ଲାଞ୍ଚ ନେବାବେଳେ ଧରାପଡିଲେ RI, ARI: ୨ ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ଗ୍ରାମ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଆଦିତ୍ୟ ସେନାପତି ଏବଂ ଉପ ରାଜସ୍ବ ନୀରିକ୍ଷକ(ARI) ଟୁଟୁ ସେଠୀ ପୋଡ଼ାମାରି ଗ୍ରାମର ମନୋରଞ୍ଜନ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି।

ସୋମବାର ଅପରାହ୍ନ ପ୍ରାୟ ୫ ଟା ବେଳେ ଉଭୟେ ମନୋରଞ୍ଜନଙ୍କ ଘରବାରି ପଟ୍ଟା କରିଦେବୁ କହି ତାଙ୍କ ଠାରୁ ଟଙ୍କା ନେଉଥିବା ବେଳେ ସେମାନଙ୍କ ନିକଟରୁ ରାସାୟନିକ ଲେପ ବୋଳା ୫ ହଜାର ଟଙ୍କା ଭିଜିଲାନ୍ସ ଅଧିକାରୀ ମାନେ ଜବତ କରିଥିବା ଜଣାପଡିଛି। ଭିଜିଲାନ୍ସ ଟିମ୍ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଖାନ ତଲାସ କରି କିଛି ନଥିପତ୍ର ଜବତ କରିଛନ୍ତି। ଉଭୟଙ୍କୁ ଅଧିକା ପଚରା ଉଚୁରା ପାଇଁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର କାର୍ଯ୍ୟାଳୟକୁ ଉଠାଇ ନେଇଥିବା ଖବର ମିଳିଛି ।

ମନୋରଞ୍ଜନ ନିଜର ଘରବାରି ପଟ୍ଟା ପାଇଁ ଦୀର୍ଘଦିନ ହେଲା ଆବେଦନ କରିଥିବା ବେଳେ ତାଙ୍କୁ ଅଯଥାରେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଥିଲା। ପରେ ରାଜସ୍ବ ନିରୀକ୍ଷକ ଏବଂ ଉପ ନୀରିକ୍ଷକ ତାଙ୍କୁ ପଟ୍ଟା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ମନୋରଞ୍ଜନ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଅଧିକ୍ଷକ ସମସ୍ତ ଅଭିଯୋଗ ଶୁଣିବାପରେ ତାଙ୍କୁ ରାସାୟନିକ ଲେପ ଲଗାଯାଇଥିବା ୫ ହଜାର ଟଙ୍କା ପ୍ରଦାନ କରିବା ସହ ତାହା ନିର୍ଦ୍ଧାରିତ ସମୟ ରେ ରାଜସ୍ବ ନିରୀକ୍ଷକଙ୍କୁ ପ୍ରଦାନ କରିବାକୁ କହିଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ପରାମର୍ଶ କ୍ରମେ ସେ ଟଙ୍କା ଦେଉଥିବା ବେଳେ ପୂର୍ବରୁ ସାଦା ପୋଷାକରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉଭୟଙ୍କୁ ମାଡ଼ି ବସିବା ସହ ଦୁହିଁଙ୍କ ଠାରୁ ଟଙ୍କା ଜବତ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

ଇରାନର ସର୍ତ୍ତ ପୂରଣ ହେଲେ ହର୍ମୁଜ ପ୍ରଣାଳୀରୁ ବାହାରିବ ଜହାଜ, ନୂଆ ସର୍ତ୍ତକୁ ନେଇ ଚିନ୍ତାରେ ପଡିଲାଣି ସାରା ବିଶ୍ୱ

ତେହରାନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବାଣିଜ୍ୟିକ ଜାହାଜ ପାଇଁ ପୁନଃ…

International Yoga Day: ୩୫୦୦୦ ଲୋକଙ୍କ ସହ ଯୋଗ କଲେ ମୋଦି, କୋଲକାତାରେ ଭବ୍ୟ ଆୟୋଜନ

କୋଲକାତା,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ରେଡ ରୋଡରେ ଆୟୋଜିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ…

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ରକ୍ଷକ ପାଲଟିବେ ଲୁଟେରା! ପ୍ରଥମେ କହିଥିଲେ ହର୍ମୁଜ ପ୍ରଣାଳୀ ମୁକ୍ତ ରହିବ, ଏବେ ଟ୍ରମ୍ପ କହୁଛନ୍ତି…

ଓ୍ବାଶିଂଟନ,୨୧।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ପଦକ୍ଷେପ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri