ଆଉ ତିନି ଦିନ ଜେଲରେ ରହିବେ ରିଆ

ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କ ସମେତ ୬ ଜଣଙ୍କ ଜାମିନ ଆବେଦନ ମୁମ୍ବାଇ ସ୍ପେଶାଲ କୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ରିଆ ଆହୁରି ୩ ଦିନ ଜେଲରେ କାଟିବେ ବୋଲି ଜଣାପଡିଛି । ରିଆଙ୍କ ଜାମିନ ଖାରଜ ହେବା ପରେ ତାଙ୍କ ଓକିଲ ସତିଶ ମାନେସିନ୍ଦେ କହିଛନ୍ତି ଅର୍ଡର କପି ମିଳିବା ପରେ ଆମେ ଆଗକୁ ରଣନୀତି ପ୍ରସ୍ତୁତ କରିବୁ । କୁହାଯାଉଛି କି ଅର୍ଡର କପି ମିଳିବା ପରେ ସ୍ପଷ୍ଟ ହେବ ଯେ କୋର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର କେଉଁ ଦଲିଲକୁ ଗ୍ରହଣ କରିଛନ୍ତି ଓ କାହାକୁ ଖାରଜ କରିଛନ୍ତି । ଏହାପରେ ଯାଇ ନୂଆ ଯୋଜନା କରାଯାଇ ପାରିବ ବୋଲି ରିଆଙ୍କ ଓକିଲ କହିଛନ୍ତି । ଆଉ ଅର୍ଡର କପି ମିଳିବା ପରେ ଯାଇ ସେ ହାଇକୋର୍ଟରେ ଜାମିନ ଆବେଦନ କରି ପାରିବେ ବୋଲି ଓକିଲ କହିଛନ୍ତି । ଅନ୍ୟପଟେ ଶନିବାର ଓ ରବିବାର ସପ୍ତାହର ଶେଷ ଦିବସ ଓ କୋର୍ଟ ବନ୍ଦ ରହୁଥିବାରୁ ରିଆ ଆହୁରି ୩ ଦିନ ଜେଲରେ ରହିବେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାଙ୍କ ବାନ୍ଧବି ରିଆ ଚକ୍ରବର୍ତ୍ତିଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ ସ୍ପେଶାଲ କୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି । ଏହାସହ ରିଆଙ୍କ ଭାଇ ଶୌଭିକ ଚର୍କବର୍ତ୍ତି, ଅବଦୁଲ ବସିତ, ଜୈଦ ଭିଲାଟ୍ରା, ଦିପେଶ ସାୱନ୍ତ ଓ ସାମୁଏଲ ମିରାଣ୍ଡାଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି । ସୂଚନାଯୋଗ୍ୟ, ମୁମ୍ବାଇ ସେସନ୍ସ କୋର୍ଟ ରିଆଙ୍କ ଡ୍ରଗ୍ସ କନେକଶନଓ ଅନ୍ୟ ମାମଲାରେ ଗୁରୁବାର ଜାମିନ ଆବେଦନକୁ ନେଇ ରାୟ ସଂରକ୍ଷିତ ରଖିଥିଲେ । ଏବେ ରିଆ ମୁମ୍ବାଇର ଭାୟଖଲା ଜେଲରେ ଦୁଇ ଦିନ ହେବ ବନ୍ଦ ରହିଛନ୍ତି । ଅନ୍ୟପରେ ଏନ୍‌ସିବି ରିଆ ଓ ତାଙ୍କ ଭାଇ ଶୌଭିକଙ୍କ ଜାମିନକୁ ବିରୋଧ କରୁଛି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri