ଆରମ୍ଭ ହୋଇପାରେ ରେଗୁଲାର ଟ୍ରେନ୍‌

ନୂଆଦିଲ୍ଲୀ,୨୫ା୧: କରୋନା ପାଇଁ ରେଲଓ୍ବେ ଏହାର ନିୟମିତ ରେଳ ସେବାକୁ ବନ୍ଦ କରିବାକୁ ପଡିଥିଲା। ଇତିହାସରେ ପ୍ରଥମ ଥର ଲାଗି ରେଲଓ୍ବେର ଚକା ଗଡି ନ ଥିଲା। କରୋନା ସଂକ୍ରମଣ ମାମଲା ହ୍ରାସ ଏବଂ ଭ୍ୟାକସିନ ପ୍ରୋଗ୍ରାମ ଆରମ୍ଭ ହୋଇଥିବାରୁ ରେଲଓ୍ବେ ଏହାର ନିୟମିତ ସେବା ଆରମ୍ଭ କରିବା ଲାଗି ବିଚାର କରୁଛି। ଯଦି ସବୁ ଠିକ୍‌ଠାକ୍‌ ଚାଲେ ତେବେ ଏପ୍ରିଲ ବେଳକୁ ରେଳ ସେବା ସ୍ବାଭାବିକ ହେବାର ସମ୍ଭାବନା ରହିଛି। ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, କରୋନା ଯୋଗୁ ବନ୍ଦ ଥିବା ରେଲଓ୍ବେ ଯାତ୍ରୀ ସେବା ଏପ୍ରିଲରୁ ପୂର୍ବ ଭଳି ମିଳିପାରେ। ଏହାବାଦ ରେଲଓ୍ବେ ନୂଆ ସମୟ ସୂଚୀ ମଧ୍ୟ କାର୍ଯ୍ୟକାରୀ କରାଇପାରେ। କରୋନା ପାଇଁ ରେଲଓ୍ବେ ବର୍ତ୍ତମାନ ସ୍ପେଶାଲ ଟ୍ରେନ ଚଳାଉଛି। ଏହା ସମ୍ପୂର୍ଣ୍ଣ ଭାବେ ସଂରକ୍ଷିତ ଶ୍ରେଣୀର ବୋଲି ଜଣାପଡିଛି।
ସ୍ଥାନରେ ଲୋକାଲ ଏବଂ ସହରତଳୀ ଟ୍ରେନ ସେବା ଉପଲବ୍ଧ ରହିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ୩୫% ଟ୍ରେନ ବନ୍ଦ ରହିଛି। ଟିକାକରଣ ଆରମ୍ଭ ହୋଇଥିବାରୁ ପୁଣି ଥରେ ଯାତ୍ରୀ ସେବା ଆରମ୍ଭ କରିବା ନେଇ ରେଲଓ୍ବେ ସମୀକ୍ଷା କରୁଛି। ବର୍ତ୍ତମାନ ୧୧୫୦ ସ୍ବତନ୍ତ୍ର ଟ୍ରେନ ଚାଲୁଥିବା ବେଳେ ଲଗାତର ଏହି ସଂଖ୍ୟାରେ ବୃଦ୍ଧି ହେଉଛି। ଆଗାମି ଦିନରେ ଟ୍ରେନ ପରିଚାଳନାର ଆବଶ୍ୟକତାକୁ ନେଇ ନୂଆ ଟାଇମ ଟେବୁଲ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। ଟ୍ରେନ ସଂଖ୍ୟା ସହ ଗତିରେ ମଧ୍ୟ ବୃଦ୍ଧି କରାଯିବ। ନିୟମିତ ଟ୍ରେନ ଚାଳନା ସମୟରେ ଟାଇମ ଟେବୁଲ ଲାଗୁ କରାଯିବ କି ପରେ କରାଯିବ ସେ ନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମହାମାରୀ ରହିଥିବାରୁ ରେଳ ସେବାକୁ ସମ୍ପୂର୍ଣ୍ଣ ସ୍ବାଭାବିକ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରୀ ଲୋଡା ପଡିବ। ମାର୍ଚ୍ଚରେ କରୋନା ସ୍ଥିତିରେ ନିୟନ୍ତ୍ରଣ ଆସିବା ନେଇ ଆଶା ରହିଛି। ଏହା ହେଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରସ୍ତାବିତ ଏହି ସେବାକୁ ମଞ୍ଜୁରୀ ଦେଇ ପାରେ। ସମ୍ପୂର୍ଣ୍ଣ ସେବା ଉପଲବ୍ଧ କରାଇବାକୁ ରେଳଓ୍ବେ ପ୍ରସ୍ତୁତ ଥିବା ପୂର୍ବରୁ କହି ସାରିଛି। ହେଲେ କୋଭିଡ ସ୍ଥିତି କୁ ନଜରରେ ରଖି ସତର୍କ ରହିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?