ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧା ସଦର ଥାନା ଅଧୀନ ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ରନାଥ ବଳିୟାରସିଂ (୭୦)। ଖବରପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତକଙ୍କ ପୁଅ ରଶ୍ମିରଞ୍ଜନଙ୍କ ଅଭିଯୋଗକ୍ରମେ ପୋଲିସ ୧୦ଜଣଙ୍କ ନଁାରେ ଦଫା ୩୦୨, ୩୪ ଆଇପିସିରେ ଏକ ହତ୍ୟା ମାମଲା (ନଂ.୨୨୯/୨୨) ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଗିରଫଦାରି ଭୟରେ ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଛି।
ମୁତାବକ, ରବୀନ୍ଦ୍ର ସବୁଦିନ ପରି ଶୁକ୍ରବାର ଭୋର ସମୟରେ ନିଜ ଘର ବାରଣ୍ଡାରେ ବସି ଖବରକାଗଜ ପଢୁଥିଲେ। ଏହି ସମୟରେ ଗ୍ରାମର ନାରାୟଣ ବରାଳ, ସଂଗ୍ରାମ ବରାଳ, ସଞ୍ଜୟ ବରାଳ, ପ୍ରକାଶ ବରାଳ, ମହନ୍ତ ବରାଳ, ଗଜପତି ବରାଳ, ଚିତ୍ତରଞ୍ଜନ ବରାଳ ଏବଂ ରଞ୍ଜନ ବରାଳଙ୍କ ସମେତ କେତେଜଣ ମାରଣାସ୍ତ୍ର ଧରି ରବୀନ୍ଦ୍ରଙ୍କ ଘର ଆଗରେ ପହଞ୍ଚି ରଶ୍ମିରଞ୍ଜନଙ୍କୁ ଗାଳିଗୁଲଜ କରିଥିଲେ। ପାଟିତୁଣ୍ଡ ଶୁଣି ରଶ୍ମିରଞ୍ଜନ ଘର ବାହାରକୁ ଆସିବା ପରେ ସମ୍ପୃକ୍ତ ଯୁବକମାନେ ସଂଘବଦ୍ଧଭାବେ ତାଙ୍କୁ ଆକ୍ରମଣ କରିଥିଲେ। ନାରାୟଣଙ୍କ ଲୁହାରଡ ମାଡ଼ରେ ରଶ୍ମିରଞ୍ଜନଙ୍କ ଡାହାଣ ଆଖି ଫାଟିଯାଇଥିଲା। ଏହାକୁ ବାପା ରବୀନ୍ଦ୍ର ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣକାରୀମାନେ ତଳେ ପକାଇ ମାଡ଼ ମାରିଥିଲେ। ଫଳରେ ରବୀନ୍ଦ୍ର ଗୁରୁତର ଅବସ୍ଥାରେ ଅଚେତ୍‌ ହୋଇପଡ଼ିଥିଲେ। ପରିବାର ଲୋକେ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଶ୍ମିରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ଉପରୋକ୍ତ ଆକ୍ରମଣକାରୀଙ୍କୁ ଏହି ଘଟଣା ଘଟାଇବା ପାଇଁ ଗ୍ରାମର ଜୟକୃଷ୍ଣ ପ୍ରଧାନ, ସନ୍ତୋଷ ସୁନ୍ଦରାୟ ଏବଂ ଅନ୍ୟମାନେ ପ୍ରୋତ୍ସାହିତ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି। ଏ ନେଇ ସଦର ଏସ୍‌ଡିପିଓ ଦିଲୀପ ଦାସ କହିଛନ୍ତି, ରଶ୍ମିରଞ୍ଜନଙ୍କ ଅଭିଯୋଗକ୍ରମେ ଥାନାରେ ୧୦ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
ମିଳିଥିବା ସୂଚନା ମୁତାବକ, ରଶ୍ମିରଞ୍ଜନ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏନେଇ ବିପକ୍ଷ ଗୋଷ୍ଠୀ ସହ ତାଙ୍କର ଶତ୍ରୁତା ରହିଥିଲା। ଉପରୋକ୍ତ ଆକ୍ରମଣକାରୀ ସର୍ବସାଧାରଣଙ୍କ ସରକାରୀ ଜାଗାକୁ ଅକ୍ତିଆର କରି ରଖିଛନ୍ତି। ଫଳରେ ଗ୍ରାମବାସୀ ଯାତାୟାତ ପାଇଁ ହଇରାଣ ହେଉଛନ୍ତି। ରଶ୍ମିରଞ୍ଜନ ଏହାର ପ୍ରତିବାଦ କରିବାରୁ ସେମାନେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସରକାରୀ ଜାଗା ଜବରଦଖଲ ପ୍ରତିବାଦରେ କେତେଜଣ ଗ୍ରାମବାସୀ ଖୋର୍ଦ୍ଧା ତହସିଲ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ତହସିଲ ପକ୍ଷରୁ ଯାଞ୍ଚ ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ଫଳରେ ଆକ୍ରମଣକାରୀମାନେ ପ୍ରତିଶୋଧ ପରାୟଣ ହୋଇ ସଂଘବଦ୍ଧଭାବେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ରଶ୍ମିରଞ୍ଜନଙ୍କ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ସମେତ କେତେଜଣ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri