୫୦ କୋଟି ୟୁଜର୍ସଙ୍କ ତଥ୍ୟ ପ୍ରଘଟ

ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍‌ବୁକ୍‌। ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍‌ରେ ଘୂରି ବୁଲୁଥିବା ସାମ୍‌ନାକୁ ଆସିଛି। ୫୦ କୋଟିରୁ ଊର୍ଦ୍ଧ୍ୱ ୟୁଜର୍ସଙ୍କ ଫେସ୍‌ବୁକ୍‌ ଆଇଡିଠାରୁ ଆରମ୍ଭ କରି ଫୋନ୍‌ ନମ୍ବର, ଇମେଲ ଆଇଡି, ଫଟୋ, ଜନ୍ମ ସ୍ଥାନ ଆଦି ଡାଟା ଓ୍ବେବସାଇଟ୍‌ରେ ଉପଲବ୍ଧ ଘଟଣା ଜଣାପଡ଼ିବା ପରେ ବ୍ୟବହାରକାରୀଙ୍କ ତଥ୍ୟ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି। ହ୍ୟାକର୍ସଙ୍କ ଏକ ଓ୍ବେବସାଇଟ୍‌ରେ ୫୦ କୋଟିରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଉପଲବ୍ଧ ହୋଇଛି। ଏଥିରେ ୬୧ ଲକ୍ଷ ଭାରତୀୟଙ୍କ ଡାଟା ରହିଛି। ଏ ନେଇ ‘ବିଜ୍‌ନେସ୍‌ ଇନ୍‌ସାଇଡର’ ଓ୍ବେବସାଇଟ୍‌ ପକ୍ଷରୁ ଖବର ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ୧୦୬ଟି ଦେଶର ୫୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ବାବଦରେ ପ୍ରାୟ ସମସ୍ତ ତଥ୍ୟ ଅନ୍‌ଲାଇନରେ ଘୂରି ବୁଲୁଛି। ଲୋକଙ୍କ ଡାଟା ସୁରକ୍ଷାକୁ ନେଇ ପୂର୍ବରୁ ଫେସ୍‌ବୁକ୍‌ ଉପରେ ବାରମ୍ବାର ପ୍ରଶ୍ନ ଉଠିଆସୁଥିବାବେଳେ ଏବେ ଏଭଳି ଖବର ସାମ୍‌ନାକୁ ଆସିବା ପରେ ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ିଛି। ପଲିଟିକାଲ ଫାର୍ମ କେମ୍ବ୍ରିଜ ଆନାଲିଟିକା ପ୍ରାୟ ୮ କୋଟି ୭୦ ଲକ୍ଷ ଲୋକଙ୍କ ତଥ୍ୟ ସେମାନଙ୍କ ଅଜାଣତରେ ହାସଲ କରନେଇଥିବା ଜଣାପଡ଼ିବା ପରେ ଫେସ୍‌ବୁକ୍‌ ୨୦୧୮ରେ କୌଣସି ମୋବାଇଲ ନମ୍ବର ମାଧ୍ୟମରେ ଆଇଡି ସର୍ଚ୍ଚ କରିବାର ସୁବିଧା ହଟାଇ ଦେଇଥିଲା। ସେହିପରି ପ୍ରାୟ ୨୬ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟ୍‌ରେ ଉପଲବ୍ଧ ହୋଇଥିବା ନେଇ ୨୦୧୯ରେ ୟୁକ୍ରେନର ସୁରକ୍ଷା ଅନୁସନ୍ଧାନକର୍ତ୍ତାଙ୍କ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ‘ବିଜ୍‌ନେସ୍‌ ଇନ୍‌ସାଇଡର’ ପକ୍ଷରୁ ପ୍ରକାଶିତ ରିପୋର୍ଟ ୨୦୧୯ରେ ପ୍ରଘଟ ତଥ୍ୟ ଉପରେ ଆଧାରିତ କି ନା ତାହା ସ୍ପଷ୍ଟ ହୋଇନାହିଁ। ଏ ବାବଦରେ ଫେସ୍‌ବୁକ୍‌ ଏକ ବିବୃତି ଜାରି କରି ଏହି ରିପୋର୍ଟକୁ ପୁରୁଣା ବୋଲି କହିଛି। ୨୦୧୯ ଅଗଷ୍ଟରେ ସମସ୍ୟା ସମାଧାନ କରାଯାଇଥିଲା ବୋଲି ଫେସ୍‌ବୁକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri