Posted inଜାତୀୟ

ଟିକସ ବଢ଼ାଇ ୨୦ ଲକ୍ଷ କୋଟି ଆୟ

ନୂଆଦିଲ୍ଲୀ, ୨୫।୧: ପେଟ୍ରୋଲ, ଡିଜେଲର କ୍ରମାଗତ ଦରବୃଦ୍ଧିକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଟିକସ ସଂଗ୍ରହରେ ବ୍ୟସ୍ତ ଥିବାବେଳେ ଦେଶରେ ହୁ ହୁ ହୋଇ ଦରଦାମ୍‌ ବଢ଼ି ଚାଲିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ନୂଆ ମୂଲ୍ୟସୂଚୀ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ପେଟ୍ରୋଲ ଦର ୯୩ ଟଙ୍କା ୬୩ ପଇସା, ଡିଜେଲ୍‌ ୮୩ ଟଙ୍କା ୬୪ ପଇସା ରହିଥିବାବେଳେ ଗ୍ୟାସ୍‌ ଦର ୯୩.୫ ଟଙ୍କା ବୃଦ୍ଧି ପାଇଥିବା ଉଲ୍ଲେଖ ରହିଛି। ମୋଦିଜୀ ଜିଡିପି (ଗ୍ୟାସ୍‌, ଡିଜେଲ, ପେଟ୍ରୋଲ)ରେ ଅଭୂତପୂର୍ବ ଅଭିବୃଦ୍ଧି କରିଛନ୍ତି ବୋଲି ରାହୁଲ ତାଚ୍ଛଲ୍ୟ କରିଛନ୍ତି। ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ବାର ଦିନକ ପରେ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ମୋଦି ସରକାରଙ୍କ ସମୟରେ ଲାଗୁ ହୋଇଥିବା ଉତ୍ପାଦ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ କଂଗ୍ରେସ ଦାବି କରିଛି। ଦରଦାମ୍‌ ବୃଦ୍ଧି ଯୋଗୁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପେଟ୍ରୋଲ ଦରବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା କଂଗ୍ରେସ ମୁଖପାତ୍ର ଅଜୟ ମାକେନ କହିଛନ୍ତି। ୨୦୧୪ ମେ’ରେ କଂଗ୍ରେସ କ୍ଷମତାରୁ ଯିବାବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପ୍ରତି ୧୦୮ ଡଲାର ଥିବାବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ଲିଟର ପ୍ରତି ୭୧.୫୧ ଏବଂ ୫୭.୨୮ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅଧାକୁ ଖସିଆସିଥିବାବେଳେ ଦିଲ୍ଲୀରେ ଏବେ ପେଟ୍ରୋଲ ୮୫.୭୦ ଓ ଡିଜେଲ ୭୫.୮୮ ଟଙ୍କାରେ ପହଞ୍ଚତ୍ଛି। ମୋଦି ସରକାର ଗତ ୬ ବର୍ଷ ୬ ମାସ ମଧ୍ୟରେ ପେଟ୍ରୋଲ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇ ୨୦ ଲକ୍ଷ କୋଟି ଟଙ୍କା ଆୟ କରିଥିବା କଂଗ୍ରେସ ମୁଖପାତ୍ର କହିବା ସହ ଏହି ଟଙ୍କା କୁଆଡ଼େ ଗଲା ତାହାର ଜବାବ ଦେବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳା: ୭୧,୦୫୬ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ୭୧,୦୫୬ ନିଯୁକ୍ତି ପତ୍ର...

ଆଶିଷଙ୍କୁ ଦୋହରା ଝଟ୍‌କା, ୨୬ ଏପ୍ରିଲ୍‌ରେ ଜିଲା ଅଦାଲତରେ ଅଭିଯୋଗ ଶୁଣାଣି…

ନୂଆଦିଲ୍ଲୀ, ୧୯।୪ : ଲଖିମପୁର ଖେରୀର ତିକୁନିଆ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଦୋହରା ଝଟ୍‌କା ଲାଗିଛି। ବର୍ତ୍ତମାନ, ଜିଲା କୋର୍ଟରେ ଅଭିଯୋଗର ଅଭିଯୋଗ...

ଅଯୋଧ୍ୟା ମାମଲା: ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କଲା ପିସ୍‌ ପାର୍ଟି

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ପିସ୍‌ ପାର୍ଟି ପକ୍ଷରୁ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରାଯାଇଛି। ନଭେମ୍ବର ୯ରେ ସର୍ବୋଚ୍ଚ ଆଦାଲତ ପକ୍ଷରୁ ଦିଆଯାଇଥିବା ରାୟରେ...

ସାମ୍ବିଧାନିକ ପୀଠରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ, ୧୭ା୩(ପି.ଟି.):ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦରୁ ସୃଷ୍ଟ ରାଜନୈତିକ ସଙ୍କଟକୁ ନେଇ...

ଟୁଇଟର୍‌ରେ ନଜର ଆସିଲା ଭିନ୍ନ ରଙ୍ଗର ଭେରିଫିକେଶନ ଟିକ୍‌; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ‘ଗ୍ରେ’

ନୂଆଦିଲ୍ଲୀ,୨୦।୧୨: ଦୀର୍ଘ ସମୟ ଧରି ଟୁଇଟରକୁ ‘ନୀଳ ପକ୍ଷୀ’ ବୋଲି କୁହାଯାଉଥିଲା। କିନ୍ତୁ ନିକଟରେ ଏଲୋନ ମସ୍କଙ୍କ ପ୍ରବେଶ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ...

ଜାନୁୟାରୀରେ ଭାରତ-ଫ୍ରାନ୍ସ୍‌ ‘ସ୍କାଏରୋଜ୍‌’: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୩୦।୧୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲ୍‌ଏସିରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ୨୦୨୧ ଜାନୁୟାରୀରେ ଯୁଦ୍ଧାଭ୍ୟାସ ‘ସ୍କାଏରୋଜ୍‌’...

ଆଇଇଡ଼ି ବିସ୍ଫୋରଣ: ୨ ଯବାନ ଶହୀଦ୍‌, ୩ ଗୁରୁତର

ରାଞ୍ଚି,୪।୩: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ମାଓବାଦୀଙ୍କ ଦ୍ୱାରା ପ୍ଲାଣ୍ଟ୍‌ କରାଯାଇଥିବା ଆଇଇଡ଼ି ବିସ୍ଫୋରଣରେ ୨ ଜଣ ଜାଗୁଆର ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ...

ମୁଣ୍ଡ ନୁଆଁଇଲେ ମମତା

ନୂଆଦିଲ୍ଲୀ,୧୬ା୬(ପି.ଟି.): ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚତ୍ଛି। ଏହାକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ...

Advertisement
Archives

Model This Week