Posted inଖେଳ

ବାର୍ବରା ଷ୍ଟ୍ରାଇକୋଭାଙ୍କ ଅବସର

ପ୍ରାଗ,୬।୫(ପି.ଟି.): ପୂର୍ବତନ ତାରକା ଡବଲ୍ସ ଖେଳାଳି ତଥା ଓ୍ବିମ୍ବେଲଡନ ସିଙ୍ଗଲ୍ସ ସେମିଫାଇନାଲିଷ୍ଟ ଚେକ ଗଣରାଜ୍ୟର ବାର୍ବରା ଷ୍ଟ୍ରାଇକୋଭା ବୁଧବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟା ଷ୍ଟ୍ରାଇକୋଭା ପୂର୍ବରୁ ଗର୍ଭଧାରଣ କରିବା ନେଇ ସୂଚନା ଦେଇଥିଲେ। ମା’ ହେବା ପରେ ସେ ଟେନିସ୍‌କୁ ଫେରିବା ନେଇ ତାଙ୍କର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଥିଲେ।
କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଅବସର ନେବି ବୋଲି କୌଣସି ଯୋଜନା କରି ନ ଥିଲି। ତେବେ ଶେଷରେ ଏହି ନିଷ୍ପତ୍ତି ନେବାକୁ ହେଲା। ମା’ ହେବାକୁ ଅପେକ୍ଷା କରିଛି ଓ ମା’ ହେବା ପରର ଜୀବନ ନେଇ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛି ବୋଲି ସେ କହିଛନ୍ତି। ଷ୍ଟ୍ରାଇକୋଭା ତାଙ୍କ କ୍ୟାରିୟରରେ ୨ଟି ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ସେହିପରି ସେ ୩୧ଟି ଡବଲ୍ସ ଟାଇଟଲ ମଧ୍ୟ ଜିତିଥିଲେ। ୨୦୧୯ ଓ୍ବିମ୍ବେଲଡନରେ ତାଙ୍କ କ୍ୟାରିୟର ସଫଳତାର ଶୀର୍ଷକୁ ଛୁଇଁଥିଲା। ସିଏ ସୁ- ଓ୍ବେଇଙ୍କ ସହ ସେ ଓ୍ବିମ୍ବେଲଡନ ମହିଳା ଡବଲ୍ସ ଟାଇଟଲ ଜିତିଥିଲେ ଓ ୧ ନମ୍ବର ସ୍ଥାନ ହାସଲ କରିଥିଲେ। ସେହିପରି ଓ୍ବିମ୍ବେଲଡନ ସିଙ୍ଗଲ୍ସ ଇଭେଣ୍ଟରେ ସେ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଆମେରିକାର ସେରେନା ଓ୍ବିଲିୟମ୍ସଙ୍କଠାରୁ ପରାସ୍ତ ହୋଇଥିଲେ। ସିଙ୍ଗଲ୍ସରେ ୧୬ ନମ୍ବର ସ୍ଥାନ ତାଙ୍କ କ୍ୟାରିୟର ଶ୍ରେଷ୍ଠ। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଲୁସି ସାଫାରୋଭାଙ୍କ ସହ ସାଥି ହୋଇ ଡବଲ୍ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।
ଗତ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନ୍‌ ଖେଳି ଶେଷଥର ପାଇଁ କୌଣସି ଟେନିସ ମ୍ୟାଚ୍‌ ଖେଳିଥିଲେ। ଟେନିସ୍‌କୁ ଭଲ ପାଏ ଓ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟେନିସ ଛଡା କିଛି ଜାଣିନାହିଁ ବୋଲି ସେ କହିଛନ୍ତି। ସେ ଅଷ୍ଟ୍ରେଲିଆନ ଓପନରେ ୩ଥର (୨୦୧୬, ୨୦୧୭, ୨୦୧୮) ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ୨୦୧୮ ଫ୍ରେଞ୍ଚ୍‌ ଓପନ୍‌ରେ ଓ ୟୁଏସ୍‌ ଓପନ୍‌ରେ ୩ଥର (୨୦୧୪, ୨୦୧୫, ୨୦୧୮) ମଧ୍ୟ ଚତୁର୍ଥ ରାଉଣ୍ଡକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri