ସେନାପତିଙ୍କ ପ୍ରତ୍ୟାବର୍ତ୍ତନ

ରାଣା ମିଟ୍ଟର

 

ନିକଟରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ଓ୍ବାଗ୍‌ନର ଗ୍ରୁପ୍‌ ଦ୍ୱାରା ରୁଷିଆରେ ସୃଷ୍ଟି ହୋଇଥିବା ଏକ ଅଶାନ୍ତ ତଥା ସଙ୍କଟଜନକ ସ୍ଥିତି ବିଶ୍ୱରେ ସବୁଦେଶର ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଚାଇନାରେ ଏହା ଯେତିକି ଦୃଷ୍ଟି ଆକର୍ଷଣ କରିଛି ତା’ ତୁଳନାରେ ଅନ୍ୟ କୌଣସିଠାରେ ଦେଖାଯାଇନାହିଁ। ଚାଇନା ପାଇଁ ରୁଷିଆ ଏକ ବିଶ୍ୱସ୍ତ ବନ୍ଧୁ ହୋଇଥିବା ଯୋଗୁ ନୁହେଁ, ବରଂ ରୁଷିଆରେ ଏହି ସପ୍ତାହାନ୍ତ ବିଦ୍ରୋହର ଏକ ଶତାବ୍ଦୀ ପୂର୍ବେ ଚାଇନା ଓ ବାମପନ୍ଥୀକୁ ଦୁର୍ବଳ କରିଦେଇଥିବା ଘଟଣାଗୁଡ଼ିକ ସହ ସ୍ପଷ୍ଟ ଐତିହାସିକ ସାମଞ୍ଜସ୍ୟ ରହିଥିବା ଯୋଗୁ ଏହା ଘଟିଛି। ଏବେ ରୁଷିଆ ୪ କିମ୍ବା ୫ଟି ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିଭେଦର ବିପଦ ମଧ୍ୟରେ ଗତିକରୁଛି। ପ୍ରତ୍ୟେକ ଗୋଷ୍ଠୀର ନିଜସ୍ବ ଆର୍ମି ବା ସେନା ରହିଛି। ରୁଷୀୟ ଆର୍ମି ଏବଂ ଓ୍ବାଗନର ଗ୍ରୁପ୍‌ ବ୍ୟତୀତ ମସ୍କୋ ମେୟର, ଚେଚେନ୍ୟାରେ ରମଜାନ୍‌ କାଡିରୋଭ ଏବଂ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କମାଣ୍ଡ ଅଧୀନରେ (ରୁଷିଆ ସେନା କମାଣ୍ଡଗୁଡ଼ିକ ବାହାରେ) ସରକାରୀ ଭାବେ ନ୍ୟାଶନାଲ ଗାର୍ଡ ଭଳି ଛୋଟ ଛୋଟ ସେନା ଅଛନ୍ତି। ରୁଷୀୟ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତଗତ ବିଜ୍‌ନେସ୍‌ ସ୍ବାର୍ଥ ରକ୍ଷା ପାଇଁ ବିଭିନ୍ନ ପ୍ରକାର ସଶସ୍ତ୍ରବଳ କାର୍ଯ୍ୟକରୁଛନ୍ତି। ରୁଷିଆର ଏବକାର ବିଦ୍ରୋହ ଭଳି ୧୦୦ ବର୍ଷ ପୂର୍ବେ ଚାଇନାରେ ଓ୍ବାରଲର୍ଡ ବା ଯୁଦ୍ଧ ସେନାପତିଙ୍କ ମଧ୍ୟରେ ବିଭେଦ ପ୍ରକାଶ ପାଇଥିଲା। ସେହି ସମୟରେ ଚାଇନାର ନେତାମାନେ ଶାସକ କମ୍ୟୁନିଷ୍ଟ ପାର୍ଟିର ନିୟନ୍ତ୍ରଣରେ ମିଲିଟାରି ଫୋର୍ସକୁ ରଖିବାକୁ ନିଶ୍ଚିତ କରିବାର ଏହା ଏକ ପ୍ରମୁଖ କାରଣ।
୧୯୧୧ରେ ଏକ ଅପ୍ରତ୍ୟାଶିତ ବିଦ୍ରୋହୀ ମେଣ୍ଟ ଚାଇନାର ଜଣେ ୫ବର୍ଷୀୟ ସମ୍ରାଟଙ୍କୁ ଗାଦିଚ୍ୟୁତ କରି ଏସିଆର ପ୍ରଥମ ଗଣତନ୍ତ୍ର ବ୍ୟବସ୍ଥା ଘୋଷଣା କରିଥିଲା। ତଥାପି ସେହି ନୂଆ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅସ୍ଥିର ଥିଲା। ଏହାର ସାମ୍ବିଧାନିକ ରାଷ୍ଟ୍ରପତି ସନ୍‌ ୟାତ୍‌ସେନ କିଛିଦିନ ପଦବୀରେ ରହିଥିଲେ। ତାଙ୍କୁ ସେନାର କମାଣ୍ଡର ଉଆନ ଶିକାଇ ଗାଦିଚ୍ୟୁତ କରିଥିଲେ। ସେନାର ଏକ ସିଂହଭାଗ ଶିକାଇଙ୍କ ପ୍ରତି ବିଶ୍ୱସ୍ତ ଥିଲେ, କିନ୍ତୁ ସରକାର ପ୍ରତି ନ ଥିଲେ। ଚାଇନାର ଏହି ସଂକ୍ଷିପ୍ତ ଗଣତାନ୍ତ୍ରିକ ପରୀକ୍ଷା ମିଲିଟାରି ଗୋଷ୍ଠୀଙ୍କ ମଧ୍ୟରେ ଏକ ସଂଘର୍ଷ ଦ୍ୱାରା ଖୁବ୍‌ ଶୀଘ୍ର ଶେଷ ହୋଇଗଲା। ନିଜକୁ ଜଣେ ନୂଆ ସମ୍ରାଟ ଭାବେ ଘୋଷଣା କରିବାକୁ ଚେଷ୍ଟା କରିବାର ଠିକ୍‌ ପରେ ଉଆନଙ୍କ ମୃତ୍ୟୁ ଘଟିଲା। ପରବର୍ତ୍ତୀ ଦେଢ ଦଶନ୍ଧି ଧରି ସ୍ଥାନୀୟ ସେନାଗୁଡ଼ିକ ଦ୍ୱାରା ଚାଇନା ଆଞ୍ଚଳିକ ଭିତ୍ତିରେ ବିଭାଜିତ ହୋଇ ରହିଲା। ସେନାଗୁଡ଼ିକର ନେତୃତ୍ୱକୁ ପ୍ରକାଶ କରିବା ଲାଗି ଓ୍ବାରଲର୍ଡ (ଜୁନାଫା) ବା ମୁଖ୍ୟ ସେନାପତି ଶବ୍ଦ ବ୍ୟବହାର କରାଗଲା। ସେହି ସମୟରେ ଚାଇନା ଦେଶ ବାହାରୁ ସାମ୍ରାଜ୍ୟବାଦ ଓ ଭିତରେ ସେନାପତିବାଦର ବିପଦକୁ ସମ୍ମୁଖୀନ ହୋଇଥିଲା । ବିଭାଜିତ କ୍ଷମତାର ପ୍ରଭାବଗୁଡ଼ିକ ସ୍ପଷ୍ଟ ଓ ଗମ୍ଭୀର ହେଲା। ଏହି ସ୍ଥିତିରେ କୌଣସି ଶାସକ ସମଗ୍ର ଚାଇନାକୁ ନିଜର ବୋଲି ଦାବି କରିପାରିଲେ ନାହିଁ। ମିଲିଟାରି ମୁଖ୍ୟମାନେ ଲଗାତର ମେଣ୍ଟ ଗଢ଼ିବାରେ ଲାଗିଲେ, କିନ୍ତୁ ନିଜ ମଧ୍ୟରେ ଲଢେଇ ଯୋଗୁ ତାହା ଭାଙ୍ଗିଗଲା। ଏହି ଯୋଦ୍ଧାମାନେ ଟିକସ ସଂଗ୍ରହର କିଛି ନିର୍ଭରଯୋଗ୍ୟ ଉତ୍ସ ମଧ୍ୟରୁ କେବଳ ବିଦେଶୀମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ମାରିଟାଇମ୍‌ କଷ୍ଟମସ୍‌ ସର୍ଭିସ୍‌କୁ ନେଇ ପରସ୍ପର ମଧ୍ୟରେ ଲଢ଼ିଲେ। ବିଦେଶୀମାନେ ଚାଇନାରେ ଯିଏ କ୍ଷମତାରେ ରହିଲେ ସେମାମନଙ୍କୁ ହିଁ ରାଜସ୍ବ ଦେଉଥିଲେ। ଫଳରେ ସାମ୍ବିଧାନିକ ସରକାରର କୌଣସି ପ୍ରଭାବ ରହିଲା ନାହିଁ।
କାଓ କୁନ୍‌ ନାମକ ଜଣେ ସେନାପତିଙ୍କ ନିର୍ବାଚନ ବିଜୟ ୧୯୨୩ରେ ଶହେ ବର୍ଷରେ ପହଞ୍ଚିବ। କାଓ କ୍ଷମତାକୁ ଆସିବା ଲାଗି ଲାଞ୍ଚର ସାହାରା ନେଇଥିଲେ। ବାସ୍ତବ କଥା ହେଉଛି, ସମସ୍ତ ସେନାପତି ଦୁର୍ନୀତିଗ୍ରସ୍ତ ନ ଥିଲେ। ଶାଂସ୍କି ପ୍ରଦେଶର ୟାନ୍‌ ଶିଶାନ ସାମାଜିକ ସଂସ୍କାର ପାଇଁ ବେଶ୍‌ ଜଣାଶୁଣା ଥିଲେ। ସେ କିଶୋରୀମାନଙ୍କ ପାଦ ବାନ୍ଧି ଦିଆଯିବା ପରମ୍ପରାକୁ ନିଷେଧ କରିଥିଲେ। ତେବେ କିଛି ଲୋକ ଓ୍ବାରଲର୍ଡ କ୍ଷମତାରେ ଅତ୍ୟଧିକ ଯନ୍ତ୍ରଣା ଭୋଗିଥିଲେ। ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଲଗାତର ଯୁଦ୍ଧରେ ଯେଉଁମାନେ ପୀଡ଼ିତ ଓ ଅପରାଧୀ ଥିଲେ ସେମାନେ ଓ୍ବାରଲର୍ଡଙ୍କ ଦ୍ୱାରା ଅତ୍ୟଧିକ ନିର୍ଯାତିତ ହେଉଥିଲେ। ଏହି ସମସ୍ୟା ୧୯୧୧ ବିଦ୍ରୋହର ଅର୍ଦ୍ଧଶତାବ୍ଦୀ ପୂର୍ବରୁ ଆରମ୍ଭ ହିଁ ହୋଇଥିଲା। ୧୮୫୦ ରୁ ୧୮୬୪ ମଧ୍ୟରେ ତାଇପିଙ୍ଗ ବିଦ୍ରୋହର ଭୟଙ୍କର ଗୃହଯୁଦ୍ଧ ପୂର୍ବ ଚାଇନାକୁ ଦୋହଲାଇ ଦେଇଥିଲା।
ବହୁ ବର୍ଷ ଧରି ସମ୍ରାଟଙ୍କ ସେନାଗୁଡ଼ିକ ତାଇପିଙ୍ଗ ବିଦ୍ରୋହକୁ ସାମ୍ନା କରିପାରି ନ ଥିଲେ। ଫଳରେ ସେମାନଙ୍କ ବିରୋଧରେ ଲଢିବା ଲାଗି ପ୍ରାଦେଶିକ ନେତାମାନଙ୍କୁ ସେମାନଙ୍କ ନିଜସ୍ବ ସେନା ଗଢ଼ିବା ଲାଗି ଅନୁମତି ଦେବାକୁ ପଡ଼ିଥିଲା। ଏହି ରଣନୀତି ସଫଳ ହେଲା ,କିନ୍ତୁ ସେନା କ୍ଷମତା ବଢ଼ାଇବା ଲାଗି କେନ୍ଦ୍ରରୁ ପ୍ରଦେଶଗୁୁଡ଼ିକୁ ଆର୍ଥିକ ସାହାଯ୍ୟ ଦେବାକୁ ପଡ଼ିଲା। ଏହାଦ୍ୱାରା ସାମ୍ରାଜ୍ୟ ଦୁର୍ବଳ ହେବାରୁ ସେହି ସ୍ଥାନୀୟ ମିଲିଟାରି ନେତାମାନେ ମଜଭୁତ ହୋଇଗଲେ। ଶେଷ ସମ୍ରାଟଙ୍କ ପତନ ପରେ ସେମାନେ ସୈନ୍ୟବାଦୀ ଓ୍ବାରଲର୍ଡ ଭାବେ ଉଭା ହୋଇଥିଲେ। ୧୯୨୮ରାଷ୍ଟ୍ରବାଦୀ ନେତା ଚିୟାଙ୍ଗ କାଇ ଶେକ୍‌ ଏକ ସରକାର ଗଢିଲେ ଯାହା ଚାଇନାକୁ କିଞ୍ଚିତ ଏକାଠି କରିଥିଲା। ତଥାପି ସେ ୧୦ ବର୍ଷରୁ ଅଧିକ ସମୟ ଶତ୍ରୁ ଭାବେ ରହିଥିବା ମିଲିଟାରି ନେତା ଓ କମ୍ୟୁନିଷ୍ଟମାନଙ୍କ ବିରୋଧରେ ଲଢ଼ିବାରେ କଟାଇଥିଲେ। ୧୯୩୭ରେ ଜାପାନ ସହ ଚାଇନାର ଯୁଦ୍ଧ ହୋଇଥିଲା। ସେହି ସମୟରେ କେତେକ କ୍ଷେତ୍ରରେ ପ୍ରାଦେଶିକ ସେନାପତିମାନେ ସେମାନଙ୍କ ଆଞ୍ଚଳିକ କ୍ଷମତାକୁ ସୁରକ୍ଷତି ରଖିବା ଲାଗି ଆକ୍ରମଣକାରୀଙ୍କ ସହ ରହିଥିବା ସେମାନଙ୍କ ଚୁକ୍ତି ଶେଷ କରିଦେଇଥିଲେ। ଏହି ଯୁଦ୍ଧ ମଧ୍ୟ ବିଦ୍ରୋହୀ କମ୍ୟୁନିଷ୍ଟ ପାର୍ଟିକୂ ନୂଆ ଶକ୍ତି ଦେଲା। କମ୍ୟୁନିଷ୍ଟ ପାର୍ଟିର ନେତା ଭାବେ ଉଭା ହୋଇଥିବା ମାଓ ଜେଡଙ୍ଗ ଅନୁଭବ କରିଥିଲେ ଯେ, କ୍ଷମତା ବନ୍ଧୁକ ନଳୀରୁ ବିକାଶ କରିଥାଏ। ସେଥିପାଇଁ ତାଙ୍କ ସିଦ୍ଧାନ୍ତ ଥିଲା, ପାର୍ଟି ବନ୍ଧୁକକୁ ଆଦେଶ ଦିଏ ଏବଂ ବନ୍ଧୁକ ପାର୍ଟିକୁ ଆଦେଶ ଦେବା ଲାଗି କେବେ ବି ବନ୍ଧୁକକୁ ଅନୁମତି ଦେବା ଉଚିତ ନୁହେଁ।
ମାଓ ଯେମିତି ଥିଲେ ତାଙ୍କ ବଚନ ବି ସେମିତି ଥିଲା। ୧୯୪୯ରେ କମ୍ୟୁନିଷ୍ଟମାନେ ଗୃହ ଯୁଦ୍ଧ ଜିତିବା ମାତ୍ରକେ ମାଓ ଚାଇନାରେ କ୍ଷମତାର ସବୁ ବିକଳ୍ପଗୁଡ଼ିକୁ ଧୂଳିସାତ କରିବା ପାଇଁ ପଦକ୍ଷେପ ନେଇଥିଲେ। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)କୁ ପାର୍ଟିର ସେନା ଭାବେ ଗଠନ କରାଗଲା, ଜାତୀୟ ସେନା ଭାବେ ନୁହେଁ। ଏହା ଏବେ ବି ସେହି ସ୍ଥିତିରେ ଅଛି। ଏପରିକି ପିଏଲ୍‌ଆଇ ଗଠନ ହେବାର ପାଖାପାଖି ୭୫ ବର୍ଷ ପରେ ମିଲିଟାରି ଶକ୍ତି ଦ୍ୱାରା କରାଯାଇଥିବା ବଡ଼ ପରିବର୍ତ୍ତନର ବିଚାର ଚାଇନା ନେତୃତ୍ୱରେ ଶିହରଣ ସୃଷ୍ଟି କରେ। ୨୦୧୨ରେ ଦଳର ଜଣେ ବରିଷ୍ଠ ନେତା ବୋ ଜିଲାଇଙ୍କୁ ହଟାଇ ଦିଆଯାଇଥବାର ଗୁଜବ ଖେଳିଯାଇଥିଲା। କ୍ଷମତା ଦଖଲ କରିବାକୁ ଦୁଷ୍ଟ ସେନାପତିମାନଙ୍କ ସହ ଆଲୋଚନା କରିବାର ଏକ ପ୍ରୟାସ କରିଥିବାରୁ ତାଙ୍କୁ ଏଭଳି କରାଯାଇଥିଲା ବୋଲି କୁହାଯାଇଥିଲା। ଏବକାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ କ୍ଷମତାକୁ ଆସିବା ପରେ ପିଏଲ୍‌ଏ ସମ୍ପୂର୍ଣ୍ଣ ପାର୍ଟି ନିୟନ୍ତ୍ରଣରେ ରହିଥିବା ନିଶ୍ଚିତ କରିଥିଲେ। ଚଳିତ ସପ୍ତାହରେ ରୁଷିଆର ଏକ ମୁଖ୍ୟ ସହର ବିଦ୍ରୋହୀ ସେନା ଦଖଲରେ ରହିବା ପୁଟିନ୍‌ ସ୍ବୀକାର କରିଥିବା ଖବର ପ୍ରଚାର ହେବା ପରେ ଚାଇନା କମ୍ୟୁନିଷ୍ଟ ପାର୍ଟିର ଗୁରୁତ୍ୱପୂର୍ଣ୍ଣ କମିଟି ମିଲିଟାରି କ୍ଷେତ୍ରରେ ନିର୍ଦ୍ଦୟତାର ଫଳ ସେମାନଙ୍କୁ ମିଳିଛି ବୋଲି ସେମାନଙ୍କର ମନରେ କୌଣସି ସନ୍ଦେହ ରହିବ ନାହିଁ।
ପ୍ରାଧ୍ୟାପକ, ଇତିହାସ ଓ ରାଜନୀତି (ଆଧୁନିକ ଚାଇନା), ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri