ଆଖି ବୁଜିଲେ କୋଟିଆ ପଞ୍ଚାୟତ ଅବସରପ୍ରାପ୍ତ RI ଗଦାଧର ସ୍ବାଇଁ, ଝୁରି ହେଉଛନ୍ତି ଲୋକେ

ପଟ୍ଟାଙ୍ଗ,୪।୭(ଶରତ କୁମାର ଧଳ):କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତ ର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଗଦାଧର ସ୍ବାଇଁଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏନେଇ ଜଣାପଡ଼ିବା ପରେ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ଉକ୍ତ ପଞ୍ଚାୟତ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ସ୍ବର୍ଗତ ସ୍ବାଇଁ କଟକ ଜିଲାର ନରସିଂହପୁର ବ୍ଲକ ବାଲିଝରି ଗ୍ରାମରେ ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ କୋରାପୁଟ ଜିଲାର ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟରେ ଜାନୁଆରୀ ୧୯୭୩ ମସିହାରେ ଏଆର୍‌ଆଇ ଭାବେ ନିଯୁକ୍ତି ପାଇ ବ୍ଲକର ବହୁ ଚର୍ଚ୍ଚିତ ସୀମା ବିବାଦ କୋଟିଆ ପଞ୍ଚାୟତର ରାଜସ୍ବନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୧ ମସିହାରେ ସେ ନିଜ ଚାକିରୀ ଜୀବନରୁ ଅବସର ଗହଣ କରିଥିଲେ । ସ୍ବର୍ଗତ ସ୍ବାଇଁ ଚାକିରୀ ଜୀବନରୁ ଅବସର ଗ୍ରହଣ ପରେ ମଧ୍ୟ କୋଟିଆ ପଞ୍ଚାୟତକୁ ନେଇ ଦୁଇ
ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦରେ ନିଃସ୍ବାର୍ଥପର ଭାବେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାରେ ପଛଘୁଞ୍ଚା କରୁ ନ ଥିଲେ । ଏହିପରି କି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲିଥିବା ସୀମା ବିବାଦ ମାମଲାରେ ଯେଉଁ ସବୁ ତଥ୍ୟ ବା ରେକର୍ଡ ପ୍ରଦାନ କରାଯାଇଛି ସେଥିରେ ସ୍ବର୍ଗତ ସ୍ବାଇଁଙ୍କ ମୁଖ୍ୟ ଅବଦାନ ରହିଥିଲା। ଏଥିଯୋଗୁ ତାଙ୍କର ଏହିପରି ବିୟୋଗରେ ସାରା ପଞ୍ଚାୟତ ବାସି ସ୍ତବ୍ଧ ହୋଇ ପଡିଛନ୍ତି ।

କେବଳ ଏତିକି ନୁହେଁ ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରୁ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ସଂଯୋଗ କରିଥିବା ବ୍ରିଟିଶ ରାସ୍ତା ନିମନ୍ତେ ରାସ୍ତା ଚିହ୍ନଟରେ ମୁଖ୍ୟ ଭୁମିକା ରହିଥିଲା । ସ୍ବର୍ଗତ ସ୍ବାଇଁ ଅବସର ପରେ ନିଜ ପୈତୃକ ଗ୍ରାମକୁ ଚାଲିଯିବା ପରେ ମଧ୍ୟ ଅନେକ ସମୟରେ ଜିଲା ପ୍ରଶାସନର ଡାକରେ ଜିଲ୍ଲା ଓ ବ୍ଲକରେ ପହଞ୍ଚି ସୀମା ବିବାଦ ସମ୍ପର୍କିତ ତଥ୍ୟ ଦେବାରେ ସହଯୋଗ କରି ଆସୁଥିଲେ । ସେ ନିକଟରେ ଶେଷ ହୋଇଥିବା କୋଟିଆ ରଥଯାତ୍ରାରେ ଯୋଗ ଦେଇଥିଲେ । ବାହୁଡା ଯାତ୍ରା ପରେ ତାଙ୍କର ପୁଣି ନିଜ ଗ୍ରାମକୁ ଫେରିଯିବା କାର୍ଯ୍ୟକ୍ରମ ରହିଥିଲା, କିନ୍ତୁ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି।

ସ୍ବାଇଁଙ୍କ ଏହିପରି ଅକାଳ ବିୟୋଗରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ରାମଚନ୍ଦ୍ର କାଡାମ , ପୁର୍ବତନ ଏମ୍‌ପି ଜୟରାମ ପାଙ୍ଗି , ତାଙ୍କ ଘନିଷ୍ଠ ବନ୍ଧୁ ଅବସରପ୍ରାପ୍ତ ଜିଲାପାଳ ଗଦାଧର ପରିଡ଼ା , ବଳରାମ ବାରିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସ୍ବାଇଁ ଙ୍କ ମରଶରୀରକୁ ତାଙ୍କ ନିଜସ୍ବ ଗ୍ରାମ ବା ଜନ୍ମ ମାଟିସ୍‌କୁ ପଠାଇବାରେ ବ୍ଲକର ଯୁବଗୋଷ୍ଠୀ ଯଥା ବିଭୂତି ଧଳ, ସନ୍ତୋଷ ମହାପାତ୍ର, ଶରତ କୁମାର ଧଳ, ବାବୁନି ସଡଙ୍ଗି, ସୁଜିତ ଚୌଧୁରୀ, କୋଟିଆ ପଞ୍ଚାୟତର ପୁର୍ବତନ ଜି ଆର୍‌ଏସ ଭୌମ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତି ୪ଟା ୪୫ ରେ ପଠାଇଥିଲେ । ଯାହାକି ଶୁକ୍ରବାର ଅପରାହ୍ନ ୪ଟା ୩୫ ମିନିଟ ସୱାଇଁ ଙ୍କ ମରଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, ସ୍ବର୍ଗତ ସ୍ବାଇଁ କୋଟିଆ ପଞ୍ଚାୟତବାସୀଙ୍କ ଦୁଃଖ ସୁଖରେ ରହି ନିଜକୁ ସମର୍ପିତ କରିଥିବା ଯୋଗୁ କୋଟିଆ ପଞ୍ଚାୟତବାସୀ କୋଟିଆ ଥାନା ହୋଇଥିବା ପାହାଡ଼କୁ ଗଦା ଡଙ୍ଗର ରେ ନାମିତ କରିଛନ୍ତି। ତାଙ୍କୁ ଅଞ୍ଚଳବାସୀ ସବୁଦିନ ମନେ ରଖିବେ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?