ପୁରସ୍କାର ବ୍ୟକ୍ତିର ଅନାବଶ୍ୟକତାର ଉପଲବ୍ଧି କରାଏ

ଓଡ଼ିଶାର ନାଟକ କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର। ଟେଲିଭିଜନ୍‌, ଫିଲ୍ମ, ରେଡିଓ ସହ ୟୁଟ୍ୟୁବରେ ମଧ୍ୟ ସେ ଶୁଣାଉଛନ୍ତି ନାଟକୀୟ କାହାଣୀ। ରଚନା, ନିର୍ଦ୍ଦେଶନା ଓ ଅଭିନୟ ମାଧ୍ୟମରେ ୨୦୧୫ ନଭେମ୍ବର ସୁଦ୍ଧା ୧୦୦ରୁ ଅଧିକ ନାଟକରେ ସେ ନିଜର ଛାପ ଛାଡ଼ିଛନ୍ତି। ଆଗକୁ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଭାବାନ୍ତର’ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଥିବାବେଳେ ‘ମନ୍ମଥ ମନୋଜ ଦାସ’ ନାମରେ ଏକ ଡକୁମେଣ୍ଟାରୀ ଓ ‘ସ୍ମୃତି’ ନାମକ ଫିଲ୍ମ ଉପରେ ସେ ଏବେ କାର୍ଯ୍ୟ ଜାରି ରଖିଛନ୍ତି। ତାଙ୍କର ୨ ଅନୁଷ୍ଠାନ ‘ସୃଜନୀ’, ‘ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ’ ଦ୍ୱାରା ସେ ନାଟକ କ୍ଷେତ୍ରକୁ ବେଶ୍‌ ଅବଦାନ ଦେଇଛନ୍ତି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଚର୍‌ ଫିଲ୍ମ ମାମୁ ୧୯୮୨ରେ ଦୂରଦର୍ଶନରେ ହିନ୍ଦୀ ଏବଂ ଓଡ଼ିଆରେ ପ୍ରସାରିତ ହୋଇଥିଲା। ସେ ୨୦୧୬ରେ ସେକ୍ସପିୟର୍‌ ଫେଷ୍ଟିଭାଲ୍‌ ଆୟୋଜନ କରିଥିଲେ। ନିକଟରେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ରେ ତାଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ତାଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଗୁରୁ କେଳୁଚରଣ ପୁରସ୍କାର ୨୦୨୩ ପାଇଁ ଆପଣଙ୍କୁ ଶୁଭେଚ୍ଛା। ଭାବୁଛନ୍ତି କି ଏହି ପୁରସ୍କାର ଆପଣଙ୍କୁ ବିଳମ୍ବରେ ମିଳିଛି?
ନା ମୁଁ କେବେ ଭାବିନି। ଭାଗ୍ୟରେ ଯାହା ଯେତେବେଳେ ଥାଏ ତାହା ସେତେବେଳେ ହୁଏ। ଗୁରୁ କେଳୁଚରଣ ପୁରସ୍କାର ପାଇଁ ବହୁତ ଆଗରୁ ମୋତେ କହିଥିଲେ। ସାଧାରଣତଃ ମୁଁ ପୁରସ୍କାର ଗ୍ରହଣ କରେନାହିଁ। ଜଣେ ସୃଜନଶୀଳ ବ୍ୟକ୍ତି ପାଇଁ ପୁରସ୍କାର କିମ୍ବା ସମ୍ମାନ ବେଳେବେଳେ ଉପଲବ୍ଧି କରାଏ ଯେ, ସେ ବ୍ୟକ୍ତିର ଆଉ କୌଣସି ଆବଶ୍ୟକତା ନାହିଁ। ଅର୍ଥାତ୍‌ ଭାବନ୍ତି ଯେ, ସେ ସୃଜନଶୀଳ ଶକ୍ତିର ଶୀର୍ଷରେ ପହଞ୍ଚିଯାଇଛି, ଯାହା ଗୋଟିଏ ନକାରାତ୍ମକ ପ୍ରଭାବ ପକାଇପାରେ। ସେଥିପାଇଁ ମୁଁ ଯାହା କରେ ଭାବେ, ତାହା ଯଥାର୍ଥ ଭାବେ କରିପାରିଲି କି ନାହିଁ।
ତା’ହେଲେ ଏହି ପୁରସ୍କାର କାହିଁକି ଗ୍ରହଣ କଲେ?
କେଳୁଚରଣଙ୍କ ସହ ମୋର ସମ୍ପର୍କ ବହୁତ ପୁରୁଣା। ଜୁରୀର ଚେୟାରମ୍ୟାନ୍‌ ଥିଲି। ୧୦ବର୍ଷ ପରେ ଯେବେ ଛାଡ଼ିଲି ସେମାନେ କହୁଥିଲେ, ମୁଁ ମନା କରୁଥିଲି। ଏବେ ପୁଣି ବହୁତ କରି କହିବାରୁ ଗ୍ରହଣ କଲି। ମାତ୍ର ପୁରସ୍କାର କିମ୍ବା ସମ୍ମାନ ମୋ ପାଇଁ ବିଶେଷ ଗୁରୁତ୍ୱ ରଖେ ନାହିଁ।
ଏବେ ନାଟକର ସ୍ଥିତି କିଭଳି ଦେଖୁଛନ୍ତି?
ନାଟକ ବହୁତ ହେଉଛି। ପ୍ରଥମ କଥା ଟିକେଟ ଶୋ ହେଉନାହିଁ। ଯେଉଁଥିପାଇଁ ପେସାଦାରି ମନୋବୃତ୍ତି ଆସୁନାହିଁ। ଦ୍ୱିତୀୟରେ ଯେଉଁ ପ୍ରକାରର ସଂଗଠନ, ପ୍ରସ୍ତୁତି, ଉପସ୍ଥାପନା ଦରକାର, ତାହା ଠିକ୍‌ ଭାବେ ହେଉନାହିଁ। ସେଥିପାଇଁ ଦର୍ଶକ ଦେଖିବାକୁ ଯାଉନାହାନ୍ତି। ଟେଲିଭିଜନ, ଫିଲ୍ମ ଏମିତିକି ଯାତ୍ରା ଦେଖିବାକୁ ଲୋକ ପଇସା ଦେଉଛନ୍ତି। କିନ୍ତୁ ନାଟକ ପାଇଁ ଦେଉନାହାନ୍ତି। ଟିକେଟ ନ ହେଲେ କଳାକାରର ପେସା ହେବନି। ଆଉ ପେସାଦାରି ହୋଇପାରିବ ନାହିଁ। ପେସାଦାରି ମନୋବୃତ୍ତି କେବଳ କଳାକାର ନୁହେଁ, ଦର୍ଶକଙ୍କ ପାଇଁ ମଧ୍ୟ ଆବଶ୍ୟକତା ରହିଛି।
ନାଟକ କ୍ଷେତ୍ରରେ ଯୁବପିଢ଼ିଙ୍କୁ କିଭଳି ଆଗ୍ରହୀ କରିହେବ?
ଯୁବକମାନଙ୍କ ପାଖେ ବେଶି ନିଷ୍ଠା ରହିଛି। ଆମ ସମୟରେ ବହୁତ କମ୍‌ ଥିଲେ, ଯେଉଁମାନେ ନିର୍ଦ୍ଦେଶନା ଦେଉଥିଲେ। ଏବେ ବେଶି। ସେମାନଙ୍କ ପାଇଁ ନାଟ୍ୟଶାଳାର ଆବଶ୍ୟକତା ସବୁବେଳେ ରହିଛି। ଯେଉଁମାନେ ୧୦ବର୍ଷ ଅଭିନୟ କରି ସାରିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ଅଛି। କାରଣ ଅଭିନୟର କେବେ ସୀମା କଛି ନାହିଁ।
ଆବଶ୍ୟକ ପରିମାଣରେ କର୍ମଶାଳା ହେଉଛି କି?
ହେଉନି। ସେଥିପାଇଁ ତ ନାଟକର ସ୍ଥିତି ଭଲ ନାହିଁ। ପ୍ରଦର୍ଶନ ଉଚ୍ଚକୋଟୀର ହେଉନାହିଁ। ଯେଉଁଥିପାଇଁ ଦର୍ଶକ ନିରାଶ ହେଉଛନ୍ତି। ବର୍ତ୍ତମାନ ନାଟକ ହେଉଛି, କିନ୍ତୁ ଦର୍ଶକ କମ୍‌।
ଆପଣଙ୍କ ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ନାଟକ ପରିବେଷଣ ହେଉଥିଲା। ୨୦୦୫ରୁ ଏହା ବନ୍ଦ କାହିଁକି ହୋଇଗଲା?
ସରକାର ଭଞ୍ଜକଳା ମଣ୍ଡପ ଲିଜ୍‌ରେ ଦେଉଥିଲେ। ପୁଣି ବନ୍ଦ କରିଦେଲେ। ସେଥିପାଇଁ ବନ୍ଦ ହୋଇଗଲା। ମୁଁ କାହାକୁ ଦୋଷ ଦେଉନାହିଁ।
ଆପଣଙ୍କ ନାଟକରେ କାହାକୁ ପ୍ରାଧାନ୍ୟ ଦିଅନ୍ତି?
ଚରିତ୍ର। କେଉଁ ଚରିତ୍ର, କିପରି ଭାବରେ ହେବା ଉଚିତ୍‌। ସେହି ଅନୁପାତରେ କି କି ଘଟଣା ଘଟିଲେ ଦର୍ଶକଙ୍କ ମନକୁ ଛୁଇଁପାରିବ।
ସ୍ମରଣୀୟ ଦର୍ଶକ ପ୍ରତିକ୍ରିୟା?
ତାପସ ସେନ୍‌ ବୋଲି ଜଣେ ଲାଇଟ୍‌ ଇଞ୍ଜିନିୟର୍‌ ଥିଲେ। ସେ କଲିକତାରୁ ଆସିଥିଲେ। ସେ ମୋର ନାଟକ ଦେଖି କହିଥିଲେ, କଟକର ନାରୀ ମହଲ ସଦନରେ ଆପଣ ଯେ ଏଭଳି ନାଟକ କରିପାରିବେ ମୁଁ କେବେ ଭାବି ନ ଥିଲି। ଆମେ କଲିକତାରେ ବି ଭାବି ପାରୁନୁ ଏମିତି କରିପାରିବୁ ବୋଲି। କିନ୍ତୁ ଦୁଃଖ ଯେ, ସମସ୍ତେ ଭଲ ହୋଇଛି ବୋଲି ହିଁ କୁହନ୍ତି।
ଅବସର ସମୟରେ କ’ଣ କରନ୍ତି?
ଫାଙ୍କା ସମୟ ବେଶି ପାଏନି। କିନ୍ତୁ ସକାଳେ ଧ୍ୟାନ, ରାତିରେ ନାଟକ, ଟେଲିଭିଜନ ଆଉ ସାରେ ସାଙ୍ଗମାନଙ୍କ ସହ ଆସର ହୁଏ।
କ’ଣ ପଢ଼ିବାକୁ ଭଲ ପାଆନ୍ତି?
ସମୟ ଅନୁସାରେ ପଢ଼େ। ଫକୀର ମୋହନ, ହାଏସ୍‌ ରବିନ୍ସ, ସେକ୍ସପିୟର୍‌ଙ୍କ କାହାଣୀ ଭଲ ଲାଗେ। ପ୍ରତ୍ୟେକ ମାସରେ ୫ଟା ପୁସ୍ତକ କିଣେ।
ନିକଟରେ କେଉଁ ପୁସ୍ତକ ପଢ଼ିଛନ୍ତି?
ଜୋଆରଦାରଙ୍କର ମନୁଆ ପୁସ୍ତକର ଇଂଲିଶ ଅନୁବାଦ ‘ଫଲୋଇଙ୍ଗ ମାଇଁ ହାର୍ଟସ୍‌’ ପୁସ୍ତକ।
କ’ଣ ଖାଇବାକୁ ଭଲ ପାଆନ୍ତି?
ଚିକେନ୍‌ ରୋଷ୍ଟ ଆଉ ଚାଇନିଜ୍‌ ଚାଓଚାଓ
ଜୀବନରେ କିଛି ଅବସୋସ ରହିଛି କି ?
ନା ନାହିଁ। ଦୁଃଖରେ ଦୁଃଖୀ ନୁହେଁ। ସୁଖରେ ସୁଖୀ ନୁହେଁ। ଭାଗ୍ୟରେ ଯାହା ଅଛି ତାହାକୁ ଗ୍ରହଣ କରେ।

-ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?