ରିୟାଙ୍କ ପାଇଁ ଗାଳି ଖାଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ମୁମ୍ବାଇ,୧୨।୮: ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ପାଖକୁ ଗତ କିଛି ଦିନ ହେବ ଏତେ ଅଜଣା କଲ୍‌ ଆସୁଥିଲା,ଯେ ସେ ମାତ୍ର ୩ ଦିନରେ ନିଜ ମୋବାଇଲ୍‌ ନମ୍ବର ବଦଳାଇବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପାଖକୁ ଏତେ କଲ୍‌ ଆସିବାର କାରଣ ହେଉଛି, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ମୋବାଇଲ୍‌ ନମ୍ବର ସହ ସମ୍ପୃକ୍ତ ବ୍ୟକ୍ତି ନମ୍ବର ପାଖପାଖି ସମାନ। ଏହି କାରଣରୁ ଲୋକେ ତାଙ୍କ ରିୟା ଭାବି କଲ୍‌ କରି ଗାଳି ଦେଉଛନ୍ତି। ନଭି ମୁମ୍ବାଇରେ ରହୁଥିବା ୩୨ ବର୍ଷୀୟ ସାଗର ସୁର୍ଭେଙ୍କ ପାଖରୁ ପ୍ରବଳ କଲ୍‌ ଆସିବାରୁ ସେ ନିଜ ମୋବାଇଲ୍‌ ବନ୍ଦ କରିଦେଇଛନ୍ତି। ଯେବେଠୁ ସୁଶାନ୍ତଙ୍କ କେସ୍‌ରେ ରିୟାଙ୍କ କଲ୍‌ ବିବରଣୀ ମିଡିଆରେ ସାର୍ବଜନୀନ ହୋଇଛି, ସେବେଠୁ ତାଙ୍କୁ କଲ୍‌ ଆସିବା ଆରମ୍ଭ ହୋଇଛି ବୋଲି ସାଗର କହିଛନ୍ତି। କଲ୍‌ କରି ତାଙ୍କ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ସେ କହିଛନ୍ତି। କେବଳ ଏତିକି ନୁହେଁ ଖଣାପ ଭିଡିଓ ଏବଂ ମେସେଜ୍‌ ମଧ୍ୟ ଆସୁଛି। ଏତତ୍ରେ ରାଗିଯାଇ ସାଗର ଏପର୍ଯ୍ୟନ୍ତ ୧୫୦ କଲ୍‌ ବ୍ଲକ୍‌ କରିସାରିଲେଣି। କିନ୍ତୁ ଅଧିକ ଆସୁଥିବାରୁ ସେ ମୋବାଇଲ୍‌ ବନ୍ଦ କରିଛନ୍ତି। ବାଧ୍ୟ ହୋଇ ସେ ପୋଲିସର ସହାୟତା ନେଇଥିଲେ। ପୋଲିସ ତାଙ୍କୁ ସେ ନମ୍ବର ବନ୍ଦ କରି ଆଉ ଏକ ସିମ୍‌ ନେବାକୁ ପରାମର୍ଶ ଦେଇଥିଲା ବୋଲି କହିଛନ୍ତି ସାଗର। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ରିୟା ଚକ୍ରବର୍ତ୍ତୀଙ୍କ କଲ୍‌ ବିବରଣୀ ମିଡିଆରେ ପ୍ରକାଶ କରାଯାଇଥିଲା। ଏଥିରେ ତାଙ୍କ ନମ୍ବର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri