିଲାର ୬ବ୍ଲକର ୩୯ଗ୍ରାମ ପ୍ରଭାବିତ ହୋଇଛି। ୭୬୯୪ହେକ୍ଟର ଚାଷଜମିରେ କ୍ଷତି ଘଟିଛି। ସେଥିରୁ ବାଲିପାଟଣା ବ୍ଲକ ୨୬୮୦, ଖୋର୍ଦ୍ଧା ବ୍ଲକ ୨୨୮୦, ବେଗୁନିଆ ୧୩୪୯, ଜଟଣୀ ୮୭୫, ଭୁବନେଶ୍ୱର ବ୍ଲକ ୩୧୦ ଏବଂ ବାଲିଅନ୍ତା ବ୍ଲକର ୨ଶହ ହେକ୍ଟର ଚାଷଜମି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri