ବିଜ୍ଞାନ ଓ ଆଧ୍ୟାତ୍ମିକତା

ଅନୀତା ପଟ୍ଟନାୟକ

 

ସରଳ ତା’ ବାପାମାଆଙ୍କର ଅତ୍ୟନ୍ତ ଆଜ୍ଞାବହ ପୁତ୍ର ଥିଲା। ତା’ର ଶାନ୍ତ ସ୍ବଭାବ ଓ ପ୍ରୀତିକର ଆଚରଣ ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲା। ତା’ ବାପା ଜଣେ ସଚ୍ଚୋଟ ଓ ନ୍ୟାୟପରାୟଣ ବ୍ୟକ୍ତି ଥିଲେ। ଧନୀ ଦରିଦ୍ରଙ୍କୁ ସମାନ ଚକ୍ଷୁରେ ଦେଖୁଥିଲେ। ମାଆ ଅତ୍ୟନ୍ତ ଭକ୍ତିପରାୟଣ ଥିଲେ ଓ ଭଗବାନଙ୍କ କଥା ବେଶି ଭାବୁଥିଲେ। ଆଖିବୁଜି ଧ୍ୟାନ କରୁଥିଲେ ଓ ସ୍ତୁତିମନ୍ତ୍ର ପାଠ କରୁଥିଲେ। ସରଳ ଅନୁଭବ କରୁଥିଲା ବିଶ୍ୱାସ, ଭକ୍ତି ଓ ପ୍ରାର୍ଥନାରେ ଆରୋଗ୍ୟପ୍ରଦ ଶକ୍ତି ଅଛି। ସେ ପୁଣ୍ୟାତ୍ମାମାନଙ୍କର ଜୀବନୀ ପଢ଼ିବାକୁ ଭାରି ଭଲ ପାଉଥିଲା। ସରଳ ଦିନେ ତା’ ମାଆଙ୍କୁ ପଚାରିଲା, ଶିକ୍ଷାରେ ବୁଦ୍ଧି ଓ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଉତ୍ତମ ଗୁଣର ଅଭିବୃଦ୍ଧି ନିମନ୍ତେ କାହିଁକି ଗୁରୁତ୍ୱ ଦିଆଯାଉନାହିଁ? ପଞ୍ଚେନ୍ଦ୍ରିୟ ଦ୍ୱାରା ଆମର ଚରିତ୍ର ଗଠନ ହୋଇଥାଏ। ପଞ୍ଚେନ୍ଦ୍ରିୟ ମାଧ୍ୟମରେ ଯେତିକି ଶିକ୍ଷାକରୁ, ତାହା ହିଁ ଆମ ଚରିତ୍ରରେ ପ୍ରତିଫଳିତ ହୋଇଥାଏ। ଆଶ୍ଚର୍ଯ୍ୟର ବିଷୟ ପଞ୍ଚେନ୍ଦ୍ରିୟ ଦ୍ୱାରା ଗ୍ରହଣ କରିଥିବା ଅନେକ ବିଷୟ ପରବର୍ତ୍ତି ସମୟରେ ଆମେ ଭୁଲିଯାଇଥାଉ। ସେଗୁଡ଼ିକ ଆମର ଚରିତ୍ରଗଠନରେ ସାହାଯ୍ୟ ହୋଇନଥାଏ। ସରଳ ଦିନେ ସ୍କୁଲରୁ ଫେରି ଖୁସି ହୋଇ ତା’ ମାଆଙ୍କୁ କହିଲା, ମାଆ ଆଜି ବିଜ୍ଞାନ ଶିକ୍ଷକ ନିଉଟନ ବାହାର କରିଥିବା ମାଧ୍ୟାକର୍ଷଣ ଶକ୍ତି ବିଷୟରେ ପଢ଼ାଇଲେ। ସେ କୁଆଡ଼େ କହିଥିଲେ, ”ମୁଁ ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କରିଥିଲେ ବି ଏହି ଶକ୍ତି ମୋର ଆବିଷ୍କାର ପୂର୍ବରୁ ସଦା ବିଦ୍ୟମାନ ରହିଛି। ମୁଁ ମାଧ୍ୟାକର୍ଷଣ ଶକ୍ତିକୁ ଚିହ୍ନିପାରିଲି। ସେତେବେଳେ ମୁଁ ଏହା ସୃଷ୍ଟି କରି ନ ଥିଲି। ମାଧ୍ୟାକର୍ଷଣ ଶକ୍ତିର କିଏ ଜଣେ ସ୍ରଷ୍ଟା ଅଛନ୍ତି ନିଶ୍ଚୟ।“
ସରଳର ବାପା ଏକଥା ଶୁଣି କହିଲେ, ବିଜ୍ଞାନ ଶିକ୍ଷକ ଠିକ୍‌ କହିଛନ୍ତି। ଶିକ୍ଷା ହୃଦୟର ରୂପାନ୍ତରଣ ପାଇଁ ଉଦ୍ଦିଷ୍ଟ। ମନୁଷ୍ୟ ପ୍ରଥମେ ଶିକ୍ଷାର ପ୍ରକୃତ ମୂଲ୍ୟ ନିରୂପଣ କରିବା ଦରକାର। ମନୁଷ୍ୟ ପାର୍ଥିବ ବିଜ୍ଞାନାତୀତ ଜ୍ଞାନକୁ ବୁଝିପାରିଲେ ହିଁ ବିଜ୍ଞାନ ଦ୍ୱାରା ପୂର୍ଣ୍ଣ ଲାଭାନ୍ବିତ ହୋଇପାରିବ। ସରଳର ମାଆ କହିଲେ ମାଧ୍ୟାକର୍ଷଣ ଶକ୍ତିର ସ୍ରଷ୍ଟା ହେଉଛନ୍ତି ଭଗବାନ ବା ଈଶ୍ୱର ବା ଆଲ୍ଲା। ସରଳ ଦ୍ୱିତୀୟ ଦିନ ସ୍କୁଲରୁ ଆସି ଭାରି ପ୍ରଫୁଲ୍ଲିତ ଦେଖାଯାଉଥିଲା। ସେ ମାଆଙ୍କୁ କହିଲା, ଆଜି ବିଜ୍ଞାନ ଶିକ୍ଷକ ଆଇନଷ୍ଟାଇନଙ୍କ ବିଷୟରେ ପଢ଼ାଇଲେ। ପ୍ରକୃତିର କ୍ରିୟାଶୀଳତା ବିଷୟରେ କହି ସେ କହିଥିଲେ, ଏହି ମହାନ୍‌ ବୈଜ୍ଞାନିକ ଆଧ୍ୟାତ୍ମିକ ଅନ୍ବେଷଣ ପାଇଁ ସତ୍‌ସଙ୍ଗ ଆବଶ୍ୟକ ବୋଲି ଉପଲବ୍ଧି କରିଥିଲେ। ସତ୍‌ସଙ୍ଗ ମାନବୀୟ ଦଶାର ରୂପାନ୍ତରଣ କରିଥାଏ। ଆଇନଷ୍ଟାଇନ କହୁଥିଲେ, ତୁମର ସାଙ୍ଗ କିଏ କହ? ମୁଁ କହିଦେବି ତୁମେ କି ପ୍ରକାର ଲୋକ। ଆମେ ଯେଉଁ ଲୋକମାନଙ୍କ ସହ ସମ୍ପୃକ୍ତ ସେମାନଙ୍କର ଚରିତ୍ର ଅନୁସାରେ ଆମର ବିଚାର କରାଯାଏ। ମୁଁ ଏସବୁ ଠିକ୍‌ ଭାବରେ ବୁଝିପାରିଲି ନାହିଁ। ମାଆ କହିଲେ, କାଗଜରେ ମଲ୍ଲୀଫୁଲ ବାନ୍ଧିଲେ ତାହା ମଲ୍ଲୀଫୁଲ ପରି ବାସେ। ତେଣୁ ସତ୍‌ସଙ୍ଗୀ ଖୋଜିବା ଏକ ଦୁରୂହ ବ୍ୟାପାର।
ବାପା କହିଲେ, ନା ଏହା ଅତ୍ୟନ୍ତ ସହଜ। ସତର ଅର୍ଥ ଯାହା ଆଗରୁ ଥିଲା, ବର୍ତ୍ତମାନ ରହିଛି ଓ ଭବିଷ୍ୟତରେ ରହିବ। ସେ ହେଉଛନ୍ତି ଭଗବାନ୍‌, ଯାହାଙ୍କର ଜନ୍ମ ନାହିଁ କିମ୍ବା ମୃତ୍ୟୁ ନାହିଁ। ତାଙ୍କ ସହ ସାଙ୍ଗ ହେବା, ଜୀବନରେ ଭଗବାନ୍‌ଙ୍କର କଥାକୁ ପାଳନ କରିବାକୁ ସତ୍‌ସଙ୍ଗ କୁହାଯାଏ। ତା’ପରଦିନ ବିଜ୍ଞାନ ଶିକ୍ଷକ ଦାର୍ଶନିକ ଆଇଜେନବର୍ଗଙ୍କ ପଦାର୍ଥ ବିଜ୍ଞାନ ଓ ଆଧ୍ୟାତ୍ମିକ ମଧ୍ୟରେ ଥିବା ସମ୍ପର୍କ ସୂତ୍ର ଉପରେ କିପରି ଗବେଷଣା କରିଥିଲେ ତାହା କହିଥିଲେ। ସେଦିନ ତାଙ୍କ ବିଷୟରେ ବୁଝାଇବାକୁ ଯାଇ ସାର୍‌ କହିଥିଲେ, ମନକୁ ଆୟତ୍ତ କର ଓ ବିରାଟ ମନରେ ପରିଣତ ହୁଅ। ବିଜ୍ଞାନ ଶିକ୍ଷକ ସେଦିନ ଆଉ ଜଣେ ବୈଜ୍ଞାନିକ ଶ୍ରୋଡିଙ୍ଗରଙ୍କ କଥା ପଢ଼ାଇଲେ। ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ କିପରି ଅଖଣ୍ଡ ସମ୍ପର୍କ ଅଛି ଓ ଆଧ୍ୟାତ୍ମିକତା ହିଁ ବସ୍ତୁତଃ ବିଜ୍ଞାନର ଆଧାର ଏକଥା ପଢ଼ାଇଥିଲେ। ସରଳ ଏ ବିଷୟରେ ମାଆଙ୍କୁ କହିବାରୁ ମାଆ କହିଲେ, ଶ୍ରୋଡିଙ୍ଗର ଏହା ମଧ୍ୟ କହିଥିଲେ, ”ଅଧିକ କାମନା ଅର୍ଥ ଅଧିକ ନୈରାଶ୍ୟ।“ ବାପା କହିଲେ, ଆମେ ପଢ଼ୁଥିବାବେଳେ ଜଣେ ଭାବୁକ ଡାଇରାକଙ୍କ ବିଷୟରେ ପଢ଼ାଯାଉଥିଲା। ସେ ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ଥିବା ସମ୍ପର୍କକୁ ଜାଣିବାକୁ ଚେଷ୍ଟା କରିଥିଲେ। ସେ ମହର୍ଷି ବ୍ୟାସଙ୍କର ଅଷ୍ଟାଦଶ ପୁରାଣ ପଢ଼ି ନ ଥିଲେ ମଧ୍ୟ ସେ କହିଥିଲେ, ସବୁବେଳେ ପ୍ରେମକର କାହାର କ୍ଷତି କରନାହିଁ। ସରଳ ଶେଷରେ ସବୁ ବୁଝି କହିଲା, ମାଆ! ମୁଁ ବାପାଙ୍କ ପରି ବଡ଼ ମଣିଷ ହେଲେ ବୁଦ୍ଧି ଓ ଦକ୍ଷତାର ବିକାଶ ସହିତ ଆଧୁନିକ ଶିକ୍ଷାରେ ଉତ୍ତମ ଗୁଣର ବିକାଶ ଉପରେ ଗୁରୁତ୍ୱ ଦେବି।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri