ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧା ସଦର ଥାନା ଅଧୀନ ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ରନାଥ ବଳିୟାରସିଂ (୭୦)। ଖବରପାଇ ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତକଙ୍କ ପୁଅ ରଶ୍ମିରଞ୍ଜନଙ୍କ ଅଭିଯୋଗକ୍ରମେ ପୋଲିସ ୧୦ଜଣଙ୍କ ନଁାରେ ଦଫା ୩୦୨, ୩୪ ଆଇପିସିରେ ଏକ ହତ୍ୟା ମାମଲା (ନଂ.୨୨୯/୨୨) ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଗିରଫଦାରି ଭୟରେ ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଛି।
ମୁତାବକ, ରବୀନ୍ଦ୍ର ସବୁଦିନ ପରି ଶୁକ୍ରବାର ଭୋର ସମୟରେ ନିଜ ଘର ବାରଣ୍ଡାରେ ବସି ଖବରକାଗଜ ପଢୁଥିଲେ। ଏହି ସମୟରେ ଗ୍ରାମର ନାରାୟଣ ବରାଳ, ସଂଗ୍ରାମ ବରାଳ, ସଞ୍ଜୟ ବରାଳ, ପ୍ରକାଶ ବରାଳ, ମହନ୍ତ ବରାଳ, ଗଜପତି ବରାଳ, ଚିତ୍ତରଞ୍ଜନ ବରାଳ ଏବଂ ରଞ୍ଜନ ବରାଳଙ୍କ ସମେତ କେତେଜଣ ମାରଣାସ୍ତ୍ର ଧରି ରବୀନ୍ଦ୍ରଙ୍କ ଘର ଆଗରେ ପହଞ୍ଚି ରଶ୍ମିରଞ୍ଜନଙ୍କୁ ଗାଳିଗୁଲଜ କରିଥିଲେ। ପାଟିତୁଣ୍ଡ ଶୁଣି ରଶ୍ମିରଞ୍ଜନ ଘର ବାହାରକୁ ଆସିବା ପରେ ସମ୍ପୃକ୍ତ ଯୁବକମାନେ ସଂଘବଦ୍ଧଭାବେ ତାଙ୍କୁ ଆକ୍ରମଣ କରିଥିଲେ। ନାରାୟଣଙ୍କ ଲୁହାରଡ ମାଡ଼ରେ ରଶ୍ମିରଞ୍ଜନଙ୍କ ଡାହାଣ ଆଖି ଫାଟିଯାଇଥିଲା। ଏହାକୁ ବାପା ରବୀନ୍ଦ୍ର ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣକାରୀମାନେ ତଳେ ପକାଇ ମାଡ଼ ମାରିଥିଲେ। ଫଳରେ ରବୀନ୍ଦ୍ର ଗୁରୁତର ଅବସ୍ଥାରେ ଅଚେତ୍‌ ହୋଇପଡ଼ିଥିଲେ। ପରିବାର ଲୋକେ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଶ୍ମିରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ଉପରୋକ୍ତ ଆକ୍ରମଣକାରୀଙ୍କୁ ଏହି ଘଟଣା ଘଟାଇବା ପାଇଁ ଗ୍ରାମର ଜୟକୃଷ୍ଣ ପ୍ରଧାନ, ସନ୍ତୋଷ ସୁନ୍ଦରାୟ ଏବଂ ଅନ୍ୟମାନେ ପ୍ରୋତ୍ସାହିତ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି। ଏ ନେଇ ସଦର ଏସ୍‌ଡିପିଓ ଦିଲୀପ ଦାସ କହିଛନ୍ତି, ରଶ୍ମିରଞ୍ଜନଙ୍କ ଅଭିଯୋଗକ୍ରମେ ଥାନାରେ ୧୦ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
ମିଳିଥିବା ସୂଚନା ମୁତାବକ, ରଶ୍ମିରଞ୍ଜନ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏନେଇ ବିପକ୍ଷ ଗୋଷ୍ଠୀ ସହ ତାଙ୍କର ଶତ୍ରୁତା ରହିଥିଲା। ଉପରୋକ୍ତ ଆକ୍ରମଣକାରୀ ସର୍ବସାଧାରଣଙ୍କ ସରକାରୀ ଜାଗାକୁ ଅକ୍ତିଆର କରି ରଖିଛନ୍ତି। ଫଳରେ ଗ୍ରାମବାସୀ ଯାତାୟାତ ପାଇଁ ହଇରାଣ ହେଉଛନ୍ତି। ରଶ୍ମିରଞ୍ଜନ ଏହାର ପ୍ରତିବାଦ କରିବାରୁ ସେମାନେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସରକାରୀ ଜାଗା ଜବରଦଖଲ ପ୍ରତିବାଦରେ କେତେଜଣ ଗ୍ରାମବାସୀ ଖୋର୍ଦ୍ଧା ତହସିଲ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ତହସିଲ ପକ୍ଷରୁ ଯାଞ୍ଚ ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ଫଳରେ ଆକ୍ରମଣକାରୀମାନେ ପ୍ରତିଶୋଧ ପରାୟଣ ହୋଇ ସଂଘବଦ୍ଧଭାବେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ରଶ୍ମିରଞ୍ଜନଙ୍କ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ସମେତ କେତେଜଣ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri